ନୂଆଦିଲ୍ଲୀ: ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନ୍ଙ୍କ ନାଁରେ ତାଙ୍କ ନିଜ ବୋହୂ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ମନୋଜ ସୋକିନ୍ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପଶ୍ଚିମ ବିହାର ଥାନାରେ ଅଭିଯୋଗ କରିଛନ୍ତି ଏହି ମହିଳା। ସୂଚନାଯୋଗ୍ୟ, ମନୋଜ୍ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍ଗ୍ଲୋଇ ବିଧାନସଭା ସିଟ୍ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ପୁଲିସ୍ ସୂଚନା ଅନୁଯାୟୀ, ମନୋଜ ୨୦୧୮ ଡିସେମ୍ବର୍ ୩୧ ଏବଂ ୨୦୧୯ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରିରେ ବନ୍ଧୁକ ଦେଖାଇ ଏଭଳି କୁକର୍ମ କରିଥିଲେ। ୨୦୧୮ ଡିସେମ୍ବର୍ ୩୧ରେ ମହିଳା ଜଣକ ତାଙ୍କ ସ୍ୱାମୀ ଓ କିଛି ସମ୍ପର୍କୀୟଙ୍କ ସହିତ ଏକ ହୋଟେଲ୍ରେ ନୂଆବର୍ଷ ପାଳନ କରି ଫେରିବା ପରେ ନିଜ ରୁମ୍ରେ ଶୋଇବାକୁ ଯାଇଥିଲେ। ତାଙ୍କ ସ୍ୱାମୀ ସାଙ୍ଗମାନଙ୍କ ସହିତ ବାହାରକୁ ଚାଲିଯାଇଥିଲେ। ରାତି ପ୍ରାୟ ଦେଢ଼ଟା ପରେ କିଛି କଥା ଅଛି ବୋଲି କହି ମନୋଜ୍ ତାଙ୍କ ବୋହୂଙ୍କୁ କବାଟ ଖୋଲିବାକୁ କହିଥିଲେ।
କବାଟ ଖୋଲିବା ପରେ ବୋହୂଙ୍କ ସହିତ ଅଶାଳୀନ ବ୍ୟବହାର କରିଥିଲେ ମନୋଜ। ବୋହୂ ଏହାର ବିରୋଧ କରିବାରୁ ମନୋଜ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି ବୋଲି ପୁଲିସ୍ ସୂଚନା ଦେଇଛି। ଏହି ବିଜେପି ନେତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୭୬ ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।