ଦୁଇ ଦିନରେ ୫୦୦ କରୋନା ଟିକା ଗାଏବ କରି ଜେଲ୍ ଗଲେ ଫାର୍ମାସିଷ୍ଟ

ନ୍ୟୁୟର୍କ: ୫୦୦ କରୋନା ଟିକା ଗାଏବ କରି ଗିରଫ ହୋଇଛନ୍ତି ଜଣେ ଫାର୍ମାସିଷ୍ଟ। ହସ୍ପିଟାଲର ଫ୍ରିଜରେ ଏହି ଟିକା ଥିବା ବେଳେ ଫାର୍ମାସିଷ୍ଟ ଗାଏବ କରିଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ଫାର୍ମାସିଷ୍ଟ କିନ୍ତୁ କହିଛନ୍ତି ଏହି ଟିକା ଗୁଡ଼ିକ ଖରାପ ହୋଇଯିବାର ସମ୍ଭାବନା ଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯେମିତି ନରହିବ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଫାର୍ମାସିଷ୍ଟ ଜଣଙ୍କ କହିଛନ୍ତି। ଆମେରାକାର ଓ୍ୱିସକୋନସିନ୍ (Wisconsin) ରାଜ୍ୟରେ ଥିବା ଅରୋରା […]

aurora-hospital

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 08:18 PM IST

ନ୍ୟୁୟର୍କ: ୫୦୦ କରୋନା ଟିକା ଗାଏବ କରି ଗିରଫ ହୋଇଛନ୍ତି ଜଣେ ଫାର୍ମାସିଷ୍ଟ। ହସ୍ପିଟାଲର ଫ୍ରିଜରେ ଏହି ଟିକା ଥିବା ବେଳେ ଫାର୍ମାସିଷ୍ଟ ଗାଏବ କରିଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ଫାର୍ମାସିଷ୍ଟ କିନ୍ତୁ କହିଛନ୍ତି ଏହି ଟିକା ଗୁଡ଼ିକ ଖରାପ ହୋଇଯିବାର ସମ୍ଭାବନା ଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯେମିତି ନରହିବ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଫାର୍ମାସିଷ୍ଟ ଜଣଙ୍କ କହିଛନ୍ତି।

ଆମେରାକାର ଓ୍ୱିସକୋନସିନ୍ (Wisconsin) ରାଜ୍ୟରେ ଥିବା ଅରୋରା ହସ୍ପିଟାଲରେ ଏହି ସବୁ ଟିକା ଥିଲା ବୋଲି ଗ୍ରାଫଟନ ପୁଲିସ ସୂଚନା ଦେଇଛି। ଅରୋରା ହସ୍ପିଟାଲ ପୁଲିସକୁ ଲିଖିତ ଭାବରେ କହିଛି ଯେ ଫାର୍ମାସିଷ୍ଟ ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବରେ ଏଭଳି କାମ କରିଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ସଂପୃକ୍ତ ଫାର୍ମାସିଷ୍ଟକୁ ବହିସ୍କୃତ କରିଛନ୍ତି। ପୁଲିସ ଅଭିଯୁକ୍ତ ଫାର୍ମାସିଷ୍ଟର ନାମ ସାର୍ବଜନୀନ କରି ନାହିଁ। ଏବେ ସେ କାଉଣ୍ଟି ଜେଲରେ ରହିଛି। ଫ୍ରିଜରେ ମଡୋର୍ଣ୍ଣା ଟିକା ଥିଲା ବୋଲି ଜଣାପଡ଼ିଛି। ଯାହାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସରକାର ଅନୁମତି ଦେଇଛନ୍ତି।

ତଦନ୍ତ ବେଳେ ଫାର୍ମାସିଷ୍ଟ ଜଣଙ୍କ ଏଭଳି କରିବା ପଛର କାରଣ ଜଣାପଡ଼ିନି। ପୁଲିସ ଉପରିସ୍ଥ ତଦନ୍ତକାରୀ ସଂସ୍ଥାଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇଛି। ସୂଚନାଯୋଗ୍ୟ, ସାରା ବିଶ୍ୱରେ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ରହିଛି।

Related story