ଆମେରିକା ଗାଲରେ କାନାଡା ଚାପୁଡ଼ା

ନୂଆଦିଲ୍ଲୀ: ଚୀନ୍‌ ପରେ କାନାଡା ସହ ଏବେ ଆମେରିକାର ‘ଟ୍ରେଡ ୱାର’ ଆରମ୍ଭ ହୋଇଯାଇଛି। ଶୁକ୍ରବାର କାନାଡା ଆମେରିକା ବିରୋଧରେ ପଲଟା ପଦକ୍ଷେପ ସ୍ୱରୂପ ତା’ର ୧୨.୬ ଅରବ ଡଲାର ଉତ୍ପାଦ ପରେ ଟ୍ୟାକ୍ସ ବସାଇବାକୁ ଘୋଷଣା କରିଛି। ଏଥିରେ କମଳା ଓ କେଚପ୍‌ ପରି ଉତ୍ପାଦ ରହିଛି। ଏହାବାଦ କାନାଡ଼ା ନିଜର ଇସ୍ପାତ ଏବଂ ଆଲୁମିନିୟମ ଉଦ୍ୟୋଗୀଙ୍କ ପାଇଁ ଦୁଇ ଅରବ କାନାଡାଇ ଡଲାରର ସହାୟତା ଘୋଷଣା କରିଛି। ଆମେରିକା ଟ୍ୟାକ୍ସ ବସାଇବା ପରେ ଏହି […]

canada-america

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 06:42 AM IST

ନୂଆଦିଲ୍ଲୀ: ଚୀନ୍‌ ପରେ କାନାଡା ସହ ଏବେ ଆମେରିକାର ‘ଟ୍ରେଡ ୱାର’ ଆରମ୍ଭ ହୋଇଯାଇଛି। ଶୁକ୍ରବାର କାନାଡା ଆମେରିକା ବିରୋଧରେ ପଲଟା ପଦକ୍ଷେପ ସ୍ୱରୂପ ତା’ର ୧୨.୬ ଅରବ ଡଲାର ଉତ୍ପାଦ ପରେ ଟ୍ୟାକ୍ସ ବସାଇବାକୁ ଘୋଷଣା କରିଛି। ଏଥିରେ କମଳା ଓ କେଚପ୍‌ ପରି ଉତ୍ପାଦ ରହିଛି।

ଏହାବାଦ କାନାଡ଼ା ନିଜର ଇସ୍ପାତ ଏବଂ ଆଲୁମିନିୟମ ଉଦ୍ୟୋଗୀଙ୍କ ପାଇଁ ଦୁଇ ଅରବ କାନାଡାଇ ଡଲାରର ସହାୟତା ଘୋଷଣା କରିଛି। ଆମେରିକା ଟ୍ୟାକ୍ସ ବସାଇବା ପରେ ଏହି ସହାୟତା ଉଦ୍ୟୋଗୀମାନଙ୍କୁ କିଛିଟା ଆସ୍ୱସ୍ତି ଦେବ। ଆମେରିକା ବିରୋଧରେ କାନାଡ଼ାର ପଲଟା କାର୍ଯ୍ୟାନୁଷ୍ଠାନ ପରେ ବିଶ୍ୱରେ ‘ଟ୍ରେଡ ୱାର’ ଜୋର ଧରିବାରେ ଲାଗିଛି।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ ୟୁରୋପିୟ ସଂଘ (ଇୟୁ), କାନାଡା ଓ ମେକ୍ସିକୋରୁ ଆମଦାନୀ ହେଉଥିବା ଷ୍ଟିଲ ଉପରେ ୨୫ ପ୍ରତିଶତ ଏବଂ ଆଲୁମିନିୟମ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ଘୋଷଣା କରିଥିଲେ। ଏହା ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ। ଚୀନ୍‌କୁ ଟାର୍ଗେଟ କରି ଆମେରିକା ଷ୍ଟିଲ ଉପରେ ୨୫ ପ୍ରତିଶତ ଓ ଆଲୁମିନିୟମ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଲଗାଇଥିଲା। ହେଲେ ଏବେ ଲାଗୁଛି, ଏହାଦ୍ୱାରା ଆମେରିକାର ସହଯୋଗୀ ଦେଶମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛନ୍ତି।

କ’ଣ ଏହି ଟ୍ରେଡ ୱାର

ଟ୍ରେଡ ୱାର ହେଉଛି ବ୍ୟବସାୟ ଲଢ଼େଇ। ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ନେଇ ବିବାଦୀୟ ସ୍ଥିତି। ଏହି ସ୍ଥିତି ସେତେବେଳେ ହୋଇଥାଏ, ଯେତେବେଳେ କୌଣସି ଦେଶ ଅନ୍ୟ ଦେଶରୁ ଆସୁଥିବା ଦ୍ରବ୍ୟ ଉପରେ ଟ୍ରାଫିକ୍‌ ଡ୍ୟୁଟି ବଢ଼ାଇ ଦେଇଥାଏ। ଏହାର ବଜାବରେ ପ୍ରଭାବିତ ଦେଶ ମଧ୍ୟ ଉକ୍ତ ଦେଶରୁ ଆସୁଥିବା ଦ୍ରବ୍ୟ ଉପରେ ଟ୍ରାଫିକ୍‌ ଡ୍ୟୁଟି ବଢ଼ାଇ ଦେଇଥାଏ।

ସାଧାରଣତଃ କୌଣସି ଦେଶ ନିଜ ଘରୋଇ ଇଣ୍ଡଷ୍ଟ୍ରି ଓ କମ୍ପାନୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ଉଠାଇଥାଏ। ଏହାର ପ୍ରଭାବ ଧୀରେ ଧୀରେ ଅନ୍ୟ ଦେଶଗୁଡିକ ଉପରେ ପଡ଼ିବାକୁ ଲାଗେ। ଫଳରେ ବିଶ୍ୱ ସ୍ତରରେ ବ୍ୟବସାୟକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜି ଥାଏ।

Related story