ଆତଙ୍କୀ ହମଲା: ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା, ଆକ୍ରମଣକାରୀ ନିହତ

ଜେରୁଜେଲମ: ଇସ୍ରାଏଲର ବେରଶେବା ସହରେ ଆଜି ବଡ଼ ଧରଣର ଆତଙ୍କୀ ହମଲା ହୋଇଛି। ଜଣେ ଆରବ ଆତଙ୍କବାଦୀ ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଏହାପରେ ଗୁଳିମାଡ଼ରେ ଆତଙ୍କବାଦୀ ଜଣକ ମଧ୍ୟ ନିହତ ହୋଇଛି। ପୁଲିସ୍‌ ମୁଖପାତ୍ର ଇଲି ଲେଭୀ କହିଛନ୍ତି, “ଜଣେ ଆତଙ୍କବାଦୀ ଆଜି କିଛି ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଜଣଙ୍କ ଆକ୍ରମଣ ଜାରି ରଖିଥିବା ବେଳେ ଜଣେ ସାଧାରଣ ନାଗରିକ ଆଗକୁ ଆସିଥିଲେ। […]

attack

Hemant Lenka
  • Published: Tuesday, 22 March 2022
  • , Updated: 22 March 2022, 09:39 PM IST

ଜେରୁଜେଲମ: ଇସ୍ରାଏଲର ବେରଶେବା ସହରେ ଆଜି ବଡ଼ ଧରଣର ଆତଙ୍କୀ ହମଲା ହୋଇଛି। ଜଣେ ଆରବ ଆତଙ୍କବାଦୀ ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଏହାପରେ ଗୁଳିମାଡ଼ରେ ଆତଙ୍କବାଦୀ ଜଣକ ମଧ୍ୟ ନିହତ ହୋଇଛି। ପୁଲିସ୍‌ ମୁଖପାତ୍ର ଇଲି ଲେଭୀ କହିଛନ୍ତି, “ଜଣେ ଆତଙ୍କବାଦୀ ଆଜି କିଛି ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲା।

ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଜଣଙ୍କ ଆକ୍ରମଣ ଜାରି ରଖିଥିବା ବେଳେ ଜଣେ ସାଧାରଣ ନାଗରିକ ଆଗକୁ ଆସିଥିଲେ। ଏହାପରେ ସେ ନିଜ ପାଖରେ ରଖିଥିବା ବନ୍ଧୁକରେ ତାକୁ ଗୁଳି କରି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଆତଙ୍କବାଦୀ ଜଣକ ପ୍ରାଣ ହରାଇଛି।”

ଆମ୍ବୁଲାନ୍ସ ସେବା ପକ୍ଷରୁ କୁହାଯାଇଛି ଯେ ଆତଙ୍କୀ ହମଲାରେ ଜଣେ ବ୍ୟକ୍ତି ଓ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ସେହିପରି ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ଅନ୍ୟପକ୍ଷରେ ଏପରି ଲୋନ ଉଲଫ ବା ଏକାକୀ ଆତଙ୍କୀ ହମଲା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଇସ୍ରାଏଲ ମିଡିଆର ରିପୋର୍ଟ ଅନୁସାରେ, ଆତଙ୍କୀ ଜଣକ ଆରବ ଦେଶର ନାଗରିକ। ସେ ଇସ୍ରାଏଲରେ ଦୀର୍ଘଦିନ ହେଲା ରହୁଥିଲା। ତେବେ ପୁଲିସ୍‌ ହମଲାକାରୀର ପରିଚୟ ସାର୍ବଜନୀନ କରିନାହିଁ।

ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କୁ ଅଯଥାରେ ଭିଡ଼ ନ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related story