ଚେନ୍ନାଇ ମଲ୍ଲପୁରମରେ ମୋଦି-ଜିନ୍‌ପିଙ୍ଗ ଭେଟ କାହିଁକି?

ଚେନ୍ନାଇ: ଦେଶର ରାଜଧାନୀ ଦିଲ୍ଲୀ, ଆର୍ଥିକ ରାଜଧାନୀ ମୁମ୍ୱାଇ ଭଳି ସ୍ଥାନ ଥିବା ସତ୍ତ୍ୱେ ଭାରତ-ଚାଇନା ମଧ୍ୟରେ ଅନୌପଚାରିକ ଆର୍ଥନୀତିକ ସମ୍ମିଳନୀ ପାଇଁ ଚେନ୍ନାଇର ମମଲ୍ଲପୁରମ(ମହାବଳୀପୁରମ)କୁ କାହିଁକି ବାଛିଛନ୍ତି କେନ୍ଦ୍ର ସରକାର। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସ୍ୱାର୍ଥକୁ ଚାଇନା ଅଧିକ ଗୁରୁତ୍ୱ ଦେଉଥିବାବେଳେ ମମଲ୍ଲପୁରକୁ ଜିନ୍‌ପିଙ୍ଗ ଆସୁଛନ୍ତି ବୋଲି ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଖର୍ଚ୍ଚ କରିଛନ୍ତି। ତେବେ କେନ୍ଦ୍ର ସରକାର ଦୁଇ ଦେଶର ମୁଖିଆଙ୍କ ଭେଟଘାଟକୁ ମହାବଳୀପୁରମ ବାଛିବା ପଛରେ ଅନେକ […]

MODI XING PING(1)

Subhransu Sekhar
  • Published: Friday, 11 October 2019
  • , Updated: 11 October 2019, 03:09 PM IST

ଚେନ୍ନାଇ: ଦେଶର ରାଜଧାନୀ ଦିଲ୍ଲୀ, ଆର୍ଥିକ ରାଜଧାନୀ ମୁମ୍ୱାଇ ଭଳି ସ୍ଥାନ ଥିବା ସତ୍ତ୍ୱେ ଭାରତ-ଚାଇନା ମଧ୍ୟରେ ଅନୌପଚାରିକ ଆର୍ଥନୀତିକ ସମ୍ମିଳନୀ ପାଇଁ ଚେନ୍ନାଇର ମମଲ୍ଲପୁରମ(ମହାବଳୀପୁରମ)କୁ କାହିଁକି ବାଛିଛନ୍ତି କେନ୍ଦ୍ର ସରକାର। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସ୍ୱାର୍ଥକୁ ଚାଇନା ଅଧିକ ଗୁରୁତ୍ୱ ଦେଉଥିବାବେଳେ ମମଲ୍ଲପୁରକୁ ଜିନ୍‌ପିଙ୍ଗ ଆସୁଛନ୍ତି ବୋଲି ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଖର୍ଚ୍ଚ କରିଛନ୍ତି।


ତେବେ କେନ୍ଦ୍ର ସରକାର ଦୁଇ ଦେଶର ମୁଖିଆଙ୍କ ଭେଟଘାଟକୁ ମହାବଳୀପୁରମ ବାଛିବା ପଛରେ ଅନେକ ରୋଚକ କାହାଣୀ ରହିଛି। ଉଭୟ ଦେଶର ସମ୍ପର୍କର ମୂଳଦୁଆ ଏହିଠାରେ ପଡ଼ିଥିବାରୁ ଅର୍ଥନୀତିକ ସମ୍ମିଳନୀ ପାଇଁ ଏହି ସ୍ଥାନ ବଛାଯାଇଛି ବୋଲି ଜଣାପଡ଼ିଛି। ଚେନ୍ନାଇଠୁ ୫୦ କିଲୋମିଟର ଦୂର ଏହି ମହାବଳୀପୁରମକୁ ପ୍ରଥମ ନରସିଂହ ବର୍ମନଙ୍କ ଦ୍ୱାରା ସପ୍ତଦଶ ଶତାବ୍ଦୀରେ ପ୍ରତିଷ୍ଠା କରାଯାଇଥିଲା। ସେ ପଲ୍ଲବଙ୍କ ବଂଶଜ ଥିଲେ। ନରସିଂହ ବର୍ମନ ଯୁଦ୍ଧ କରିବା ବେଳେ ତାଙ୍କର ଦକ୍ଷତାକୁ ନଜରରେ ରଖି ‘ମାମଲ୍ଲନ’ ବୋଲି ସେତେବେଳେ ଡକାଯାଉଥିଲା। ତେଣୁ ତାଙ୍କ  ପରେ ଏହି ସ୍ଥାନକୁ ମାମଲ୍ଲପୁରମ ବା ମହାବଳୀପୁରମ ବୋଲି ନାମକରଣ କରାଯାଇଛି।

ସେତେବେଳେ ଚାଇନା ସହ ଭଲ ସମ୍ପର୍କ ରଖିବା ପାଇଁ ପଲ୍ଲବମାନେ ତାଙ୍କ ଦୂତ ଚାଇନାକୁ ପଠାଇଥିଲେ। ଚାଇନା ଏବଂ ପଲ୍ଲବ ରାଜବଂଶ ସୁରକ୍ଷା ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ସେତେବେଳେ ରହିଥିଲା। ଏହି ସ୍ଥାନରେ ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ବ୍ୟାବସାୟିକ ଚୁକ୍ତି ହୋଇଥିଲା। ଐତିହାସିକଙ୍କ ମତରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ୨ ହଜାର ବର୍ଷ ପୂର୍ବର।

ସେହିପରି ଚୀନର ଧର୍ମ ପ୍ରଚାରକ ହୁଏନ୍ ସାଂ ସପ୍ତଦଶ ଶତାବ୍ଦୀ ବେଳେ ଏହି ସ୍ଥାନକୁ ଆସି ପଲ୍ଲବ ବଂଶଜଙ୍କ ବୀରତା, କ୍ଷମତା, ଶିକ୍ଷା ଆଦିକୁ ଭୂରି ଭୂରି ପ୍ରଶଂସା କରିଥିଲେ। ୨୦୦୪ରେ କାଞ୍ଚିପୁରମ ଜିଲ୍ଲାରେ ପ୍ରତ୍ନତତ୍ତବିତମାନେ ଏକ ପଥର ପାଇଥିଲେ। ଯେଉଁଥିରୁ ଜଣାପଡ଼ିଥିଲା ୨୦୦୦ ବର୍ଷ ପୂର୍ବେ ଏହି ସ୍ଥାନଟି ଏକ ବନ୍ଦର ସହର ଥିଲା। ଏହିଠାରେ ଭାରତ-ଚାଇନା ପରସ୍ପର ମଧ୍ୟରେ ବୈଠକ କରୁଥିଲେ। ଚାଇନା ସହ ଭାରତର ସମ୍ପର୍କ ଏହି ସ୍ଥାନରେ ଗଢ଼ି ଉଠିଥିଲା ବୋଲି ମୋଦି ଜିନ୍‌ପିଙ୍ଗ ଭେଟ ପାଇଁ ଏହି ସ୍ଥାନକୁ ବଛାଯାଇଛି।

ଅନ୍ୟପଟେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଦେଶର ଐତିହ୍ୟ ସ୍ଥଳକୁ ଆଗକୁ ନେବା ପାଇଁ ଦେଶର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଉପରେ ଜୋର ଦେବାକୁ କହିଥିଲେ। ଏବେ ମୋଦି ତାଙ୍କର ଏହି ଚିନ୍ତାଧାରାକୁ ଆଗକୁ ନେଉଥିବା ଜଣାପଡ଼ଛି।

ଏପ୍ରିଲ ୨୦୧୭ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏଥିପାଇଁ ରାଜଧାନୀ ଦିଲ୍ଲୀ ଛାଡ଼ି ବୈଠକ ସ୍ଥଳୀ ହୋଇଥିଲା କୋଲକାତାରେ। ଯାହାକି ବାଂଲାଦେଶ ପାଇଁ ଭାରତରେ ପ୍ରବେଶ କରିବା ପାଇଁ ସୀମା। ଏହି ବୈଠକ କରି ମୋଦି ସରକାର ସେତେବେଳେ କୋଲକାତାର ଐତିହ୍ୟ ଓ ବ୍ୟବସାୟକୁ ବଢ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ କୂଟନୀତିକ ଚାଲ୍ ଖେଳିଥିଲେ।

ସେହିପରି ଜୁଲାଇ ୨୦୧୭ରେ ଚାଇନା ଏବଂ ଭାରତ ମଧ୍ୟରେ ବୈଠକ ଗୁଜରାଟର ସାବରମତୀ ନଦୀ କୂଳରେ ହୋଇଥିଲା। ଆଉ ଏବେ ଅକ୍ଚୋବର ୧୧-୧୨ରେ ଚାଇନା ସହ ମହାବଳ୍ଲୀପୂରମରେ ବୈଠକ କରି ପର୍ଯ୍ୟଟନ ସ୍ଥଳୀକୁ ଆଗକୁ ବଢ଼ାଇବା ପାଇଁ ନୂଆ କୂଟନୀତିକ ଚାଲ ଖେଳିଛନ୍ତି ବୋଲି କୁହାଯାଉଛି।

Related story