ଲାଇଭ ଶୋ’ରେ ନିଜର ଶିକ୍ଷାଗତ ପ୍ରମାଣପତ୍ର ଚିରିଲେ ପ୍ରଫେସର, ଦେଖନ୍ତୁ ଭିଡିଓ

କାବୁଲ: ମହିଳାଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲାଗିଥିବାରୁ ଭିନ୍ନ ଢଙ୍ଗରେ ଏହାର ପ୍ରତିବାଦ କରିଛନ୍ତି କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର। ତାଲିବାନ ସରକାର ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ଉପରେ ରୋକ ଲଗାଇଥିବାରୁ ଲାଇଭ ଟିଭି ଶୋ’ରେ ପ୍ରଫେସର ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ଏହାପରେ ସେ ଉକ୍ତ ଟିଭି ଶୋ’ରେ ହିଁ ନିଜର ସମସ୍ତ ପ୍ରକାରର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ଚିରି ଫିଙ୍ଗି ଦେଇଛନ୍ତି। ଯେଉଁଠି ତାଙ୍କର ମା’ ଓ ଭଉଣୀ ପଢ଼ିପାରିବେ ନାହିଁ, ସେଠାକାର […]

kabul

  • Published: Wednesday, 28 December 2022
  • , Updated: 28 December 2022, 11:04 AM IST

କାବୁଲ: ମହିଳାଙ୍କ ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ରୋକ ଲାଗିଥିବାରୁ ଭିନ୍ନ ଢଙ୍ଗରେ ଏହାର ପ୍ରତିବାଦ କରିଛନ୍ତି କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର। ତାଲିବାନ ସରକାର ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ଉପରେ ରୋକ ଲଗାଇଥିବାରୁ ଲାଇଭ ଟିଭି ଶୋ’ରେ ପ୍ରଫେସର ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।

ଏହାପରେ ସେ ଉକ୍ତ ଟିଭି ଶୋ’ରେ ହିଁ ନିଜର ସମସ୍ତ ପ୍ରକାରର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ଚିରି ଫିଙ୍ଗି ଦେଇଛନ୍ତି। ଯେଉଁଠି ତାଙ୍କର ମା’ ଓ ଭଉଣୀ ପଢ଼ିପାରିବେ ନାହିଁ, ସେଠାକାର ଶିକ୍ଷାଗତ ଯୋଗ୍ୟତା ତାଙ୍କର ଦରକାର ନାହିଁ ବୋଲି ପ୍ରଫେସର ଜଣଙ୍କ ନିଜର କୋହ ଭରା କଣ୍ଠରେ କହିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ପ୍ରଫେସର ଜଣଙ୍କ ଗୋଟିଏ ପରେ ଗୋଟିଏ ଡିପ୍ଲୋମା ଦର୍ଶକଙ୍କୁ ଦେଖାଉଛନ୍ତି। ଏହାପରେ ସେହି ପ୍ରମାଣପତ୍ର ଗୁଡ଼ିକୁ ଏକାଠି କରି ଚିରି ଦେଉଛନ୍ତି। ଆଫଗାନ ସରକାରର ପୂର୍ବତନ ପଲିସି ପରାମର୍ଶଦାତା ଶବନମ ନସିମ ଏହି ଭିଡିଓକୁ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ଲାଇଭ ଟିଭିରେ କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ନିଜର ସମସ୍ତ ପ୍ରକାରର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ଚିରି ଫିଙ୍ଗି ଦେଇଛନ୍ତି।

ପ୍ରଫେସର ଜଣଙ୍କ କହିଛନ୍ତି ଯେ ଆଜିଠାରୁ ମୋତେ ଆଉ ଏହି ପ୍ରମାଣପତ୍ରର ଆବଶ୍ୟକ ନାହିଁ। କାରଣ ଏହି ଦେଶରେ ଶିକ୍ଷାର ସ୍ଥାନ ନାହିଁ। ଯଦି ମୋ ଭଉଣୀ ଓ ମା’ ପାଠପଢ଼ିପାରିବେ ନାହିଁ, ତା’ହେଲେ ମୁଁ ମଧ୍ୟ ଏପରି ଶିକ୍ଷା ବ୍ୟବସ୍ଥାକୁ ଚାହେଁ ନାହିଁ।”


ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୫ରେ ତାଲିବାନ ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିଥିଲା। ପ୍ରଥମେ ମହିଳା ଓ ସେମାନଙ୍କ ଶିକ୍ଷା ଗ୍ରହଣ ଉପରେ କୌଣସି ପ୍ରକାରର ଅଙ୍କୁଶ ଲାଗିବ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରାଯାଇଥିଲା। ପ୍ରଥମେ ସେମାନଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ଏବେ ସେମାନଙ୍କ ବିଶ୍ୱବିଦ୍ୟାଳୟ ଓ ସ୍କୁଲ ପ୍ରବେଶ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହାକୁ ନେଇ ଆଫଗାନ ସମେତ ବିଶ୍ୱର ବିଭିନ୍ନ ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି।

Related story