ବିଶ୍ୱବିଦ୍ୟାଳୟରେ ଗୁଳିମାଡ଼, ୮ ଛାତ୍ରଛାତ୍ରୀ ମୃତ

ନୂଆଦିଲ୍ଲୀ: ରୁଷର Perm State Universityରେ ଗୁଳିମାଡ଼ରେ ୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ଜଣେ ଛାତ୍ର ଏହି ଗୁଳିମାଡ଼ କରିଥିବା ଜଣାଯାଇଛି। ସେ ମଧ୍ୟ ଆହତ ହୋଇଥିବା ବେଳେ ପୁଲିସ୍ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ୧୮ ବର୍ଷୀୟ ଛାତ୍ର ଜଣଙ୍କ ହଠାତ୍ ବିଶ୍ୱବିଦ୍ୟାଳୟ ପରିସରକୁ ଆସି ଆଖିବୁଜା ଗୁଳି କରିଥିଲା। ଏହା ଦେଖି କିଛି […]

Accused

Jitendra Garnayak
  • Published: Monday, 20 September 2021
  • , Updated: 20 September 2021, 02:33 PM IST

ନୂଆଦିଲ୍ଲୀ: ରୁଷର Perm State Universityରେ ଗୁଳିମାଡ଼ରେ ୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ଜଣେ ଛାତ୍ର ଏହି ଗୁଳିମାଡ଼ କରିଥିବା ଜଣାଯାଇଛି। ସେ ମଧ୍ୟ ଆହତ ହୋଇଥିବା ବେଳେ ପୁଲିସ୍ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଏହି ୧୮ ବର୍ଷୀୟ ଛାତ୍ର ଜଣଙ୍କ ହଠାତ୍ ବିଶ୍ୱବିଦ୍ୟାଳୟ ପରିସରକୁ ଆସି ଆଖିବୁଜା ଗୁଳି କରିଥିଲା। ଏହା ଦେଖି କିଛି ଛାତ୍ରଛାତ୍ରୀ ନିଜକୁ ଅଡିଟୋରିଅମ ଭିତରେ ବନ୍ଦ କରି ଦେଇଥିଲେ। ଆଉ କିଛି ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ଝରକାରୁ ତଳକୁ ଡେଇଁ ପଡ଼ିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଗୁଡ଼ିକୁ ସୋଶାଲ୍ ମିଡିଆରେ ଶେଆର କରାଯାଇଛି।

ଗତ ମେ’ ମାସରେ ରୁଷର କାଜନ ସହରରେ ଏକ ସ୍କୁଲ୍ରେ ଗୁଳିମାଡ଼ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଜଣେ ୧୯ ବର୍ଷୀୟ ଛାତ୍ର ଥିଲେ। ସେ ପୂର୍ବରୁ ସେହି ସ୍କୁଲ୍‌ରେ ପଢୁଥିଲେ।

Related story