ସେନା ଏୟାର୍‌ବେସ୍ ବାହାରେ ସିରିଜ ବିସ୍ଫୋରଣ

କାବୁଲ: ନୂଆବର୍ଷର ପ୍ରଥମ ଦିନରେ ସିରିଜ ବିସ୍ଫୋରଣରେ ଦୋହଲିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। କାବୁଲ ନିକଟରେ ଥିବା ସେନା ଏୟାରବେସ୍ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିବା କୁହାଯାଉଛି। ତେବେ କେତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ। ଏହି ବିସ୍ଫୋରଣ ନେଇ ତାଲିବାନ ସରକାର ଗୃହମନ୍ତ୍ରଣାଳୟର ପ୍ରବକ୍ତା ଅବ୍ଦୁଲ ନଫି ତାକୋର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନେକ […]

Blast

Madhupriya Mistry
  • Published: Sunday, 01 January 2023
  • , Updated: 01 January 2023, 01:52 PM IST

କାବୁଲ: ନୂଆବର୍ଷର ପ୍ରଥମ ଦିନରେ ସିରିଜ ବିସ୍ଫୋରଣରେ ଦୋହଲିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। କାବୁଲ ନିକଟରେ ଥିବା ସେନା ଏୟାରବେସ୍ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିବା କୁହାଯାଉଛି। ତେବେ କେତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ।

ଏହି ବିସ୍ଫୋରଣ ନେଇ ତାଲିବାନ ସରକାର ଗୃହମନ୍ତ୍ରଣାଳୟର ପ୍ରବକ୍ତା ଅବ୍ଦୁଲ ନଫି ତାକୋର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନେକ ନାଗରିକ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି। ଗୃହମନ୍ତ୍ରାଳୟର ସୂଚାନ ମୁତାବକ କାବୁଲ ସେନା ଏୟାରବେସ୍ ବାହାରେ ହୋଇଥିବା ବିସ୍ଫୋରଣ ବାବଦରେ ଯାଞ୍ଚ ଆରମ୍ଭ ହୋଇଛି।

ଏହାପୂର୍ବରୁ ବୁଧବାର ତଥା ଡିସେମ୍ବର ୨୮ ତାରିଖରେ ଆଫଗାନିସ୍ତାନର ଉତ୍ତର ତାଖର ପ୍ରାନ୍ତର ରାଜଧାନୀ ତାଲୁକାନ ସହରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ଏହାର ତିନି ଦିନ ପରେ ପୁଣି ଥରେ କାବୁଲର ଅର୍ମି ଏୟାରବେସ୍ ବାହାରେ ବିସ୍ଫୋରଣ ହୋଇଛି।

ସେହିପରି ଡିସେମ୍ବର ୧୨ ତାରିଖରେ ମଧ୍ୟ କାବୁଲ ସହରର ଏକ ହୋଟେଲକୁ ଆକ୍ରମଣକାରୀମାନେ ଟାର୍ଗେଟ୍ କରିଥିଲେ। ଏହି ହୋଟେଲକୁ ଚାଇନିଜ ହୋଟେଲ କୁହାଯାଉଥିବା ବେଳେ ଏଠାରେ ଚୀନର ଅନେକ ବରିଷ୍ଠ ଅଧିକାରୀଙ୍କ ଯାତାୟତ ଥିଲା। ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ।

Related story