ବିଶ୍ୱରେ ପ୍ରଥମ: ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନରେ ଆକ୍ରାନ୍ତ ହେଲେ ଏହି ବ୍ୟକ୍ତି

ବେଜିଂ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଭୟଭୀତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନା ଭଳି ଚାଇନାରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତି ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନ H10N3 ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆଜି ଯାଏ କେବେ ହେଲେ H10N3 ଷ୍ଟ୍ରେନ ମଣିଷଙ୍କ ଶରୀରରୁ ଠାବ ହୋଇ ନଥିଲା। କିନ୍ତୁ ଏବେ ଚାଇନାର ଜିଆଙ୍ଗସୁ ପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଚାଇନାର ନ୍ୟାଶନାଲ ହେଲଥ କମିଶନ ପକ୍ଷରୁ […]

China

Hemant Lenka
  • Published: Tuesday, 01 June 2021
  • , Updated: 01 June 2021, 03:53 PM IST

ବେଜିଂ: ମହାମାରୀ କରୋନା ସଂକ୍ରମଣ ଭିତରେ ସମସ୍ତଙ୍କୁ ଭୟଭୀତ କରିବା ଭଳି ଖବର ସାମ୍ନାକୁ ଆସିଛି। କରୋନା ଭଳି ଚାଇନାରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତି ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନ H10N3 ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆଜି ଯାଏ କେବେ ହେଲେ H10N3 ଷ୍ଟ୍ରେନ ମଣିଷଙ୍କ ଶରୀରରୁ ଠାବ ହୋଇ ନଥିଲା।

କିନ୍ତୁ ଏବେ ଚାଇନାର ଜିଆଙ୍ଗସୁ ପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଚାଇନାର ନ୍ୟାଶନାଲ ହେଲଥ କମିଶନ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ଝେନଜିଆଙ୍ଗ ସହରରେ ରହୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଏହି ବ୍ଲାର୍ଡ ଫ୍ଲୁ ଷ୍ଟ୍ରେନ ଠାବ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ।

ଚାଇନାର ସ୍ୱାସ୍ଥ୍ୟ କମିଶନ କରୋନା ଭଳି ଏହି ମାରାତ୍ମକ ସଂକ୍ରାମକ ରୋଗକୁ ମଧ୍ୟ କମ ଗୁରୁତ୍ୱ ଦେଇଛି। ଏହି ଷ୍ଟ୍ରେନ କେବଳ କୁକୁଡ଼ାଠାରୁ ମଣିଷ ଶରୀରକୁ ବ୍ୟାପିଥାଏ। ଏହା ମହାମାରୀର ରୂପ ନେବାର ଆଶଙ୍କା ଅତ୍ୟନ୍ତ କମ। ବ୍ୟକ୍ତି ଜଣଙ୍କ ମେ’ ୨୮ରେ ଏଚ୧୦ଏନ୩ ଆଭିଏନ ଇନ୍‌ଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା କମିଶନ କହିଛି। ହେଲେ ତାଙ୍କ ଶରୀରକୁ ଏହା କେମିତି ଆସିଲା, ସେ ବିଷୟରେ କିଛି ବି କହିନି।

ପୂର୍ବରୁ କେବେ ହେଲେ ବିଶ୍ୱର କୌଣସି ସ୍ଥାନରେ ମଣିଷଙ୍କ ଶରୀରରୁ H10N3 ଷ୍ଟ୍ରେନ ଠାବ ହୋଇ ନଥିଲା ବୋଲି କମିଶନ ସ୍ପଷ୍ଟ କରିଛି। ପୂର୍ବରୁ ଚାଇନାର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁଙ୍କ ଶରୀରରେ ଏଚ୍‌୫ଏନ୍‌୬ ଆଭିଏନ୍‌ ଫ୍ଲୁ ଠାବ ହୋଇଥିଲା।

Related story