ଏଠି ଯୁବତୀମାନଙ୍କ କେଶର ଲମ୍ବ ୨ ମିଟର, ସ୍ୱାମୀ ନିଅନ୍ତି ଯୌତୁକ

ଚୀନର ମହିଳାମାନେ ନିଜର ସୁନ୍ଦର ଚେହେରା ‌ଓ କେଶ ପାଇଁ ପରିଚିତ ହୋଇଥାନ୍ତି। କିନ୍ତୁ ଏହି ଦେଶର ଏକ ପୁରୁଣା ଗାଁ ରହିଛି  ଯେଉଁଠି ମହିଳାମାନଙ୍କ କେଶ ୧.୫ମିଟରରୁ ୨ମିଟର ପର୍ଯ୍ୟନ୍ତ ଲମ୍ବା ଦେଖିବାକୁ ମିଳିଥାଏ।  ଚୀନର ଏହି ଗାଁ ‘ଲଙ୍ଗ୍‌ ହେୟାର’ ଭିଲେଜ ନାମରେ ପରଚିତ। ଏଠି ମହିଳାମାନେ ଜନ୍ମରୁ କେଶ କାଟନ୍ତି ନାହିଁ ।  ଝିଅକୁ ୧୮ବର୍ଷ ପୁରିରିଲେ କେଶ କଟାଯାଇଥାଏ। ଏହାର ଅର୍ଥ ଝିଅର ବିବାହ ବୟସ ହୋଇଗଲା ବୋଲି ବୁଝାଯାଏ। କଟାକେଶକୁ […]

hair

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 05:38 PM IST

ଚୀନର ମହିଳାମାନେ ନିଜର ସୁନ୍ଦର ଚେହେରା ‌ଓ କେଶ ପାଇଁ ପରିଚିତ ହୋଇଥାନ୍ତି। କିନ୍ତୁ ଏହି ଦେଶର ଏକ ପୁରୁଣା ଗାଁ ରହିଛି  ଯେଉଁଠି ମହିଳାମାନଙ୍କ କେଶ ୧.୫ମିଟରରୁ ୨ମିଟର ପର୍ଯ୍ୟନ୍ତ ଲମ୍ବା ଦେଖିବାକୁ ମିଳିଥାଏ।  ଚୀନର ଏହି ଗାଁ 'ଲଙ୍ଗ୍‌ ହେୟାର' ଭିଲେଜ ନାମରେ ପରଚିତ। ଏଠି ମହିଳାମାନେ ଜନ୍ମରୁ କେଶ କାଟନ୍ତି ନାହିଁ ।  ଝିଅକୁ ୧୮ବର୍ଷ ପୁରିରିଲେ କେଶ କଟାଯାଇଥାଏ। ଏହାର ଅର୍ଥ ଝିଅର ବିବାହ ବୟସ ହୋଇଗଲା ବୋଲି ବୁଝାଯାଏ। କଟାକେଶକୁ ଝିଅର ଜେଜେମା' ସଜାଇ ଏକ ଡ଼ବାରେ ରଖିଥାନ୍ତି । ଯାହାକୁ ଝିଅ ବାହାଘରରେ ଯୌତୁକ ଆକାରରରେ ଦିଆ ଯାଇଥାଏ। ଝିଅ ସେ କେଶକୁ ନେଇ ନିଜର ସ୍ୱାମୀକୁ ଉପହାର ସ୍ୱରୂପ ଦେଇଥାଏ। ପ୍ରଥମେ ଏହି ଗାଁର ମହିଳାମାନେ କେଶକୁ କେବଳ ସ୍ୱାମୀ ଏବଂ ଛୁଆଙ୍କୁ ଦେଖାଇବାର ଅଧିକାର ଥିଲା । ଅନ୍ୟ ଲୋକମାନଙ୍କ ସାମ୍ନାରେ ଦେଖାଇବା ମନା ଥିଲା।

ଯଦି ଭୁଲ୍‌ରେ ବି କେହି ବାହାର ପୁରୁଷ ମହିଳାଙ୍କ କେଶକୁ ଦେଖିଦିଅନ୍ତି ତେବେ ସେହି ପୁରୁଷ ୩ବର୍ଷ ପାଇଁ ମହିଳାଙ୍କ ଜ୍ୱାଇଁ ହୋଇ ତାଙ୍କ ସହ ରହିବାକୁ ପଡ଼ୁଥିଲା। କିନ୍ତୁ ୧୯୮୦ ମସିହାରେ ଚୀନରେ ଏହି ମହିଳା ମାନଙ୍କର ଲମ୍ବା କେଶକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲା। ଏଥିରେ ଫାଇଦା ହେବାରୁ ମହିଳାଙ୍କ କେଶକୁ ଲୁଚାଇ ରଖିବାର ପ୍ରଥା ବନ୍ଦ ହୋଇଗଲା। ଏହି ଗାଁରେ ପ୍ରତିବର୍ଷ ମାର୍ଚ୍ଚ ୩ରେ 'ଲଙ୍ଗ୍‌ ହେୟାର ଫେଷ୍ଟିଭାଲ୍‌' ପାଳନ କରାଯାଏ। ଯେଉଁଥିରେ ମହିଳାମାନେ ଗୀତ ଗାଇ ନାଚି ନାଚି ନିଜ ଲମ୍ବା ସୁନ୍ଦର କେଶକୁ ପ୍ରଦର୍ଶନ କରିଥାନ୍ତି।

ତାଙ୍କର ଏହି ପ୍ରଦର୍ଶନ ଦେଖିବା ପାଇଁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ଏହି କେଶ ପ୍ରଦର୍ଶନ କେବଳ ବିବାହିତା ମହିଳାମାନେ ହିଁ କରିଥାନ୍ତି। କୁଆଁରୀ ଝିଅମାନେ ସର୍ବପ୍ରଥମେ ନିଜ କେଶ ସ୍ୱାମୀଙ୍କୁ ହିଁ ଦେଖାଇଥାନ୍ତି। ଏଠିକାର ମହିଳାମାନଙ୍କ ପାଇଁ କେଶ ତାଙ୍କ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଠାରେ ୮୦ ବର୍ଷ ପୂର୍ବରୁ ମହିଳାଙ୍କ କେଶ ପାଚେ ନାହିଁ।

ଆହୁରି ମଧ୍ୟ ମହିଳାମାନଙ୍କ ହେୟାର ଷ୍ଟାଇଲ୍‌ରୁ ସେମାନଙ୍କ ଜୀବନ ବିଷୟରେ ଜଣା ପଡ଼ିଥାଏ। ଯେଉଁ ମହିଳା ମାନଙ୍କର ସନ୍ତାନ ଥାଏ ସେମାନେ ମଥା ଉପରେ ବେଣୀ ବାନ୍ଧିଥାଆନ୍ତି। ଯେଉଁ ମହିଳାଙ୍କର ସନ୍ତାନ ନ ଥାଏ ସେମାନେ ମୁଣ୍ଡର ଚାରିପଟେ ନିଜ କେଶକୁ ଗୁଡ଼ାଇ ରଖିଥାନ୍ତି। ଚାଇନାର ଏହି ମହିଳାଙ୍କର ଲମ୍ବା କେଶ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡ଼ରେ ନାଁ ରହିଛି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ। ଏମାନଙ୍କର କେଶ ଏତେ ଲମ୍ବା କିପରି ହେଉଛି ? ନିଜ କେଶକୁ ଲମ୍ବା କରିବା ପାଇଁ ଚୀନର ମହିଳାମାନେ ଚାଉଳ ପାଣିକୁ ସାମ୍ପୁ ହିସାବରେ ବ୍ୟବହାର କରିଥାନ୍ତି ଏବଂ ପରେ କେଶକୁ ନଦୀ ପାଣିରେ ଧୋଇଥାନ୍ତି।

Related story