ନୂଆଦିଲ୍ଲୀ:ପଞ୍ଜାବର ହୋଟେଲ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଖବର। ଏଣିକି ପଞ୍ଜାବରେ ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ଦୂରତା ମଧ୍ୟରେ ହୋଟେଲ, କ୍ଲବ ଏବଂ ବାରରେ ମଦ ମିଳିବ। ସୋମବାର ପଞ୍ଜାବ କ୍ୟବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପଞ୍ଜାବ ଅବକାରୀ ବିଭାଗକୁ ମଞ୍ଜୁରୀ ମିଳିଛି।
ଆଜି କ୍ୟାବିନେଟରେ ପଞ୍ଜାବ ଏକ୍ସାଇଜ୍ ୨୬-ଏକୁ ସଂଶୋଧନ କରାଯାଇଛି। ଯେଉଁଥି ପାଇଁ ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ଦୂରତା ମଧ୍ୟରେ ହୋଟେଲ ଏବଂ ବାରରେ ମଦକୁ ନେଇଥିବା ଥିବା କଟକଣାକୁ ହଟାଇ ଦିଆଯାଇଛି। ହେଲେ ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ଦୂରତାରେ ମଦଦୋକାନ ସ୍ଥାପନକୁ ମନା କରାଯାଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଏ ସମ୍ପର୍କରେ ଆଇନ ପାଇଁ ବିଧାନସଭାରେ ବିଲ୍ ଆଗତ ହେବ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଜାତୀୟ ଏବଂ ରାଜ୍ୟ ରାଜପଥର ୫୦୦ ମିଟର ପରିଧି ମଧ୍ୟରେ ମଦକୁ ବାରଣ କରିଥିଲେ ସୁପ୍ରିମକୋର୍ଟ।
ସୌଜନ୍ୟ: ଅମରଉଜ୍ଜାଲା