କାରଖାନାରେ ଲାଗିଲା ନିଆଁ, ୫୨ ଜୀବନ୍ତ ଦଗ୍ଧ

ଢାକା: ବାଂଲାଦେଶର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଖବର ଲେଖା ହେବା ସୁଦ୍ଧା ୪୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ କୁଦି ପଡିଥିଲେ। ଅନେକ ଲୋକ ନିଆଁର ଆଁ ଭିତରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ହୋଇଥିବାର ମଧ୍ୟ କୌଣସି ପ୍ରମଣା ମିଳିନି। କାରଖାନା ଭିତରେ ଅନେକ […]

fire-at-factory

Subhransu Sekhar
  • Published: Friday, 09 July 2021
  • , Updated: 09 July 2021, 04:18 PM IST

ଢାକା: ବାଂଲାଦେଶର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଖବର ଲେଖା ହେବା ସୁଦ୍ଧା ୪୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ କୁଦି ପଡିଥିଲେ। ଅନେକ ଲୋକ ନିଆଁର ଆଁ ଭିତରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ହୋଇଥିବାର ମଧ୍ୟ କୌଣସି ପ୍ରମଣା ମିଳିନି। କାରଖାନା ଭିତରେ ଅନେକ କର୍ମଚାରୀ ଫସି ରହିଥିବା ଜଣାପଡ଼ିଛି। କିନ୍ତୁ ନିଆଁ ଲାଗିବା ବେଳେ କାରଖାନାରେ କେତେ ଜଣ କର୍ମଚାରୀ କାମ କରୁଥିଲେ ସେ ନେଇ ସୂଚନା ମିଳିନପାରିନଥିବା ଜଣାପଡ଼ିଛି।

ଅଗ୍ନିଶମ ସେବା ଅଧିକାରୀ ଦେବଶିଷ ବର୍ଦ୍ଧନ କହିଛନ୍ତି, ନିଆଁ ଲିଭିବା ପରେ ଭିତରେ ସର୍ଚ୍ଚ ଓ ଉଦ୍ଧାର କାମ ହେବ। ଏହାପରେ ସୁନିଶ୍ଚିତ କରି ହେବେ ମୃତ୍ୟୁ ଓ ଆହତ ସଂଖ୍ୟା। ଏହା ପୂର୍ବରୁ କିଛି ବି କହିବା ଏବେ ଠିକ୍ ହେବନି। ଅଗ୍ନିକାଣ୍ଡରୁ ଉଦ୍ଧାର ପାଇଥିବା କର୍ମଚାରୀ ମହମ୍ମଦ ସାଇଫୁଲ କହିଛନ୍ତି ଯେ ସେ ଉପର ମହଲାରେ କାମ କରୁଥିଲେ। ହଠାତ୍ ଆଉ ଜଣେ କର୍ମଚାରୀ କହିଲେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗି ଯାଇଛି। କଳାଧୂଆଁ ପାଇଁ କିଛି ଦେଖା ଯାଉନି। ଆକାଶ ବି ଦେଖାଯାଉନି ଠିକ୍ ଭାବରେ। ଏହାପରେ ସେମାନେ ତୃତୀୟ ମହଲାର ଛାତ ଉପରକୁ ଉଠି ପଳାଇଥିଲେ। ପରେ ସେ କୈଶଳ କ୍ରମେ ଖସି ଆସିଛନ୍ତି।

ସେ କହିଛନ୍ତି, “ତୃତୀୟ ମହଲାରେ ଉଭୟ ସିଡ଼ିର ଫାଟକ ବନ୍ଦ ରହିଥିଲା। ଅନ୍ୟ ସାଥୀଙ୍କ କହିବା ଅନୁଯାୟୀ ଯେ ଭିତରେ ୫୦ରୁ ଅଧିକ ଲୋକ ଥିଲେ। ସେମାନଙ୍କ ସହ କ'ଣ ହୋଇଛି ଜାଣା ନାହିଁ।"

ସେହିପରି ଆଉ ଜଣେ କର୍ମଚାରୀ କହିଛନ୍ତି ଯେ ଅଗ୍ନିଶମ ଅଧିକାରୀ ଏମାନଙ୍କୁ ଏକ ଦଉଡି ଦେଇ ଓହ୍ଲାଇଥିଲେ। ଲୋକମାନେ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ କାରଖାନା ବାହାରେ ଏକତ୍ରିତ ହୋଇଛନ୍ତି।

https://twitter.com/ANI/status/1413421961653358592?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1413421961653358592%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Finternational%2Fstory-bangladesh-massive-fire-at-a-factory-in-bangladesh-40-killed-and-30-injured-many-missing-4203534.html

 

Related story