ଭାରତବାସୀଙ୍କୁ ସ୍ୱାଧୀନତା ଦିବସ ଭେଟି ଦେଲେ ଇକ୍‌ବାଲ୍‌ ସକ୍କା: ବନାଇଲେ ବିଶ୍ୱର ସବୁଠାରୁ ଛୋଟ ସୁନାର ତିରଙ୍ଗା

ଉଦୟପୁର: ଆଉ ଦୁଇ ଦିନ ପରେ ସାରା ଦେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଉଦୟପୁରରେ ରହୁଥିବା ସୂକ୍ଷ୍ମ କଳାଶିଳ୍ପୀ ଇକ୍‌ବାଲ୍‌ ସକ୍କା ଏହି ସ୍ୱାଧୀନତା ଦିବସରେ କିଛି ଖାସ୍ କରି ଦେଖାଇଛନ୍ତି। ସେ ବିଶ୍ୱର ସବୁଠାରୁ ଛୋଟ ସୁନାର ତ୍ରିରଙ୍ଗା ତିଆରି କରିଛନ୍ତି। ଗିନିଜ୍‌ ୱାଲର୍ଡ ରେକର୍ଡରେ ଏହି ଛୋଟ ତ୍ରିରଙ୍ଗାକୁ ସାମିଲ କରିବା ପାଇଁ ସେ ଚେଷ୍ଟା ଚଳାଇଛନ୍ତି। ଇକ୍‌ବାଲ୍‌ କହିଛନ୍ତି,“ ମୁଁ ଯେଉଁ ତ୍ରିରଙ୍ଗା […]

small-flag

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 04:36 PM IST

ଉଦୟପୁର: ଆଉ ଦୁଇ ଦିନ ପରେ ସାରା ଦେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଉଦୟପୁରରେ ରହୁଥିବା ସୂକ୍ଷ୍ମ କଳାଶିଳ୍ପୀ ଇକ୍‌ବାଲ୍‌ ସକ୍କା ଏହି ସ୍ୱାଧୀନତା ଦିବସରେ କିଛି ଖାସ୍ କରି ଦେଖାଇଛନ୍ତି। ସେ ବିଶ୍ୱର ସବୁଠାରୁ ଛୋଟ ସୁନାର ତ୍ରିରଙ୍ଗା ତିଆରି କରିଛନ୍ତି। ଗିନିଜ୍‌ ୱାଲର୍ଡ ରେକର୍ଡରେ ଏହି ଛୋଟ ତ୍ରିରଙ୍ଗାକୁ ସାମିଲ କରିବା ପାଇଁ ସେ ଚେଷ୍ଟା ଚଳାଇଛନ୍ତି। ଇକ୍‌ବାଲ୍‌ କହିଛନ୍ତି,“ ମୁଁ ଯେଉଁ ତ୍ରିରଙ୍ଗା କରିଛି, ଏହା ବିଶ୍ୱର ସବୁଠାରୁ ଛୋଟ”। ବର୍ତ୍ତମାନ ଏହି ରେକର୍ଡ କାନାଡା ନାଁରେ ରହିଛି।

ଇକ୍‌ବାଲାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସୁନାର ତ୍ରିରଙ୍ଗା ୦.୫ ମିଲିମିଟର। ଏହା ଏତେ ଛୋଟ ଯେ ୧୨ ନମ୍ୱର ଛୁଞ୍ଚି ଛିଦ୍ରରେ ସହଜରେ ବାହାରି ପାରୁଛି। ଏହି ତ୍ରିରଙ୍ଗାକୁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ସଂଗ୍ରହାଳୟ (ନୂଆଦିଲ୍ଲୀ)ରେ ରଖିବାକୁ  ଇକ୍‌ବାଲ୍‌ ଚାହୁଁଛନ୍ତି। ତେଣୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚିଠି ଲେଖି ଅନୁରୋଧ କରିଛନ୍ତି।

ପୂର୍ବରୁ ଇକ୍‌ବାଲାଙ୍କ ନାଁରେ ୫୨ଟି ବିଶ୍ୱ ରେକର୍ଡ ରହିଛି। ୧୯୯୧ ମସିହାରେ ସେ ପ୍ରଥମେ କମ୍ ଓଜନର ସୂକ୍ଷ୍ମ ଚେନ୍ ନିର୍ମାଣ କରି ଗିନିଜ୍‌ ୱାର୍ଲ୍ଡ ବୁକ୍‌ରେ ତାଙ୍କ ନାଁ  ସାମିଲ କରିଥିଲେ। ଏହାପରେ ୨୦୦୪ରେ ବିଶ୍ୱର ସବୁଠାରୁ ସୂକ୍ଷ୍ମ ଚା କେଟଲୀ ଓ ୨୦୦୯ରେ ବିଶ୍ୱର ସବୁଠାରୁ ଛୋଟ ସୁନା ଷ୍ଟାମ୍ପ୍‌ ତିଆରି କରି ଗିନିଜ୍ ବୁକ୍‌ ରେକର୍ଡ କରିଥିଲେ।

Related story