ମାସ୍କ ପିନ୍ଧିବା ନେଇ ନିର୍ଦ୍ଦେଶାବଳୀ ଜାରି କଲା WHO

ଜେନେଭା: ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲଛି। ଏହାକୁ ନଜରରେ ରଖି ମାସ୍କ ପିନ୍ଧିବା ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୧ ବର୍ଷରୁ ୫ ବର୍ଷ ମଧ୍ୟରେ ଥିବା ଛୋଟ୍ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ଛୋଟ ଛୁଆର ନିଃଶ୍ୱାସ ପ୍ରଶ୍ୱାସ ନେବାର କ୍ଷମତା ଉପରେ ନଜର ରଖି ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHO ଶିଶୁର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପରି ଅନେକ […]

mask

Subhransu Sekhar
  • Published: Sunday, 23 August 2020
  • , Updated: 23 August 2020, 05:33 PM IST

ଜେନେଭା: ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲଛି। ଏହାକୁ ନଜରରେ ରଖି ମାସ୍କ ପିନ୍ଧିବା ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୧ ବର୍ଷରୁ ୫ ବର୍ଷ ମଧ୍ୟରେ ଥିବା ଛୋଟ୍ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। ଛୋଟ ଛୁଆର ନିଃଶ୍ୱାସ ପ୍ରଶ୍ୱାସ ନେବାର କ୍ଷମତା ଉପରେ ନଜର ରଖି ଏଭଳି ନିଷ୍ପତ୍ତି ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

WHO ଶିଶୁର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପରି ଅନେକ ଦିଗ ଉପରେ ବିଚାର କରିଥିଲା। ଏଥି ସହିତ WHO ୬ ରୁ ୧୧ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ଭିନ୍ନ ନିୟମ ଜାରି କରିଛି। ଏହି ବୟସ ଶ୍ରେଣୀର ପିଲାଙ୍କ ପାଇଁ WHO କହିଛି ଯେ ଯେଉଁଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଥିବା ୬ ବର୍ଷରୁ ୧୧ ବର୍ଷ ପିଲା ମାସ୍କ ପିନ୍ଧିବା ଆବଶ୍ୟକ।

ସେହିପରି ୧୨ ବର୍ଷରୁ ଅଧିକ ପିଲା ପାଇଁ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି WHO କହିଛି। ତେବେ ଯେଉଁ ପିଲା କ୍ୟାନସର ଏବଂ ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗରେ ପୀଡିତ ନିଜର ସୁରକ୍ଷା ପାଇଁ ମେଡିକାଲ୍ ମାସ୍କ ପିନ୍ଧିବା ଉଚିତ୍ ବୋଲି WHO କହିଛି।

Related story