ଅନ୍‌ଲାଇନ୍‌ ପାଠ୍ୟକ୍ରମରେ ସାମିଲ ହେବ ବାଲୁକା କଳା

ପୁରୀ: ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବେ ଅନଲାଇନ୍‌ରେ ଏହି କଳା ଶିଖାଇବାକୁ ଯାଉଛନ୍ତି। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU) ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(HRD) ପକ୍ଷରୁ ଏ ସମ୍ପର୍କିତ ଏକ ପାଠ୍ୟକ୍ରମ ଖୁବ୍‌ଶିଘ୍ର ଲାଗୁ ହେବାକୁ ଥିବା ବେଳେ ଏହା ମାଧ୍ୟମରେ ପଟ୍ଟନାୟକ ବାଲୁକା କଳା ଶିଖାଇବେ। ଏ ନେଇ ପୂର୍ବରୁ ପଟ୍ଟନାୟକ  କୌଣସି ନିଷ୍ପିତ୍ତି ନିଆଯାଉ ବୋଲି ଉପରୋକ୍ତ ୨ ଅଧିକୃତ ସଂସ୍ଥା ଓ ମନ୍ତ୍ରଣାଳୟକୁ […]

Pattnaik

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 11:25 AM IST

ପୁରୀ: ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବେ ଅନଲାଇନ୍‌ରେ ଏହି କଳା ଶିଖାଇବାକୁ ଯାଉଛନ୍ତି। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU) ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(HRD) ପକ୍ଷରୁ ଏ ସମ୍ପର୍କିତ ଏକ ପାଠ୍ୟକ୍ରମ ଖୁବ୍‌ଶିଘ୍ର ଲାଗୁ ହେବାକୁ ଥିବା ବେଳେ ଏହା ମାଧ୍ୟମରେ ପଟ୍ଟନାୟକ ବାଲୁକା କଳା ଶିଖାଇବେ।

ଏ ନେଇ ପୂର୍ବରୁ ପଟ୍ଟନାୟକ  କୌଣସି ନିଷ୍ପିତ୍ତି ନିଆଯାଉ ବୋଲି ଉପରୋକ୍ତ ୨ ଅଧିକୃତ ସଂସ୍ଥା ଓ ମନ୍ତ୍ରଣାଳୟକୁ କହିଥିବା ବେଳେ ତାଙ୍କ ଉଦ୍ୟମ ଏବ ଫଳପ୍ରଦ ହେବାକୁ ଯାଉଛି। ୨୦୧୮ ମାର୍ଚ୍ଚ ମାସରେ ଏହି ପାଠ୍ୟକ୍ରମ ଲାଗୁ ହୋଇପାରେ ବୋଲି କୁହାଯାଉଛି। ଏହା ଲାଗୁ ହେଲେ ବାଲୁକା କଳା କ୍ଷେତ୍ରରେ ଏହା ଦୁନିଆର ପ୍ରଥମ ପ୍ରମାଣପତ୍ର ଭିତ୍ତିକ ପାଠ୍ୟକ୍ରମ ହେବ।

ଭୁବନେଶ୍ୱରସ୍ଥିତ IGNOUର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାପାତ୍ର ପିଟିଆଇକୁ ଦେଇଥିବା ତଥ୍ୟ ମୁତାବକ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ଯୋଜନା କରାଯାଉଛି। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ video lectures ପ୍ରସ୍ତୁତ ହୋଇ ସାରିଛି।

ପଟ୍ଟନାୟକ କହିଛନ୍ତି ଯେ, ‘ଏହି ପାଠ୍ୟକ୍ରମ ପ୍ରଦାନ କରି ବାଲୁକା କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଭାରତ ସାରା ବିଶ୍ୱରେ ୧ ନଂ. ସ୍ଥାନ ହାସଲ କରୁ ମୁଁ ଚାହେଁ। ଏଣୁ ବାଲୁକା କଳାର ଅଗାମୀ ପିଢୀଙ୍କୁ ପ୍ରଶିକ୍ଷଶ ଦେବାକୁ ଏଭଳି ଯୋଜନା କରାଯାଇଛି। ଏଥିପାଇଁ କୋର୍ସ ଡିଜାଇନ୍ ଓ ସିଲାବସ୍‌ଗୁଡିକୁ ପ୍ରଦାନ କରି ଦିଆଯାଇଛି।’

Related story