'ଖେଳ ରତ୍ନ' ଫେରାଇ ଦେବାକୁ ଧମକ ଦେଲେ ବକ୍ସର ବିଜେନ୍ଦର ସିଂହ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା ବିଜେନ୍ଦର ସିଂହ ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏହାସହ ବିଜେନ୍ଦର ‘ଖେଳ ରତ୍ନ’ ପୁରସ୍କାରକୁ ଫେରାଇ ଦେବାକୁ ଧମକ ଦେଇଛନ୍ତି। ବିଜେନ୍ଦର କହିଛନ୍ତି, ଯଦି ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତାହେଲେ ମୁଁ ସରକାରଙ୍କୁ ଖେଳର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ଫେରାଇ ଦେବି। ବିଜେନ୍ଦର କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ବିତ କରିଥିବାରୁ ମୁଁ ଏହି ପୁରସ୍କାର ପାଇଥିଲି। କିନ୍ତୁ […]

vijender

Ranjit Kumar Jena
  • Published: Sunday, 06 December 2020
  • , Updated: 06 December 2020, 07:58 PM IST

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା ବିଜେନ୍ଦର ସିଂହ ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏହାସହ ବିଜେନ୍ଦର 'ଖେଳ ରତ୍ନ' ପୁରସ୍କାରକୁ ଫେରାଇ ଦେବାକୁ ଧମକ ଦେଇଛନ୍ତି। ବିଜେନ୍ଦର କହିଛନ୍ତି, ଯଦି ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତାହେଲେ ମୁଁ ସରକାରଙ୍କୁ ଖେଳର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାର ଫେରାଇ ଦେବି।

ବିଜେନ୍ଦର କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ବିତ କରିଥିବାରୁ ମୁଁ ଏହି ପୁରସ୍କାର ପାଇଥିଲି। କିନ୍ତୁ ଏବେ ସରକାର ଚାଷୀଙ୍କ ସହ ଯେଉଁଭଳି ଡିଲ୍‌ କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଚାଷୀଙ୍କ ସୁବିଧା ପାଇଁ ଯଦି ଆବଶ୍ୟକ ପଡ଼ିବ, ତାହେଲେ ମୁଁ ମୋର 'ଭାରତ ରତ୍ନ' ପୁରସ୍କାର ଫେରାଇ ଦେବି।

ସୂଚନାଯୋଗ୍ୟ, ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ। ବିଜେନ୍ଦରଙ୍କୁ ୨୦୦୯ରେ 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନିତ କରାଯାଇଥିଲେ। ଅନ୍ତର୍ଜାତୀୟ ବକ୍ସିଂ ଛାଡ଼ିବା ପରେ ବିଜେନ୍ଦର ପେସାଦାର ବକ୍ସିଂକୁ ଆପଣାଇଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ୍ ହୋଇ ରାଜନୀତିକୁ ଏଣ୍ଟ୍ରୀ ମାରିଥିଲେ। ସେ ୨୦୧୯ରେ ଦକ୍ଷିଣ ଦିଲ୍ଲୀ ଆସନରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଏଥିରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

ବିଜେନ୍ଦରଙ୍କ ପାର୍ଟି କଂଗ୍ରେସ କୃଷି ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି। ଏହି ଦିନ କଂଗ୍ରେସ ଚାଷୀଙ୍କ ସମର୍ଥନରେ ସବୁ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିବ।

Related story