ଉପନିର୍ବାଚନ ବେଳେ ୟୁପିରେ ଦାଦା ପୁତୁରା କଳିରେ ପଡ଼ିବ ତାଳି!

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ସମୟେ ଦାଦା ପୁତୁରା ପୁଣି କୋଳାକାଳି ହୋଇପାରନ୍ତି। ଦାଦା ଶିବପାଲ ଯାଦବଙ୍କୁ ପୁଣି ଥରେ ସମାଜବାଦୀ ପାର୍ଟିକୁ ଫେରିବା ନେଇ ପରୋକ୍ଷରେ ନିମନ୍ତ୍ରଣ ମିଳିବା ପରେ ଏହି ଆଶା କରାଯାଉଛି। ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ ଶିବପାଲଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିବାକୁ ସେପ୍ଟେମ୍ୱର ୧୩ରେ ଆବେଦନ କରିଛନ୍ତି। ସେ […]

shivpal1

Subhransu Sekhar
  • Published: Monday, 30 September 2019
  • , Updated: 30 September 2019, 05:33 PM IST

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ସମୟେ ଦାଦା ପୁତୁରା ପୁଣି କୋଳାକାଳି ହୋଇପାରନ୍ତି। ଦାଦା ଶିବପାଲ ଯାଦବଙ୍କୁ ପୁଣି ଥରେ ସମାଜବାଦୀ ପାର୍ଟିକୁ ଫେରିବା ନେଇ ପରୋକ୍ଷରେ ନିମନ୍ତ୍ରଣ ମିଳିବା ପରେ ଏହି ଆଶା କରାଯାଉଛି।

ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ ଶିବପାଲଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିବାକୁ ସେପ୍ଟେମ୍ୱର ୧୩ରେ ଆବେଦନ କରିଛନ୍ତି।

ସେ ଗତକାଲି ଶିବପାଲଙ୍କୁ ତାଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ (ପିଏସପିଏଲ)କୁ ସମାଜବାଦୀ ପାର୍ଟି ସହ ମିଶ୍ରଣ କରିବା ପାଇଁ ଆହ୍ୱାନ କରିଛନ୍ତି। ଯଦି ଶିବପାଲ ତାଙ୍କ କଥାରେ ରାଜି ହେବେ ତାହେଲେ ତାଙ୍କ ବିଧାୟକ ପଦକୁ ରଦ୍ଦ କରିବାକୁ ଯେଉଁ ଆବେଦନ ହୋଇଛି ତାହା ପ୍ରତ୍ୟାହାର କରିବେ ବୋଲି ଗୋବିନ୍ଦ କହିଛନ୍ତି।

ସେହିପରି ଗତ ସପ୍ତାହରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଶିବପାଲଙ୍କ ପୁତୁରା ଅଖିଲେଶ ଯାଦବ କହିଥିଲେ ଯେଉଁମାନେ ସମାଜବାଦୀ ପାର୍ଟି ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଦଳ ସ୍ୱାଗତ କରିବ।

ଏହାପରେ ଶିବପାଲ ପ୍ରତିକ୍ରିୟା ରଖି କହିଛନ୍ତି ପରିବାର ଏକାଠି ହେବା ଭଲ କଥା, ହେଲେ କିଛି ଲୋକ ଏକାଠି ହେବାକୁ ଦେଉ ନାହାନ୍ତି ବୋଲି ସେ କହିଛନ୍ତି।

Related story