କ୍ଷୀରରେ ଗଧୋଇଲେ, ଭିଡିଓ ଭାଇରାଲ୍‌ ହେବା ପରେ ଗିରଫ ହେଲେ

ନୂଆଦିଲ୍ଲୀ: କ୍ୟାଲସିୟମ୍, ଆୟୋଡିନ, ପୋଟାସିୟମ, ଫସଫରସ୍ ଓ ଭିଟାମିନ୍-ଡି ଆଦି ଗୁଣରେ ଭରପୂର କ୍ଷୀର ଆମ ଶରୀର ପାଇଁ ବହୁତ ଉପଯୋଗୀ। ଏହାର ସେବନ କରିବା ଆମକୁ ଯେଉଁସବୁ ଫାଇଦା ହୋଇଥାଏ, ତାହା ସମସ୍ତଙ୍କୁ ଭଲଭାବେ ଜଣା। ଅନେକ ଲୋକେ ପ୍ୟାକେଟରେ ବିକ୍ରି ହେଉଥିବା କ୍ଷୀର ବ୍ୟବହାର କରନ୍ତି। କିନ୍ତୁ ଏବେ ସୋଶାଲ୍‌ ମିଡିଆରେ ତୁର୍କୀର ଏକ କ୍ଷୀର ଫ୍ୟାକ୍ଟ୍ରିର ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। Tarım ve […]

viral

Ranjit Kumar Jena
  • Published: Monday, 09 November 2020
  • , Updated: 09 November 2020, 08:08 PM IST

ନୂଆଦିଲ୍ଲୀ: କ୍ୟାଲସିୟମ୍, ଆୟୋଡିନ, ପୋଟାସିୟମ, ଫସଫରସ୍ ଓ ଭିଟାମିନ୍-ଡି ଆଦି ଗୁଣରେ ଭରପୂର କ୍ଷୀର ଆମ ଶରୀର ପାଇଁ ବହୁତ ଉପଯୋଗୀ। ଏହାର ସେବନ କରିବା ଆମକୁ ଯେଉଁସବୁ ଫାଇଦା ହୋଇଥାଏ, ତାହା ସମସ୍ତଙ୍କୁ ଭଲଭାବେ ଜଣା। ଅନେକ ଲୋକେ ପ୍ୟାକେଟରେ ବିକ୍ରି ହେଉଥିବା କ୍ଷୀର ବ୍ୟବହାର କରନ୍ତି। କିନ୍ତୁ ଏବେ ସୋଶାଲ୍‌ ମିଡିଆରେ ତୁର୍କୀର ଏକ କ୍ଷୀର ଫ୍ୟାକ୍ଟ୍ରିର ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯିବେ।

https://twitter.com/nedenttoldu/status/1324343683064467462?s=20

ଭାଇରାଲ୍ ହୋଇଥିବା ଏହି ଭିଡିଓ ଜଣେ ବ୍ୟକ୍ତି ଫ୍ୟାକ୍ଟ୍ରିରେ କ୍ଷୀରରେ ଉବୁଟୁବୁ ଏକ ଟବରେ ଗାଧୋଉ ଛନ୍ତି। ବ୍ୟକ୍ତି ଜଣକ ଏହି ଭିଡିଓକୁ ଟିକ୍ ଟିକ୍ କରି ଖୁବ୍ ଭାଇରାଲ୍ କରିଛନ୍ତି। ଏହି ଭିଡିଓ ତୁର୍କୀର ସେଣ୍ଟ୍ରାଲ୍ ଆନାଟୋଲିଆନ୍ ଅଞ୍ଚଳର ହୋଇଥିବା କୁହାଯାଉଛି। ଯେଉଁ କ୍ଷୀରରେ ବ୍ୟକ୍ତିଜଣକ ଗାଧୋଉଛନ୍ତି, ସେହି କ୍ଷୀରକୁ ଏକ ପ୍ଲାଷ୍ଟିକରେ ପ୍ୟାକ୍ କରାଯାଇ ବଜାରକୁ ଛଡ଼ାଯାଏ। ଭିଡିଓ କରିଥିବା ବ୍ୟକ୍ତି ଜଣଙ୍କର ପରିଚୟ ଜଣାପଡ଼ିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଏହା ସହ ପୁଲିସ୍ ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି।

ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ନେଇ ଫ୍ୟାକ୍ଟ୍ରି ସଫେଇ ଦେଇ କହିଛି, କର୍ମଚାରୀମାନେ କମ୍ପାନୀକୁ ବଦନାମ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓରେ ବ୍ୟକ୍ତିଜଣକ ଯେଉଁ ଟବରେ ଗାଧୋଉଛନ୍ତି, ସେଥିରେ କ୍ଷୀର ନୁହେଁ ବରଂ ସର୍ଫ ଓ ପାଣି ରହିଛି। ଏଭଳି ହୀନ ପ୍ରାଙ୍କର ଭିଡିଓର ଉଦ୍ଦେଶ୍ୟ ହେଉଛି କେବଳ କମ୍ପାନୀକୁ ବଦନାମ କରିବା। ଏହି ମାମଲାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ମାମଲାର ତଦନ୍ତ ଚାଲିବା ପର୍ଯ୍ୟନ୍ତ ଫ୍ୟାକ୍ଟ୍ରିକୁ ବନ୍ଦ କରିଦେଇଛି।

Related story