ସଲାମ ସୁନିତା: ସୁରକ୍ଷା ବଳୟ ଭାଙ୍ଗି ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇଲେ

ଶ୍ରୀନଗର: ସ୍ୱାଧୀନତା ଦିବସ ଉପଲକ୍ଷେ ଶ୍ରୀନଗରର ଲାଲଚୌକରେ ଜଣେ ମହିଳାଙ୍କ ଦ୍ୱାରା ଜାତୀୟ ପତାକା ଉଡ଼େଇବା, ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍‌ ନାରା ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାରା ଦେଶ ମହିଳାଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛି। ଏଥିରେ ବି ସାମିଲ ହୋଇଛନ୍ତି କ୍ରିକେଟର ସୁରେଶ ରାଇନା। ସେ ଟ୍ୱିଟ୍‌ କରି ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ତାଙ୍କ ଉଦ୍ୟମକୁ ସଲାମ କରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି […]

sunita_arora

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 07:56 PM IST

ଶ୍ରୀନଗର: ସ୍ୱାଧୀନତା ଦିବସ ଉପଲକ୍ଷେ ଶ୍ରୀନଗରର ଲାଲଚୌକରେ ଜଣେ ମହିଳାଙ୍କ ଦ୍ୱାରା ଜାତୀୟ ପତାକା ଉଡ଼େଇବା, ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍‌ ନାରା ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାରା ଦେଶ ମହିଳାଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛି। ଏଥିରେ ବି ସାମିଲ ହୋଇଛନ୍ତି କ୍ରିକେଟର ସୁରେଶ ରାଇନା। ସେ ଟ୍ୱିଟ୍‌ କରି ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ତାଙ୍କ ଉଦ୍ୟମକୁ ସଲାମ କରିଛନ୍ତି।

ଏହି ମହିଳା ଜଣକ ହେଉଛନ୍ତି କାଶ୍ମୀର ପଣ୍ଡିତ ସୁନିତା ଅରୋରା। ତ୍ରିରଙ୍ଗା ଉଡାଇବା ସହ ଦିଗଭ୍ରଷ୍ଟ ଯୁବବର୍ଗକୁ ସମାଜର ମୁଖ୍ୟଧାରାକୁ ଆଣିବାକୁ ସେ ଏକ ଛୋଟ ଉଦ୍ୟମ କରିଛନ୍ତି। ଏହି ଭିଡିଓଟି ମାତ୍ର ୪୫ ସେକେଣ୍ଡର।

ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଲାଲଚୌକରେ ତ୍ରିରଙ୍ଗା ଉଡାଇବାକୁ ଉଦ୍ୟମ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀ ବିଜେପିର ପ୍ରାୟ ୨୦୦ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା।

ତ୍ରିରଙ୍ଗା ଉଡ଼ାଇ ଶ୍ରୀନଗର ଫେରିବା ପରେ ସୁନିତା କହିଛନ୍ତି-“ଏହି ଐତିହାସିକ ସ୍ଥାନରେ ତ୍ରିରଙ୍ଗା ଉଡ଼ାଇବାକୁ ମୋତେ ୨୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ପାର ହେବାକୁ ପଡ଼ିଥିଲା। ପୋଲିସ୍‌ ଛାଉଣୀରେ ପରିଣତ ହୋଇଥିବା ଏହି ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇ ମୁଁ ନିଜକୁ ଗୌରାବନ୍ୱିତ ମନେ କରୁଛି। ସେଠାକୁ ଯିବା ବେଳେ ମୁଁ ପର୍ସରେ ତ୍ରିରଙ୍ଗାକୁ ଲୁଚାଇ ନେଇଥିଲି।”

ଏହାର ଭିଡିଓ ଫେସ୍‌ବୁକ ଓ ଟ୍ୱିଟ୍‌ରରେ ଆସିବା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ଲୋକେ ତାଙ୍କ ଭିଡିଓରେ ଲାଇକ୍‌ ଦେବା ସହ ବହୁ ସଂଖ୍ୟାରେ ସେୟାର କରୁଛନ୍ତି।

Related story