କର୍ଫ୍ୟୁ ପରେ ଶ୍ରୀଲଙ୍କାରେ ସୋଶାଲ ମିଡିଆ ବନ୍ଦ

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ। ଏଠି ଖାଦ୍ୟ ଏବଂ ଜରୁରୀକାଳିନ ସାମଗ୍ରୀ ପାଇଁ ହାହାକାର ହେଲେଣି ଲୋକେ। ଏଠାରେ ସ୍ଥିତି ଅଣାଆୟତ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ୩୬ ଘଣ୍ଟିଆ କର୍ଫ୍ୟୁ ଜାରି ପରେ ଏଠାରେ ସୋଶାଲ ମିଡିଆ ବନ୍ଦ କରିଦେଇଛନ୍ତି। ଶ୍ରୀଲଙ୍କା ସରକାର ହିଂସାକାଣ୍ଡକୁ ରୋକିବା ପାଇଁ ସମସ୍ତ ପ୍ରକାରର ସୋସିଆଲ ମିଡିଆକୁ ବ୍ଲକ କରିଛନ୍ତି । ସୋସିଆଲ ମିଡିଆ ଦ୍ୱାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର […]

Crisis-hit Sri Lanka

Madhupriya Mistry
  • Published: Sunday, 03 April 2022
  • , Updated: 03 April 2022, 12:37 PM IST

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ। ଏଠି ଖାଦ୍ୟ ଏବଂ ଜରୁରୀକାଳିନ ସାମଗ୍ରୀ ପାଇଁ ହାହାକାର ହେଲେଣି ଲୋକେ। ଏଠାରେ ସ୍ଥିତି ଅଣାଆୟତ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ୩୬ ଘଣ୍ଟିଆ କର୍ଫ୍ୟୁ ଜାରି ପରେ ଏଠାରେ ସୋଶାଲ ମିଡିଆ ବନ୍ଦ କରିଦେଇଛନ୍ତି।

ଶ୍ରୀଲଙ୍କା ସରକାର ହିଂସାକାଣ୍ଡକୁ ରୋକିବା ପାଇଁ ସମସ୍ତ ପ୍ରକାରର ସୋସିଆଲ ମିଡିଆକୁ ବ୍ଲକ କରିଛନ୍ତି । ସୋସିଆଲ ମିଡିଆ ଦ୍ୱାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଟିକଟକକୁ ବ୍ୟାନ କରି ଦିଆଯାଇଛି। ଦେଶରେ ଜରୁରୀକାଳୀନ ଘୋଷଣା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର।

ବର୍ତ୍ତମାନ ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଔଷଧ ଦର ୩୦ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ପ୍ରାୟ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ପଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ କରଯାଇଛି । ଚାଉଳ କିଲୋ ୫ ଶହ ଟଙ୍କା, ଚିନି କିଲୋ ୨୯୦ ଟଙ୍କା, ଚା' କପ ପାଇଁ ଶହେ ଟଙ୍କା ଦେବାକୁ ପଡୁଛି। ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ରୁଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେବେ ଏହି ସମୟରେ ସାର୍ବଜନିକ ସୁରକ୍ଷା ବ୍ୟବସ୍ଥା ସହିତ ସଭିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Related story