Advertisment

କଥା ବଦଳାଇଲେ ଫସି, କହିଲେ କରୋନା ମନୁଷ୍ୟକୃତ ହୋଇଥାଇପାରେ

ୱାଶିଂଟନ: ଆମେରିକାର ବରିଷ୍ଠ ସଂକ୍ରମାଣ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫସି ମହାମାରୀ କରୋନା ଭାଇରସର ଉତ୍ପତ୍ତିକୁ ନେଇ କଥା ବଦଳାଇଛନ୍ତି। ସେ କରୋନା ଭାଇରସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା କଥାରେ ଏକମତ ହୋଇ ପାରୁ ନଥିବା କହିଛନ୍ତି। ଏହା କୌଣସି ଲ୍ୟାବ୍‌ରୁ ସୃଷ୍ଟି ହୋଇଥାଇ ପାରେ ଓ ଏହାର ଅଧିକ ତଦନ୍ତ ଆବଶ୍ୟକ। ଚାଇନା ଉପରେ ନିରପେକ୍ଷ ତଦନ୍ତ କରି ଏହାର ପ୍ରକୃତ ଉତ୍ସ ସାମ୍ନାକୁ ଆସିବା ଦରକାର ବୋଲି ସେ […]

author-image
Hemant Lenka
ଅଦ୍ୟତନ ହୋଇଛି
କଥା ବଦଳାଇଲେ ଫସି, କହିଲେ କରୋନା ମନୁଷ୍ୟକୃତ ହୋଇଥାଇପାରେ

Fauci

ୱାଶିଂଟନ: ଆମେରିକାର ବରିଷ୍ଠ ସଂକ୍ରମାଣ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫସି ମହାମାରୀ କରୋନା ଭାଇରସର ଉତ୍ପତ୍ତିକୁ ନେଇ କଥା ବଦଳାଇଛନ୍ତି। ସେ କରୋନା ଭାଇରସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା କଥାରେ ଏକମତ ହୋଇ ପାରୁ ନଥିବା କହିଛନ୍ତି। ଏହା କୌଣସି ଲ୍ୟାବ୍‌ରୁ ସୃଷ୍ଟି ହୋଇଥାଇ ପାରେ ଓ ଏହାର ଅଧିକ ତଦନ୍ତ ଆବଶ୍ୟକ। ଚାଇନା ଉପରେ ନିରପେକ୍ଷ ତଦନ୍ତ କରି ଏହାର ପ୍ରକୃତ ଉତ୍ସ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି।

Advertisment

ଗତବର୍ଷ ସେ କରୋନା ଭାଇରସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କଥା କହିଥିଲେ। ଏବେ United Facts of America: A Festival of Fact-Checkingରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରେ ସେ ଏଭଳି କହିବା ପରେ ହଇଚଇ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଅନେକ ଦେଶ କରୋନା ଭାଇରସ ମନୁଷ୍ୟକୃତ ବୋଲି କହି ଆସୁଥିଲେ।

ଏହି କାର୍ଯ୍ୟକ୍ରମରେ ଫସି କହିଛନ୍ତି, “ମୁଁ ଆଦୌ କରୋନା ଆପେଆପେ ସୃଷ୍ଟି ହୋଇଥିବା କଥାରେ ଏକମତ ହୋଇପାରୁନି। ଚାଇନାରେ କ’ଣ ଘଟିଥିଲା, ଏହାର ତଦନ୍ତ ଜାରି ରହିବା ଦରକାର। ସେଠାରେ କ’ଣ ହୋଇଥିଲା, ସେକଥା ଜାଣିବା ପାଇଁ ଆମର ପ୍ରୟାସ ଜାରି ରହିବ। କରୋନା ଭାଇରସର ଉତ୍ପତ୍ତି ଉପରେ ତଦନ୍ତ କରୁଥିବା ଲୋକମାନେ ଏହା କୌଣସି ଜନ୍ତୁଠାରୁ ଆସିଛି ବୋଲି କହିଥିଲେ। ପଶୁପକ୍ଷୀଙ୍କ ଠାରୁ ମଣିଷକୁ ଏହା ସଂକ୍ରମଣ କରିଛି ବୋଲି ସେମାନେ କହିଥିଲେ। କିନ୍ତୁ ଏହା ପଛରେ ଆଉ କିଛି କାରଣ ଥାଇପାରେ। ଆମକୁ ଏହା ତଦନ୍ତ କରି ବାହାର କରିବାକୁ ପଡ଼ିବ। ତେଣୁ ମୁଁ ସବୁବେଳେ କରୋନା ଭାଇରସର ଉତ୍ପତ୍ତି ଜାଣିବା ପାଇଁ ଉପଯୁକ୍ତ ତଦନ୍ତ ସପକ୍ଷରେ ରହିଛି।”

Advertisment

କରୋନ ଭାଇରସର ପ୍ରଥମ ମାମଲା ୨୦୧୯ରେ ଚାଇନାର ଉହାନରେ ଚିହ୍ନଟ ହୋଇଥିଲା। ଅନେକ ଥର ରିପୋର୍ଟ ପ୍ରକାଶ ପାଇଛି ଯେ ସେଠାରେ ଥିବା ଲ୍ୟାବରୁ ଏହା ଲିକ୍‌ ହୋଇ ଲୋକଙ୍କୁ ସଂକ୍ରମଣ କରିଛି

ମେ’ ୧୧ରେ ସିନେଟ ଶୁଣାଣି ବେଳେ ଡାକ୍ତର ରୋର୍ଜର ମାର୍ଶଲ ପଚାରିଥିଲେ ଯେ ଆପଣ ଭାବୁଛନ୍ତି କି ଚାଇନା ଲ୍ୟାବରୁ ଭାଇରସ ଦୁର୍ଘଟଣା ବଶତଃ ଲିକ୍‌ ହୋଇ ସାରା ବିଶ୍ୱକୁ ବ୍ୟାପିଛି? ଫସି ଏହାର ଉତ୍ତର ଦେଇ କହିଥିଲେ, ଏହି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ପ୍ରକୃତରେ ଏପରି ଘଟିଛି କି ନାହିଁ, ତା’ର ତଦନ୍ତ ହେବା ଉଚିତ।

ଆଉ ଜଣେ ସିନେଟର ପଚାରିଥିଲେ ଯେ ଏନଆଇଏଚ୍‌ ଚାଇନାର ଉହାନର ବିବାଦୀୟ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିକୁ ଫଣ୍ଡିଂ କରିଥିଲେ। ଆମେରିକା ବିଶେଷଜ୍ଞମାନେ ଚାଇନା ସହ ମିଶି ଏଭଳି ଏକ ଭାଇରସ ଉପରେ କାର୍ଯ୍ୟ କରୁଥିବା କୁହାଯାଉଛି। କ’ଣ ଏଥିରେ କିଛି ସତ୍ୟତା ଅଛି?

ଏହା ଉପରେ ଫସି କହିଛନ୍ତି, “ଚାଇନିଜ୍‌ମାନେ କ’ଣ କରିଛନ୍ତି, ସେ ବିଷୟରେ ମୁଁ କିଛି ଜାଣିନି। ଚାଇନାରେ କ’ଣ ଘଟିଲା, ତା’ର ପୂରା ତଦନ୍ତ ସପକ୍ଷରେ ମୁଁ ରହିଛି। ମୁଁ ବାରମ୍ବାର କହିବାକୁ ଚାହୁଁଛି ଯେ ଏନଏଚ୍‌ଆଇ ଓ ଏନଆଇଏଆଇଡି କେବେ ହେଲେ ଉହାନ ଇନଷ୍ଟିଚ୍ୟୁଟ ଭାଇରୋଲଜିକୁ କୌଣସି ଫଣ୍ଡିଂ କରିନାହାନ୍ତି।”

ସୂଚନାଯୋଗ୍ୟ, ଗତବର୍ଷ ଫସି ଚାଇନା ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଥିବା ରିପୋର୍ଟକୁ ଖଣ୍ଡନ କରିଥିଲେ। ସେ ଭାଇରସ ଆପେଆପେ ସୃଷ୍ଟି ହୋଇଛି ଓ ଏହାପରେ ଏହାପରେ ବିଭିନ୍ନ ମାଧ୍ୟମ ଦେଇ ବ୍ୟାପିଛି ବୋଲି କହିଥିଲେ। ହେଲେ ଏବେ ସେ ଏହା ପ୍ରକୃତିକ ଉପାୟରେ ସୃଷ୍ଟି ହୋଇଥିବା କଥାରେ ଏକମତ ନୁହନ୍ତି ବୋଲି କହିଛନ୍ତି।

Coronavirus