ନୃଶଂସ ମା'; ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ କଲା ଏମିତି କାମ

ମୁମ୍ବାଇ: ମା’ ହେବା ପ୍ରତିଟି ନାରୀ ପାଇଁ ସୌଭାଗ୍ୟର କଥା। ଯେତେବେଳେ ଜଣେ ମା’ ନବଜାତ ଶିଶୁକୁ ଜନ୍ମଦିଏ, ସେତେବେଳେ ତା’ର ଖୁସି ନକହିଲେ ସରେ। ତେଣିକି ଶିଶୁଟି ପୁଅ ହେଉ କି ଝିଅ। ନବଜାତ ସର୍ବଦା ସମସ୍ତଙ୍କ ମନରେ ଖୁସି ଆଣିଥାଏ। କିନ୍ତୁ ସେହି ମା’ ଯଦି ନିଜ ଶିଶୁର ଜୀବନ ନେଇଯିବ, ତା’ଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ ମହାରାଷ୍ଟ୍ରର ବାରାମତୀରେ, ଯେଉଁଠାରେ ଜଣେ […]

child

Ranjit Kumar Jena
  • Published: Monday, 30 November 2020
  • , Updated: 30 November 2020, 09:19 AM IST

ମୁମ୍ବାଇ: ମା' ହେବା ପ୍ରତିଟି ନାରୀ ପାଇଁ ସୌଭାଗ୍ୟର କଥା। ଯେତେବେଳେ ଜଣେ ମା' ନବଜାତ ଶିଶୁକୁ ଜନ୍ମଦିଏ, ସେତେବେଳେ ତା'ର ଖୁସି ନକହିଲେ ସରେ। ତେଣିକି ଶିଶୁଟି ପୁଅ ହେଉ କି ଝିଅ। ନବଜାତ ସର୍ବଦା ସମସ୍ତଙ୍କ ମନରେ ଖୁସି ଆଣିଥାଏ। କିନ୍ତୁ ସେହି ମା' ଯଦି ନିଜ ଶିଶୁର ଜୀବନ ନେଇଯିବ, ତା'ଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ ମହାରାଷ୍ଟ୍ରର ବାରାମତୀରେ, ଯେଉଁଠାରେ ଜଣେ ମା' ତା'ର ଶିଶୁକନ୍ୟାକୁ ପାଣିରେ ବୁଡ଼ାଇ ମାରିଦେଇଛି।

ତେବେ ମହିଳା ଜଣକ କାହିଁକି ଏମିତି ନୃଶଂସ କାମ କଲେ। ଏହା ପଛର କାରଣ ହେଉଛି ଶିଶୁକନ୍ୟା। ମହିଳା ଜଣକ ଏକ ପୁତ୍ର ସନ୍ତାନ ଆଶାରେ ଥିଲେ, କିନ୍ତୁ କ୍ରମାଗତ ତୃତୀୟଥର ଶିଶୁକନ୍ୟା ଜନ୍ମ ହେବାରୁ ସେ ଭୀଷଣ ରାଗି ଯାଇଥିଲେ। ଯେଉଁକାରଣରୁ ମହିଳା ଜଣକ ଏଭଳି ହୀନ କାମ କରିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨ ମାସ ହେବ ମହିଳା ନିଜ ମା'ଙ୍କ ଘରେ ରହୁଥିଲେ। ଅନ୍ୟପଟେ ପତ୍ନୀଙ୍କ ଦ୍ୱାରା ଏହି ଅପରାଧ କଥା ଶୁଣି ପତି ସ୍ତବ୍ଧ ହୋଇପଡ଼ିଛନ୍ତି। ପୁଲିସର କହିବା ଅନୁଯାୟୀ, ମହିଳା ଜଣକ ଶିଶୁକନ୍ୟା ଜନ୍ମ ହେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମହିଳାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇଛି। ବର୍ତ୍ତମାନ ପୁଲିସ୍ ଏହି ମାମଲାର ତଦନ୍ତ କରୁଛି।

Related story