ଅହମ୍ମଦାବାଦ: ସାଇବର ଫ୍ରଡର ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଅନଲାଇନ୍ ଫ୍ରଡ୍ରେ ୩୫ ହଜାର ଟଙ୍କା ହରାଇଛନ୍ତି। ସେ ଏକ ଅର୍ଡର ନପାଇବାରୁ ରିଫଣ୍ଡ ପାଇଁ ଆବେଦନ କରିଥିଲେ। କିନ୍ତୁ ଏହା ତାଙ୍କୁ ମହଙ୍ଗା ପଡ଼ିଛି।
ରିଚା ଆମିନ ନାମକ ଏହି ମହିଳା ଟ୍ରାଭେଲ ବ୍ୟବସାୟ ଚଲାନ୍ତି ଏବଂ ତାଙ୍କ ସ୍ୱାମୀଙ୍କର ପୋଷାକ ବ୍ୟବସାୟ ରହିଛି। ଜୁଲାଇ ୧ ରେ ସେ ୧୯୯ ଟଙ୍କାର ପ୍ୟାଣ୍ଟ ମଗାଇଥିଲେ। ଜୁଲାଇ ୮ରେ ଏହା ନମିଳିବାରୁ ସାଇଟ୍କୁ ମେଲ କରିଥିଲେ। ପରେ କଷ୍ଟମର କେୟାର ଏବଂ ସୋଶାଲ ମିଡିଆରେ ଯୋଗାଯୋଗ କରିଥିଲେ।
ଏଥିରୁ ତାଙ୍କୁ ୱେବସାଇଟ୍ କଷ୍ଟମର ସଫୋର୍ଟ ନମ୍ବର ମିଳିଥିଲା। ସେପଟୁ ଉତ୍ତର ଆସିଥିଲା ଷ୍ଟକ୍ ସରିଯାଇଛି, ଏନି ଡେସ୍କ ଆପ୍ ଇନଷ୍ଟଲ କଲେ ରିଫଣ୍ଡ ହୋଇପାରିବ ବୋଲି କୁହାଯାଇଥିଲା। ଏହାପରେ ଠକ ଏହି ମହିଳାଙ୍କୁ ଡେବିଟ୍ କାର୍ଡ ନମ୍ବର ମାରିବାକୁ କହିଥିଲେ। ଡିଟେଲ୍ସ ଦେବାପରେ ୩୪,୯୦୭ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଗୋଲ ହୋଇଯାଇଥିଲା। ଏଭଳି ଅନ୍ୟ ଏକ ଘଟଣାରେ ମୁମ୍ବାଇର ଜଣେ ଶିକ୍ଷକ ୧.୦୨ ଲକ୍ଷ ଟଙ୍କା ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।