କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବେ ସୋନିଆ!

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବାହାରୁ କେହି ଜଣେ କଂଗ୍ରେସର ମଙ୍ଗୁଆଳ ସାଜିପାରନ୍ତି। ଦଳର ୨୦ରୁ ଅଧିକ ବରିଷ୍ଠ ନେତା ଦଳର ଆମୂଳ ଚୂଳ ପରିବର୍ତ୍ତନ ପାଇଁ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଏବେ ଦେଶରେ ସର୍ବପୁରାତନ ଦଳରେ ହଇଚଇ ସୃଷ୍ଟି ହୋଇଛି। ଏହି ଚିଠି ପାଇବା ପରେ ସୋନିଆ ଗାନ୍ଧୀ ଇସ୍ତଫା ଦେବେ ବୋଲି ଇସାରା ଦେଇଛନ୍ତି। ଏନଡିଟିଭିର ରିପୋର୍ଟ ଅନୁଯାୟୀ ଆସନ୍ତାକାଲି ବସୁଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଦଳର ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ […]

sonia-rahul

Subhransu Sekhar
  • Published: Sunday, 23 August 2020
  • , Updated: 23 August 2020, 08:02 PM IST

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବାହାରୁ କେହି ଜଣେ କଂଗ୍ରେସର ମଙ୍ଗୁଆଳ ସାଜିପାରନ୍ତି। ଦଳର ୨୦ରୁ ଅଧିକ ବରିଷ୍ଠ ନେତା ଦଳର ଆମୂଳ ଚୂଳ ପରିବର୍ତ୍ତନ ପାଇଁ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଏବେ ଦେଶରେ ସର୍ବପୁରାତନ ଦଳରେ ହଇଚଇ ସୃଷ୍ଟି ହୋଇଛି। ଏହି ଚିଠି ପାଇବା ପରେ ସୋନିଆ ଗାନ୍ଧୀ ଇସ୍ତଫା ଦେବେ ବୋଲି ଇସାରା ଦେଇଛନ୍ତି। ଏନଡିଟିଭିର ରିପୋର୍ଟ ଅନୁଯାୟୀ ଆସନ୍ତାକାଲି ବସୁଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଦଳର ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା ହେବ। ତେବେ ଯେପର୍ଯ୍ୟନ୍ତ ଦଳ ଅଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ନେତା ବାଛି ନପାରିବ ସେତେଦିନ ଯାଏ ସୋନିଆ ଦାୟିତ୍ୱରେ ରହିବେ ବୋଲି ସୂଚନା ରହିଛି।

କଂଗ୍ରେସର ୨୩ ବରିଷ୍ଠ ନେତା, ୫ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନେକ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ, ସାଂସଦ ତଥା ବହୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖାଇ ଦଳରେ ଆମୂଳ ଚୂଳ ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଚିଠି ଦଳୀୟ ନେତା ଲେଖିଥିବା ସୂଚନା ରହିଛି। ଯେଉଁଥିରେ ଦଳର ସଂସ୍କାର ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି।

ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ, ଦଳର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ, ଶଶି ଥରୁର ଭଳି ପ୍ରମୁଖ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି।

ହେଲେ ଏଭଳି ନିଷ୍ପତ୍ତିକୁ କିନ୍ତୁ ବିରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

Related story