ଆଗକୁ ଘରେ ରହି କାମ କରିବା ପ୍ରକ୍ରିୟା ନିୟମିତ ହେବ!

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଛି। ଅନେକ କମ୍ପାନୀ କିନ୍ତୁ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ କି ଏ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କହିଛନ୍ତି ଘରେ ରହି କାମ କରିବା ପ୍ରକ୍ରିୟା ମଜବୁତ ହୋଇଛି। ଏହାକୁ ସ୍ଥାୟୀ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ସେହିଭଳି ସଂପୃକ୍ତ ଗଣମାଧ୍ୟମ ଜୁମ୍ […]

Ravi_Shankar_Prasad

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 06:16 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଛି। ଅନେକ କମ୍ପାନୀ କିନ୍ତୁ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ କି ଏ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କହିଛନ୍ତି ଘରେ ରହି କାମ କରିବା ପ୍ରକ୍ରିୟା ମଜବୁତ ହୋଇଛି। ଏହାକୁ ସ୍ଥାୟୀ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।

ସେହିଭଳି ସଂପୃକ୍ତ ଗଣମାଧ୍ୟମ ଜୁମ୍ ଆପକୁ ନେଇ ମଧ୍ୟ ପ୍ରଶ୍ନ କରିଛି। ଜବାବରେ ମନ୍ତ୍ରୀ କହିଛନ୍ତି, ଜୁମ୍ ଆପର ବିକଳ୍ପ ଭାରତରେ ଖୋଜିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଛୋଟ ବଡ଼ ମୋଟ୍ ୩,୦୦୦ କମ୍ପାନୀ ଏଥିପାଇଁ ଆବେଦନ କରିଛନ୍ତି। ସେହିଭଳି ଆଇଟି ପ୍ରଡକ୍ଟ ତିଆରି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।

ଏହାବାଦ୍ ନ୍ୟାଶନାଲ ଇନଫୋର୍ମେଟିକ୍ସ ସେଣ୍ଟର (ଏନଆଇସି) ଏବଂ ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ (ସିଡିଓଟି)ର ମିଳିତ ଉଦ୍ୟମରେ ଇଣ୍ଡିଆନ୍ ହ୍ୱାଟସଆପ୍ ତିଆରି ଚାଲିଛି ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।

Related story