ଓଜନ ହ୍ରାସ ନିଶା ମହଙ୍ଗା ପଡ଼ିଲା, ସାଂଘାତିକ ରୋଗରେ ଆକ୍ରାନ୍ତ ହେଲେ ମହିଳା

ଜେରୁସଲେମ : ସୁସ୍ଥ  ଓ ନିରୋଗ ରହିବା ସହ ସ୍ଲିମ୍‌  ଦେଖାଯିବା ଆଜିକାଲି ଫ୍ୟାଶନରେ ପରିଣତ ହେଲାଣି। ଏଥିଲାଗି ଯୁବବର୍ଗ ଡାଏଟ ଚାର୍ଟ କରି ଏହାକୁ କଡ଼ାକଡ଼ି ପାଳନ କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ଭଲ ଫିଗର୍‌ ପାଇବା ଆଶାରେ ଖାଇବା ଛାଡ଼ି ଦେଇଥିବା ଜଣେ ମହିଳା ଏବେ ସାଂଘାତିକ ବେମାରରେ  ପଡ଼ିଛନ୍ତି। ଏଥିଯୋଗୁ ମହିଳାଜଣକ କୁପୋଷଣର ଶିକାର ହୋଇଥିବା ବେଳେ ତାଙ୍କ ମସ୍ତିଷ୍କ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ମହିଳାଜଣକ କୋମାକୁ ପଳାଇଥିବା […]

juice-5

Niharika Rout
  • Published: Tuesday, 16 April 2019
  • , Updated: 16 April 2019, 09:59 AM IST

ଜେରୁସଲେମ : ସୁସ୍ଥ  ଓ ନିରୋଗ ରହିବା ସହ ସ୍ଲିମ୍‌  ଦେଖାଯିବା ଆଜିକାଲି ଫ୍ୟାଶନରେ ପରିଣତ ହେଲାଣି। ଏଥିଲାଗି ଯୁବବର୍ଗ ଡାଏଟ ଚାର୍ଟ କରି ଏହାକୁ କଡ଼ାକଡ଼ି ପାଳନ କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ଭଲ ଫିଗର୍‌ ପାଇବା ଆଶାରେ ଖାଇବା ଛାଡ଼ି ଦେଇଥିବା ଜଣେ ମହିଳା ଏବେ ସାଂଘାତିକ ବେମାରରେ  ପଡ଼ିଛନ୍ତି।

ଏଥିଯୋଗୁ ମହିଳାଜଣକ କୁପୋଷଣର ଶିକାର ହୋଇଥିବା ବେଳେ ତାଙ୍କ ମସ୍ତିଷ୍କ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ମହିଳାଜଣକ କୋମାକୁ ପଳାଇଥିବା ବେଳେ ଏବେ ତାଙ୍କ ଚିକିତ୍ସା ଚାଲିଛି। ଏପରି ଘଟଣା ଘଟିଛି ଇସ୍ରାଏଲରେ।

ଇସ୍ରାଏଲର ଏକ ନ୍ୟୁଜ ଚ୍ୟାନେଲ ମୁତାବକ,  ଜଣେ ୪୦ ବର୍ଷୀୟା ମହିଳା ଏଠାକାର ଏକ ମେଡ଼ିକାଲ ସେଣ୍ଟରରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ବିଭିନ୍ନ ପରୀକ୍ଷା ପରେ ଡାକ୍ତରମାନେ କହିଛନ୍ତି ଯେ, ମହିଳାଜଣକ ୩ ସପ୍ତାହ ହେବ କେବଳ ପାଣି ଓ ଜୁସ୍‌ ପିଇ ବଞ୍ଚିଥିଲେ।

ଅନ୍ୟ କୌଣସି ଖାଦ୍ୟ ଖାଉ ନ ଥିବାରୁ ମହିଳାଙ୍କ ମସ୍ତିଷ୍କ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ  ମହିଳାଙ୍କ ଶରୀରରେ ସୋଡ଼ିୟମ ମାତ୍ରା ଅସନ୍ତୁଳନ ହେବା ସହ ଓଜନ ହ୍ରାସ ପାଇ ୪୦ କେଜିରୁ କମ୍‌ରେ ପହଞ୍ଚିଲାଣି।

ଡାକ୍ତରଙ୍କ କହିବାନୁଯାୟୀ, ଦୀର୍ଘ ଦିନ ପର୍ଯ୍ୟନ୍ତ ତରଳ ପଦାର୍ଥ ସେବନ ଦ୍ୱାରା ମହିଳାଜଣଙ୍କ କୁପୋଷଣର ଶିକାର ହୋଇଛନ୍ତି। ଫଳରେ ତାଙ୍କ ମସ୍ତିଷ୍କର ସ୍ଥାୟୀ ରୂପେ କ୍ଷତି ଘଟିଛି। ତାଙ୍କର ଚିକିତ୍ସା ଜାରି ରହିଥିଲେ ମଧ୍ୟ ସେପରି ଆଶାନୁରୂପ ଫଳ ମିଳିବ ନାହିଁ ବୋଲି ଡାକ୍ତରୀ

Related story