ଦିନକରେ ସର୍ବାଧିକ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତ ଏବଂ ଆରୋଗ୍ୟ ହାର ବୃଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯,୫୫୭ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି । ଏହାଫଳରେ ଚିକିତ୍ସାଧୀନ ଓ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୩,୫୬,୪୩୯ ପହଞ୍ଚିଛି। କେନ୍ଦ୍ର, ରାଜ୍ୟ […]

corona-3.1

Subhransu Sekhar
  • Published: Thursday, 23 July 2020
  • , Updated: 23 July 2020, 08:07 PM IST

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତ ଏବଂ ଆରୋଗ୍ୟ ହାର ବୃଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯,୫୫୭ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି । ଏହାଫଳରେ ଚିକିତ୍ସାଧୀନ ଓ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୩,୫୬,୪୩୯ ପହଞ୍ଚିଛି।

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି। ଏଭଳି ସମନ୍ଵିତ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର ଖୁବ କମ ରହିଛି । ଏହା ୨.୪୧ ପ୍ରତିଶତ ଥିବା ବେଳେ କ୍ରମଶଃ ଦ୍ରୁତ ହ୍ରାସ ପାଉଛି। ଏହାଫଳରେ ପ୍ରକୃତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ୪,୨୬,୧୬୭ ଜଣ ସକ୍ରିୟ ରୋଗୀ ଅଛନ୍ତି।

Related story