ଭଦୋଦରା: ଗୁଜରାଟ ଭଦୋଦରା ସହରର ସ୍ଥାୟୀ ନାଗରିକ କୁହାଯାଉଥିବା କୁମ୍ଭୀରମାନେ ଏବେ ସହରର ଗଳିକନ୍ଦିରେ ଉପସ୍ଥିତି ଜାହିର କରିବା ଆରମ୍ଭ କରିଛନ୍ତି। ବନ୍ୟା କାରଣରୁ ଜଳ ଘେରରେ ଥିବା ଏହି ଅଞ୍ଚଳର ଲୋକଙ୍କ ଭିତରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଶୁକ୍ରବାର ରାତିରେ ଲାଲବାଗ୍ ଅଞ୍ଚଳରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଟିମ୍ ଏଭଳି ଏକ କୁମ୍ଭୀରକୁ ଅତି କଷ୍ଟରେ ଧରିଛନ୍ତି।
https://www.instagram.com/p/B0uqyNSnXLW/?utm_source=ig_web_copy_link
ଆଜିର ଘଟଣାରେ ମଧ୍ୟ କୁମ୍ଭୀରଟି ଏକ ଘରର ଫାଟକ ପାଖରେ ପହଞ୍ଚିଯାଇଥିଲା। ବନ ବିଭାଗର ଜଣେ ଉଦ୍ଧାରକାରୀ କହିଥିଲେ, ସେହି ଅଞ୍ଚଳର ଜଣେ ବାସିନ୍ଦା ଆମ ଉଦ୍ଧାରକାରୀ ଟିମ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ଏହା ପରେ ଆମ ଟିମ୍ ସେଠାରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅଞ୍ଚଳ ଲାଲବାଗ୍ ହ୍ରଦ ନିକଟରେ ଅଛି। ଏହାର ଜଳସ୍ତର ବଢ଼ିଲେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ମୌସୁମୀ ସମୟରେ ହିଁ ଏପରି କାରଣରୁ କୁମ୍ଭୀର ଜନବସତି ଆଡ଼କୁ ମାଡ଼ିଯାଉଛନ୍ତି। ଆଜି ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବା ୪.୫ ଫୁଟ୍ ବୋଲି ସେ କହିଥିଲେ। ୩ ବର୍ଷ ପୂର୍ବରୁ ଏକ କୁମ୍ଭୀର ସ୍ଥାନୀୟ ଜଣେ ବାସିନ୍ଦାଙ୍କ ଘରର ବାଥ୍ରୁମ୍ରେ ପଶିଯାଇଥିଲା। ତେବେ ଚଳିତ ବର୍ଷ ଲଗାତାର ଏଭଳି ଘଟଣା ଦେଖିବାକୁ ମିଳୁଛି।
https://twitter.com/pkumarias/status/1157278591614406656?s=20
https://twitter.com/PranavShah308/status/1157627546801823744?s=20