କରୋନା ଯୋଗୁ ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହେବ ବିଶ୍ୱ

ଲଣ୍ଡନ: କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଲକଡାଉନ ମଧ୍ୟରେ ବନ୍ଦ ହୋଇଯାଇଛି। କରୋନା ବିପତ୍ତି ଟଳିବା ପରେ ସାରା ବଶ୍ୱବାସୀ ଅନେକ ବଡ଼ବଡ଼ ଜଟିଳ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି ଜାତିସଂଘ ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି। କରୋନା ପରେ ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ଥିଲେ ମଧ୍ୟ କୋଟି କୋଟି ଲୋକ ଖାଇବାକୁ ପାଇବେ ନାହିଁ। […]

ds

Hemant Lenka
  • Published: Wednesday, 22 April 2020
  • , Updated: 22 April 2020, 06:01 PM IST

ଲଣ୍ଡନ: କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଲକଡାଉନ ମଧ୍ୟରେ ବନ୍ଦ ହୋଇଯାଇଛି। କରୋନା ବିପତ୍ତି ଟଳିବା ପରେ ସାରା ବଶ୍ୱବାସୀ ଅନେକ ବଡ଼ବଡ଼ ଜଟିଳ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ କରି ଜାତିସଂଘ ସମସ୍ତ ରାଷ୍ଟ୍ରକୁ ସତର୍କ କରାଇଛି।

କରୋନା ପରେ ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ଥିଲେ ମଧ୍ୟ କୋଟି କୋଟି ଲୋକ ଖାଇବାକୁ ପାଇବେ ନାହିଁ। ସମଗ୍ର ବିଶ୍ୱରେ ଦୁର୍ଭିକ୍ଷ ଭଳି ସ୍ଥିତି ହେବ। ବର୍ତ୍ତମାନ ତୁଳନାରେ ଅତିରିକ୍ତ ୧୩୦ ନିୟୁତ ବା ୧୩ କୋଟି ଲୋକ ସବୁଠାରୁ ଅଧିକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇ ଜୀବନ ହରାଇବାର ଆଶଙ୍କା ମଧ୍ୟ ରହିଛି।

ବିଶ୍ୱର ୩୬ରୁ ଅଧିକ ରାଷ୍ଟ୍ର ଖାଦ୍ୟାଭାବ ସଙ୍କଟର ସବୁଠାରୁ ଭୟଙ୍କର ସ୍ଥିତର ସମ୍ମୁଖୀନ ହେବେ। ଜାତିସଂଘର ଫୁଡ ରିଲିଫ ଏଜେନ୍ସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଥିପାଇଁ ସମସ୍ତ ରାଷ୍ଟ୍ରକୁ ସତର୍କ ରହିବା ପାଇଁ କହିଛନ୍ତି।

ସେ କହିଛନ୍ତି, କରୋନା ଯୋଗୁ ଦୁର୍ଭିକ୍ଷ ସ୍ଥିତିର ସମ୍ମୁଖୀନ ହେବାକୁ ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ୧୦ଟି ଦେଶରେ ଏବେଠାରୁ ୧ ନିୟୁତରୁ ଅଧିକ ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଲେଣି। ଆର୍ଥିକ ମାନ୍ଦାବସ୍ଥା, ସହାୟତାର ଅଭାବ ଓ ତୈଳ ଦର ଭୁଶୁଡ଼ି ପଡ଼ିବା ଯୋଗୁ ଖାଦ୍ୟ ସଙ୍କଟ ସ୍ଥିତି ସୃଷ୍ଟି ହେବ। ତେଣୁ ବିପର୍ଯ୍ୟୟ ପୂର୍ବରୁ ଏବେଠାରୁ ଏହାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଆମେ ଗୋଟିଏ ପଟେ କରୋନା ଭାଇରସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଖାଦ୍ୟ ସଙ୍କଟର ମହାମାରୀକୁ ନିମନ୍ତ୍ରଣ କରୁଛୁ। ସ୍ଥିତି ଏପରି ହୋଇଛି ଯେ ଭାଇରସ ଯୋଗୁ ଯେତିକି ଲୋକ ପ୍ରାଣ ହରାଇ ନାହାନ୍ତି, ଖାଦ୍ୟ ସଙ୍କଟ ଯୋଗୁ ତା’ଠାରୁ ଅଧିକ ଲୋକ ପ୍ରାଣ ହରାଇବାର ଆଶଙ୍କା ପ୍ରକାଶ ପାଇଛି। ଖାଦ୍ୟ ସଙ୍କଟ ଯୋଗୁ ଅପପୁଷ୍ଟି ଓ ଅନ୍ୟ ରୋଗ ମଧ୍ୟ ସୃଷ୍ଟି ହୋଇପାରେ।

ବର୍ତ୍ତମାନ ୨୮୧ ନିୟୁତ ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନେ ଖାଇବାକୁ ନ ପାଇ ଖାଲି ପେଟରେ ଶୋଇ ପଡ଼ୁଛନ୍ତି। ଆଗକୁ ଆହୁରି ୧୩୫ ନିୟୁତ ଲୋକ ଏହି ତାଲିକାରେ ଯୋଡ଼ି ହୋଇଯିବେ। ତେଣୁ ଆଗକୁ ଆମକୁ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Related story