କରୋନାର ବିନ୍ଦୁ ବିସର୍ଗ- ସତ କେବେ ଲୁଚି ନରହୁ

ଦେବେନ୍ଦ୍ର ପୃଷ୍ଟି ନୂଆ ଭୂତାଣୁର ଜନ୍ମ ଜାତକ ୧. ଭୂତାଣୁର ନାଁ ସାର୍ସ-କୋଭ୍‌-୨ ବା ସଂକ୍ଷେପରେ ସାର୍ସ-୨। ଗଣମାଧ୍ୟମ ଜରିଆରେ ଏହା କରୋନା ଭୂତାଣୁ ନାମରେ ଲୋକପ୍ରିୟତା ଅର୍ଜନ କରିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ହେଉଥିବା ରୋଗକୁ କୋଭିଡ-୧୯ କୁହାଯାଉଛି। କୋଭିଡ ହେଲା କରୋନା ଭାଇରସ ଡିଜିଜ ବା କରୋନା ଭୂତାଣୁ ରୋଗ। ୨୦୧୯ ଶେଷ ଭାଗରେ ଏ ଭୂତାଣୁ ବିଷୟରେ ଜଣା ପଡ଼ିଥିଲା। ତେଣୁ ରୋଗ ପାଖରେ ୧୯ ଯୋଡ଼ି ଦିଆଯାଇଛି। ଏବେ ୨୦୨୧ […]

790-23

790-23

Debendra Prusty
  • Published: Saturday, 22 May 2021
  • Updated: 22 May 2021, 06:51 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ନୂଆ ଭୂତାଣୁର ଜନ୍ମ ଜାତକ

୧. ଭୂତାଣୁର ନାଁ ସାର୍ସ-କୋଭ୍‌-୨ ବା ସଂକ୍ଷେପରେ ସାର୍ସ-୨। ଗଣମାଧ୍ୟମ ଜରିଆରେ ଏହା କରୋନା ଭୂତାଣୁ ନାମରେ ଲୋକପ୍ରିୟତା ଅର୍ଜନ କରିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ହେଉଥିବା ରୋଗକୁ କୋଭିଡ-୧୯ କୁହାଯାଉଛି। କୋଭିଡ ହେଲା କରୋନା ଭାଇରସ ଡିଜିଜ ବା କରୋନା ଭୂତାଣୁ ରୋଗ। ୨୦୧୯ ଶେଷ ଭାଗରେ ଏ ଭୂତାଣୁ ବିଷୟରେ ଜଣା ପଡ଼ିଥିଲା। ତେଣୁ ରୋଗ ପାଖରେ ୧୯ ଯୋଡ଼ି ଦିଆଯାଇଛି। ଏବେ ୨୦୨୧ ଚାଲିଛି। ଭୂତାଣୁର ଅନେକ ଷ୍ଟ୍ରେନ୍‌, ଭାରିଆଣ୍ଟ, ମ୍ୟୁଟେସନ ଆଦି ବିଷୟରେ ଚର୍ଚ୍ଚା ଚାଲିଛି। ପ୍ରଥମ ଲହର ଯାଇଁ ଦ୍ୱିତୀୟ ଲହର ଆସିଲାଣି। କେହି କେହି ତୃତୀୟ ଓ ପରବର୍ତ୍ତୀ ଲହର ବିଷୟରେ ମଧ୍ୟ ଭବିଷ୍ୟବାଣୀ କଲେଣି।

୨. ଯେକୌଣସି ବିପର୍ଯ୍ୟୟ ଓ ଦୁର୍ଘଟଣା ଆଦି ଘଟିଲେ ତାହାର ବିଜ୍ଞାନସମ୍ମତ ନିରପେକ୍ଷ ତଦନ୍ତ ହୁଏ। କାରଣ ବିପର୍ଯ୍ୟୟ ଓ ଦୁର୍ଘଟଣାର କାରଣ ଜାଣିଲେ ହିଁ ଭବିଷ୍ୟତରେ କିପରି ସେଭଳି ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ରୋକି ହେବ ବା ତାହାର କ୍ଷୟକ୍ଷତି କମାଇ ହେବ ସେ ଦିଗରେ ମଣିଷ ସମାଜ ପ୍ରସ୍ତୁତି ଚଳାଏ। ରେଳ ଓ ବିମାନ ଦୁର୍ଘଟଣା, ଅଗ୍ନିକାଣ୍ଡ, ବିସ୍ଫୋରଣ ଆଦି ଘଟିବା ପରେ ପରେ ସରକାର ଉଚ୍ଚ ସ୍ତରୀୟ ବୈଷୟିକ କମିଟି ଗଠନ କରନ୍ତି ତଦନ୍ତ ପାଇଁ। କରୋନା ଭୂତାଣୁର ସୃଷ୍ଟି ଓ ସ୍ଥିତି ନେଇ ଏଯାଏଁ କୌଣସି ବିଶ୍ୱସ୍ତରୀୟ ତଦନ୍ତ କମିଟି ଗଠିତ ହୋଇନାହିଁ। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ କରୋନାର ଜନ୍ମ ଓ ବ୍ୟାପ୍ତିର ବୃତ୍ତାନ୍ତ ଖୋଲିବା ପାଇଁ ଗମ୍ଭୀରତାର ସହିତ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେଣୁ ଆଜି ବି ମାନବ ସମାଜ ଦ୍ୱନ୍ଦ୍ୱରେ, ଏହା ଆସିଲା କେଉଁଠୁ, କାହା ଜରିଆରେ, ବ୍ୟାପିଲା କେମିତି ଓ କ’ଣ ଏହାର ଶେଷ ପରିଣତି?

କାହୁଁ ଆଇଲା?

୩. ୨୦୧୯ ଡିସେମ୍ବର ୩୦ ତାରିଖରେ ଚୀନର ଉହାନ ସହରର ସିଡିସି ବା ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ସେ ସହରର ହସ୍ପିଟାଲଗୁଡ଼ିକୁ ’ନିମୋନିଆ’ ପରି ଏକ ରୋଗ ସଂକ୍ରମଣ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ସେଇ ସମାନ ତାରିଖରେ ଜଣେ ଚୀନା ଡାକ୍ତର ଲି ୱେନ ଲିଆଙ୍ଗ ଏକ ନୂଆ ‍ଫ୍ଲୁ ବା ସର୍ଦ୍ଦି ଭୂତାଣୁ ବିଷୟରେ ତାଙ୍କ ସାଙ୍ଗ ଡାକ୍ତରମାନଙ୍କ ସହିତ ହ୍ୱାଟ୍‌ସଆପ ପରି ଏକ ଚୀନା ଚାଟ୍‌ ବକ୍ସ ୱିଚାଟ୍‌ରେ କଥା ହେଲେ। ସେ ଡାକ୍ତର ଜଣକ ମେଡିସିନ, ଭାଇରୋଲୋଜି, ଏପିଡେମୋଲୋଜି, ଇମ୍ୟୁନୋଲୋଜି ଆଦି ବିଭାଗର ବିଶେଷଜ୍ଞ ନଥିଲେ। ସେ ଥିଲେ ଜଣେ ଅପ୍‌ଥାଲ୍‌ମୋଲୋଜିଷ୍ଟ ମାନେ ଚକ୍ଷୁ ରୋଗ ବିଶେଷଜ୍ଞ। ଅବଶ୍ୟକ ତାଙ୍କ ଡିଗ୍ରୀର ନାଁ ହେଉଛି ମାଷ୍ଟର ଇନ୍‌ ମେଡିସିନ୍‌ ବା ଏମମେଡ୍‌। ସେ ମେଡିସିନ୍‌ ପଢ଼ିଥିବେ ନିଶ୍ଚୟ। ସେ ବାରଣ କରିବା ସତ୍ତ୍ୱେ ତାଙ୍କ ସାଙ୍ଗମାନେ ନୂଆ କରୋନା ଭୂତାଣୁ ବା ସାର୍ସ କୋଭ୍‌ ସଂପର୍କରେ ଦେଇଥିବା ତଥ୍ୟ ଭାଇରାଲ ହୋଇଗଲା। ଡାକ୍ତର ୱେନ୍‌ଲିଆଙ୍ଗ ଉହାନ୍‌ ସେଣ୍ଟ୍ରାଲ ହସ୍‌ପିଟାଲରେ କାମ କରୁଥିଲେ। ସେଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀର ପରୀକ୍ଷା ରିପୋର୍ଟ ଦେଖି ସେ ଏପରି ଅନୁମାନ କରିଥିଲେ। ପରେ ସେ ଗୁଜବ ପ୍ରଚାର କରୁଛନ୍ତି ବୋଲି ପୁଲିସ ଅଭିଯୋଗ କଲା, ତାଙ୍କୁ କେତେ ଥର ଜେରା କରାଗଲା ଓ ତାଙ୍କୁ ଚେତାବନୀ ଦିଆଗଲା। ତେବେ ୨୦୨୦ ଜାନୁଆରୀ ବେଳକୁ ଉହାନରେ ଅଧିକ ରୋଗୀ ’ନିମୋନିଆ’ ପରି ରୋଗରେ ମୃତ୍ୟୁବରଣ କଲେ। ଡାକ୍ତର ୱେନଲିଆଙ୍ଗକୁ ମଧ୍ୟ ଜର ହେଲା ଓ ସେଇ ଜରରେ ସେ ଚାଲିଗଲେ।  ସେତେବେଳେ ପ୍ରଚାରିତ ହେଲା ଯେ ଉହାନ୍‌ର ଏକ ସାମୁଦ୍ରିକ ମାଛ ମାର୍କେଟରୁ ଗୋଟିଏ ନୂଆ କରୋନା ଭୂତାଣୁ ମଣିଷ ଦେହକୁ ସଂକ୍ରମିତ ହୋଇଛି। ଚର୍ଚ୍ଚା ହେଲା ପ୍ରଥମେ ଏକ ବାଦୁଡ଼ି ବା କୌଣସି ବନ୍ୟପ୍ରାଣୀ ଦେହରୁ ଏହି ଭୂତାଣୁ ମାଛ ବା କଙ୍କଡ଼ା ମାଧ୍ୟମରେ ମଣିଷକୁ ସଂକ୍ରମିତ କରିଛି। ତେବେ ଏଯାଏଁ ଏହାର କୌଈସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ଅପରପକ୍ଷରେ ଏହା ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଲାବରେଟୋରିରୁ ପଦାକୁ ଲିକ୍‌ କରାଯାଇଛି ବୋଲି ମଧ୍ୟ କୌଣସି ଠୋସ୍‌ ପ୍ରମାଣ ଏଯାଏଁ ମିଳି ନାହିଁ। କାରଣ ଏହା ଉପରେ ଏଯାଏଁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇନି। କେବେ ତଦନ୍ତ ହେବ, ହେବ କି ନହେବ, ତା’ ମଧ୍ୟ କହି ହେବ ନାହିଁ।

୪. ନୂଆ ଭୂତାଣୁର ଜେନୋମ୍‌ ଡିକୋଡ଼ରୁ ଜଣାପଡ଼ିଲା ଯେ ଏହା ମଧ୍ୟ ଏକ ବିଟା-କରୋନାଭୂତାଣୁ। ସାର୍ସ (ସିଭିଅର୍‌ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରମ) ଓ ମର୍ସ ଭୂତାଣୁ ମଧ୍ୟ ଏହି ବୁନିଆଦିର। ଏହି ତଥ୍ୟକୁ ଆଧାର କରି କେତେକ ବୈଜ୍ଞାନିକ କହି ଚାଲିଲେ ଯେ ନୂଆ କରୋନା ଭୂତାଣୁ ବା ସାର୍ସ କୋଭ-୨ ପ୍ରାକୃତିକ ପ୍ରକ୍ରିୟାରେ ମଣିଷକୁ ସଂକ୍ରମିତ ହୋଇଛି। ତେବେ ଏ ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ଠିକ ସେହିପରି ପୂର୍ବର ସାର୍ସ ଓ ମର୍ସ ସଂକ୍ରମଣ ଉହାନ୍‌ରେ ହୋଇଥିବାରୁ ଏବଂ ଏଇ ସହରରେ ଥିବା ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କରୋନା ଭୂତାଣୁ ଉପରେ ଗବେଷଣା ଚଳେଇଥିବାରୁ ସେଇ ଲାବରେଟୋରିରୁ ନୂଆ ଭୂତାଣୁ ଲିକ୍‌ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏ ସଂପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।

କୃତ୍ରିମ ନା ପ୍ରାକୃତିକ?

୫. ସାର୍ସ-କୋଭ-୨ ନେଇ ଏଭଳି ଦୁଇଟି କଥା ଖେଳି ବୁଲିବା ଭିତରେ ୨୦୨୦ ଫେବୃଆରୀ ୧୯ ତାରିଖରେ ଚିକିତ୍ସା ବିଜ୍ଞାନ ସଂପୃକ୍ତ ପ୍ରସିଦ୍ଧ ପତ୍ରିକା ଲାନ୍‌ସେଟ୍‌ରେ ଦଳେ ବୈଜ୍ଞାନିକ ଗୋଟିଏ ଖୋଲାପତ୍ର ପ୍ରକାଶ କରି ଏହା ଉହାନ୍‌ ଲାବରେଟୋରିରୁ ଲିକ୍‌ ହୋଇନାହିଁ ବୋଲି ଦୃଢ଼ ବକ୍ତବ୍ୟ ରଖିଲେ। ଯଦିଓ ଏନେଇ ସେମାନେ କୌଣସି ପ୍ରମାଣ ଉପସ୍ଥାପନ କରିନଥିଲେ। କିମ୍ବା ଏହା ପ୍ରାକୃତିକ ଭାବେ ସଂକ୍ରମିତ ହୋଇଥିବା ସପକ୍ଷରେ ମଧ୍ୟ ସେମାନେ କୌଣସି ଯୁକ୍ତି ବା ପ୍ରମାଣ ଉପସ୍ଥାପନ କରିନଥିଲେ। ସେମାନେ କେବଳ କହିଥିଲେ ଯେ ଆମେ ବିଶ୍ୱାସ କରୁ ଏହା ବନ୍ୟପ୍ରାଣୀଠାରୁ ସୃଷ୍ଟି ହୋଇଛି। ପରେ ଜଣାପଡ଼ିଲା ଯେ ଏହି ଖୋଲାପତ୍ରର ଲେଖକ ଓ ଆୟୋଜକ ହେଉଛି ଡାକ୍ତର ପିଟର ଦାସ୍‌ଜାକ୍‌। ଡାକ୍ତର ପିଟର ଦାସଜାକ୍‌ ହେଉଛନ୍ତି ନିଉୟର୍କ ସ୍ଥିତ ଇକୋହେଲ୍‌ଥ ଆଲିଆନ୍ସ ସଂସ୍ଥାର ମୁଖ୍ୟ। ଏହି ସଂସ୍ଥା କରୋନା ଭୂତାଣୁ ସଂକ୍ରାନ୍ତ ଗବେଷଣା ପାଇଁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜିକୁ ଆର୍ଥିକ ଅନୁଦାନ ଦେଇଥିଲା।

୬. ୨୦୨୦ ମାର୍ଚ୍ଚ ୧୭ ତାରିଖରେ ମଧ୍ୟ ଅନ୍ୟ ଏକ ପ୍ରସିଦ୍ଧ ପତ୍ରିକା ନେଚର ମେଡିସିନ୍‌ରେ ଡାକ୍ତର କେଜି ଆଣ୍ଡରସନ୍‌ ଓ ତାଙ୍କର ସାଥୀମାନେ ଏକ ପ୍ରବନ୍ଧ ପ୍ରକାଶ କରି ଦାବି କଲେ ଯେ ନୂଆ ଭୂତାଣୁ ଲାବରେଟୋରିରୁ ଆସିନାହିଁ, ଏହା ପ୍ରକୃତିରୁ ସୃଷ୍ଟି ହୋଇଛି। ଏଥିରେ ମଧ୍ୟ ସେମାନେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଉପସ୍ଥାପନ କରିନଥିଲେ, ସେମାନେ କେବଳ ନିଜର ମତ ପ୍ରକାଶ କରିଥିଲେ।

୭. ସାର୍ସ-କୋଭ-୨ ଯଦି ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥାନ୍ତା ତେବେ ଇତିମଧ୍ୟରେ ତାହାର କୌଣସି ପ୍ରମାଣ ମିଳି ସାରନ୍ତାଣି। ସାର୍ସ-୧ ସଂକ୍ରମଣର ୪ ମାସ ଭିତରେ ଓ ମର୍ସ ଭୂତାଣୁ ସଂକ୍ରମଣର ୯ ମାସ ମଧ୍ୟରେ ପ୍ରକୃତିରୁ ପ୍ରମାଣ ମିଳିସାରିଥିଲା। କିନ୍ତୁ ସାର୍ସ-କୋଭ-୨ ସଂକ୍ରମଣର ୧୫ ମାସ ପରେ ମଧ୍ୟ ବୈଜ୍ଞାନିକମାନେ ଏ ସଂପର୍କୀତ ପ୍ରମାଣ କିଛି ପାଇନାହାନ୍ତି, ଆମେରିକା ସମେତ ବିଶ୍ୱର ବହୁ ବୈଜ୍ଞାନିକ ତାହା ଖୋଜିବା ସତ୍ତ୍ୱେ।

୮. ଏସବୁ ଚର୍ଚ୍ଚା ଓ ସନ୍ଦେହ ଭିତରେ ୨୦୨୧ ଫେବୃଆରୀ ମାସ ଯାଏଁ ପୃଥିବୀର ସଂଖ୍ୟାଧିକ ଲୋକଙ୍କ ମନରେ ଏହି ଭୂତାଣୁ ପ୍ରକୃତିରୁ ସୃଷ୍ଟି ହୋଇଛି ବୋଲି ଗୋଟେ ଧାରଣା ଜନ୍ମି ସାରିଥିଲା। ସେହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏକ ବୈଜ୍ଞାନିକ ଦଳ ଏଇ ଭୂତାଣୁର ଇତିହାସ ଜାଣିବା ପାଇଁ ଚୀନ ଗସ୍ତ କଲେ। ସେହି ବୈଜ୍ଞାନିକ ଦଳର ଜଣେ ସଦସ୍ୟ ହେଲେ ପିଟର ଦାସ୍‌ଜାକ୍‌। ସେହି ଦଳ ଅନ୍ୟ ସମସ୍ତ ସଦସ୍ୟ ମଧ୍ୟ ଚୀନର ପସନ୍ଦ ଥିଲେ। ବୈଜ୍ଞାନିକ ଦଳ ଚୀନ ଗସ୍ତ କରିବା ପୂର୍ବରୁ, ଗସ୍ତ ସମୟରେ ଓ ପରେ ମଧ୍ୟ ବାରମ୍ବାର କହିଯାଇଛନ୍ତି ଯେ ଭୂତାଣୁ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଛି। ତେବେ ଏନେଇ ଚୀନ୍‌ ସରକାର କିମ୍ବା ଚୀନ୍‌ର କୌଣସି ବୈଜ୍ଞାନିକ କୌଣସି ପ୍ରତ୍ୟକ୍ଷ ପ୍ରମାଣ ଦେଇପାରି ନଥିଲେ। ୨୦୧୯ ଡିସେମ୍ବର ପୂର୍ବରୁ ଉହାନ୍‌ କିମ୍ବା ଚୀନ୍‌ର ଅନ୍ୟ କୌଣସି ସ୍ଥାନରେ ବସବାସ କରୁଥିବା ଲୋକମାନଙ୍କଠାରେ ଏଇ ନୂଆ ଭୂତାଣୁର ଚିହ୍ନବର୍ଣ୍ଣ ମଧ୍ୟ ମିଳିନାହିଁ। ତେଣୁ ଏହା ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇ ସଂକ୍ରମଣ କରୁଛି ବୋଲି ବିଶ୍ୱାସ କରିବା ଅବୈଜ୍ଞାନିକ ବା ବିଜ୍ଞାନ ସମ୍ମତ ନୁହେଁ।

୯. ବୈଜ୍ଞାନିକମାନେ ଭୂତାଣୁର ଡିଏନଏ ଓ ଆରଏନଏ ଭାଙ୍ଗିବା କୌଶଳ ଜାଣିବା ପରେ ଅନେକ ପ୍ରାକୃତିକ ଭୂତାଣୁର ଡିଏନଏ ଓ ଆରଏନଏ ପରିବର୍ତ୍ତନ କରିପାରୁଛନ୍ତି। ସେଥିପାଇଁ ବହୁ ଗବେଷଣାଗାର ଖୋଲିଛି। ବୈଜ୍ଞାନିକମାନଙ୍କର ଯୁକ୍ତି ହେଉଛି, ଏପରି କରି ସେମାନେ ଘାତକ ସଂକ୍ରମଣ ବା ମହାମାରୀକୁ ରୋକିବା ଏବଂ ମୁକାବିଲା କରିବାର ଉପାୟ ବାହାର କରୁଛନ୍ତି। କରୋନା ଏକ ଆରଏନଏ ଭୂତାଣୁ।

କିଏ ଦେଉଥିଲା ଗବେଷଣା ଅର୍ଥ?

୧୦. ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜିର ମୁଖ୍ୟ ଡାକ୍ତର ଶି ଝେଙ୍ଗ-ଲି ସାର୍ସ-୧ ଓ ମର୍ସ ସଂକ୍ରମଣ ପରେ ବାଦୁଡ଼ିଙ୍କ ଉପରେ ଗବେଷଣା ଚଳାଇଥିଲେ। ସେଥିପାଇଁ ତାଙ୍କୁ ଚୀନର ଅନେକ ବାଦୁଡ଼ି ଗୁମ୍ଫାକୁ ଯିବାକୁ ପଡ଼ିଥିଲା। ଚୀନରେ ସେ ବାଦୁଡ଼ି ମହିଳା ଭାବରେ ଲୋକପ୍ରିୟ। ୨୦୧୫ ମସିହାରେ ସେ ଓ ତାଙ୍କର ସହଯୋଗୀମାନେ ଗବେଷଣା କରି ବାଦୁଡ଼ି ଭୂତାଣୁରୁ ଏକ ନୂଆ କରୋନା ଭୂତାଣୁ ବାହାର କରିଥିଲେ। ସାର୍ସ-୧ ଓ ମର୍ସ ମୁଖ୍ୟତଃ ବାଦୁଡ଼ିରୁ ମଣିଷଙ୍କୁ ବ୍ୟାପିଥିବାର ପ୍ରମାଣ ଅଛି। ଡାକ୍ତର ଶି ଝେଙ୍ଗ-ଲି ଓ ତାଙ୍କର ସାଥୀମାନେ ଗବେଷଣାଗାରରେ ତିଆରି କରିଥିବା ନୂଆ କରୋନା ଭୂତାଣୁ ମଣିଷକୁ ସଂକ୍ରମଣ କରିବ ବୋଲି ସେତେବେଳେ ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ସେମାନେ ୨୦୧୫ ମସିହାରେ ହିଁ ନିଜ ନିବନ୍ଧରେ ଉଲ୍ଲେଖ କରିଥିଲେ। ଡାକ୍ତର ଶି ଉହାନ୍‌ ସଂସ୍ଥାରେ ଜେନେଟିକାଲ୍‌ ଇଂଜିନିଅରିଂ ପଦ୍ଧତିରେ ମଣିଷକୁ ସଂକ୍ରମିତ କଲା ଭଳି କରୋନା ଭୂତାଣୁ ତିଆରି କରୁଥିଲେ। ଏଥିପାଇଁ ତାଙ୍କୁ ଆର୍ଥିକ ଅନୁଦାନ ଦେଇଥିଲେ ଡାକ୍ତର ପିଟର ଦାସ୍‌ଜାକ୍‌। ଦାସ୍‌ଜାକ୍‌ଙ୍କ ସଂସ୍ଥା ଏହି ଗବେଷଣା ପାଇଁ ଆମେରିକା ସରକାରଙ୍କ ପରିଚାଳିତ ନେସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ ଇନ୍‌ଫେକ୍ଟସ୍‌ ଡିଜିଜ ବା ଏନଆଇଏଆଇଡିରୁ ଆର୍ଥିକ ଅନୁଦାନ ପାଇଥିଲେ। ଏହି ସଂସ୍ଥା ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ବା ଏନଆଇଏଚ ଅଧୀନରେ କାମ କରେ। ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫସି ହେଉଛନ୍ତି ଜଣେ ସଂକ୍ରାମକ ବ୍ୟାଧି ବିଶେଷଜ୍ଞ ଓ ସେ ହିଁ ଏପରି ଗବେଷଣା ପାଇଁ ଆର୍ଥିକ ବ୍ୟବସ୍ଥା କରିଥିଲେ।

୧୧. ଡାକ୍ତର ଶି ଝେଙ୍ଗ-ଲି ଏବଂ ତାଙ୍କର ସାଥୀମାନେ ଉହାନ୍‌ ସଂସ୍ଥାରେ ସାର୍ସ-କୋଭ-୨ ତିଆରି କରିଥିଲେ କି ନାହିଁ ତାହା ଏଯାଏଁ ପ୍ରମାଣିତ ହୋଇନାହିଁ। କାରଣ ତାଙ୍କର ସମସ୍ତ ଫାଇଲ୍‌ପତ୍ରକୁ ଚୀନ ସରକାର ଜବତ କରି ରଖିଛନ୍ତି ଓ ତାହାକୁ କୌଣସି ବୈଜ୍ଞାନିକଙ୍କୁ ଦେଖାଉ ନାହାନ୍ତି। ତେବେ ସାର୍ସ-୨ ସଂକ୍ରମଣ ପୂର୍ବରୁ ୨୦୧୯ ଡିସେମ୍ବର ୯ ତାରିଖରେ ଡାକ୍ତର ଦାସ୍‌ଜାକ୍‌ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଉହାନ୍‌ ସଂସ୍ଥାରେ ଏପରି ଭୂତାଣୁ ଉପରେ ଗବେଷଣା ଚାଲିଛି ଓ ୬-୭ ବର୍ଷର ଗବେଷଣା ଭିତରେ ସେମାନେ ଶତାଧିକ କରୋନା ଭୂତାଣୁ ସଂପର୍କରେ ଜାଣିବାକୁ ପାଇଛନ୍ତି। ସେମାନେ ତିଆରି କରୁଥିବା ଭୂତାଣୁ ମୂଷାକୁ ସଂକ୍ରମିତ ହୋଇପାରିବ ଓ ମୂଷାଠୁଁ ମଣିଷଙ୍କୁ ଯାଇପାରିବ। ତେବେ ଏପରି ଗବେଷଣା ଦ୍ୱାରା ସେମାନେ ଆଗାମୀ ସଂକ୍ରମଣ ସଂପର୍କରେ ଭବିଷ୍ୟବାଣୀ କରିପାରିବେ, ତାହାକୁ ରୋକିପାରିବେ ବୋଲି ଡାକ୍ତର ଦାସ୍‌ଜାକ୍‌ ମତ ଦେଇଥିଲେ।

ପ୍ଲାନ୍‌ଡେମିକ!

୧୨. ସାର୍ସ-କୋଭ-୨ ଭୂତାଣୁ ସଂକ୍ରମଣ ଜନିତ ରୋଗର ନାମ ହେଲା କୋଭିଡ଼-୧୯। ଏହି ଭୂତାଣୁ ସଂକ୍ରମଣ ପ୍ରଥମେ ଚୀନ୍‌ରେ ହେଲା। କିନ୍ତୁ ଭୂତାଣୁ ସଂକ୍ରମଣ, ରୋଗ ଲକ୍ଷଣ, ଚିକିତ୍ସା ପଦ୍ଧତି, ସତର୍କତା ଆଦି ସଂପର୍କରେ ଚୀନ ପ୍ରଥମେ ବିସ୍ତୃତ ବିବରଣୀ କାହାକୁ ଦେଲା ନାହିଁ। ଯେଉଁ ଚୀନରୁ ବିଭିନ୍ନ ଘଟଣା, ଦୁର୍ଘଟଣା ଆଦି ସଂପର୍କରେ ବିଶ୍ୱବାସୀ ସଂପୂର୍ଣ୍ଣ ତଥ୍ୟ ପାଆନ୍ତି ନାହିଁ (କାରଣ ଚୀନର ଏକଦଳୀୟ ସରକାର ବହୁ ଖବର ଚପେଇ ଦିଅନ୍ତି ବୋଲି ବିଶ୍ୱାସ କରାଯାଏ।) ସେହି ଚୀନରୁ ୨୦୨୦ ପ୍ରଥମ ଦୁଇ ତିନି ମାସ ମଧ୍ୟରେ ଅନେକ ଭିଡ଼ିଓ ଭାଇରାଲ ହେଲା। ଭିଡ଼ିଓରେ ଦେଖାଗଲା ଯେ ଚୀନ ସରକାର କଠୋର ଲକ୍‌ଡାଉନ୍‌ କରୁଛନ୍ତି, ଘର କବାଟରେ ଲୁହା କଣ୍ଟା ପିଟି ବନ୍ଦ କରିଦେଇଉଛନ୍ତି। ମୃତ୍ୟୁ ଭିଡ଼ିଓ ମଧ୍ୟ ଭାଇରାଲ ହେଲା। ସୋସାଲ ମିଡିଆ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଏକଥା ବିଶ୍ୱର କୋଣେ କୋଣେ ପହଂଚିଗଲା ଓ ବିଶ୍ୱର ଅଧିକାଂଶ ସରକାର ଲକଡାଉନ୍‌ ଘୋଷଣା କଲେ। ବିଶ୍ୱ ବ୍ୟବସାୟ ବନ୍ଦ ହେଲା। ଚୀନ ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହେଲା ନାହିଁ। କେବଳ ଉହାନ ପରି କେତେକ ସହରରେ ତାଲାବନ୍ଦ ହେଲା ଓ କେଇ ମାସରେ ଉଠିଗଲା। ୨୦୨୦ ବର୍ଷରେ ଆମେରିକା ଓ ଭାରତ ସମେତ ବହୁ ଦେଶର ଜିଡିପି ଖସିଲା, କିନ୍ତୁ ଚୀନ କ୍ଷତିଗ୍ରସ୍ତ ହେଲା ନାହିଁ।

୧୩. ଚୀନ ଭୂତାଣୁ ସଂକ୍ରମଣ ବିଷୟରେ ପ୍ରଥମରୁ ବିଭ୍ରାନ୍ତିକର ମତ ରଖିଥଲା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା। ଏହା ସେତେ ଗମ୍ଭୀର ନୁହେଁ ବୋଲି ପ୍ରଥମେ କୁହାଗଲା। ପରେ ଏହା ପାଣ୍ଡେମିକ୍‌ ବୋଲି କୁହାଗଲା।

୧୪. ୨୦୦୯ ମସିହା ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ନିୟମ ଥିଲା ଯେ ଯେଉଁ ରୋଗ ବିଶ୍ୱବ୍ୟାପି ସଂକ୍ରମିତ ହେବ ଓ ସେଥିରେ ବହୁ ଲୋକଙ୍କ ଜୀବନହାନୀ ହେବ ତାହାକୁ ପାଣ୍ଡେମିକ୍‌ ବା ବିଶ୍ୱ ସ୍ତରୀୟ ସଂକ୍ରମଣ କୁହାଯିବ। ପାଣ୍ଡେମିକ୍‌ର ଅଭିଧାନଗତ ଅର୍ଥ ହେଉଛି ବିଶ୍ୱ ସ୍ତରୀୟ ସଂକ୍ରମଣ, ମହାମାରୀ ନୁହେଁ। ଅବଶ୍ୟ ଗୁଗୁଲ୍‌ରେ ଖୋଜିଲେ କେବଳ ହିନ୍ଦୀ ଓ ଓଡ଼ିଆ ଭାଷାରେ ଏହାର ଅର୍ଥ ମହାମାରୀ ବାହାରୁଛି। ଅନ୍ୟ କୌଣସି ଭାଷାରେ ପାଣ୍ଡେମିକ୍‌ର ଅର୍ଥ ମହାମାରୀ ନୁହେଁ। ସେ ଯାହା ହେଉ ୨୦୦୯ ମସିହାରେ ପାଣ୍ଡେମିକ୍‌ ଘୋଷଣାର ନିୟମ ବଦଳିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ନୂଆ ନିୟମ ଅନୁସାରେ କେବଳ ବିଶ୍ୱ ସ୍ତରୀୟ ସଂକ୍ରମଣକୁ ପାଣ୍ଡେମିକ୍‌ ଘୋଷଣା କରାଯିବ, ମୃତ୍ୟୁ ଆଉ ମାନକ ହେଲାନାହିଁ। ସେହି ଅନୁସାରେ ଏହା ପାଣ୍ଡେମିକ୍‌ ହେଲା।

୧୫. ଗୋଟିଏ ଗୋଷ୍ଠୀର ତଥ୍ୟ ଓ ଯୁକ୍ତି ଅନୁସାରେ ଏହା ପାଣ୍ଡେମିକ୍‌ ନଥିଲା, ଥିଲା ଏକ ପ୍ଲାନ୍‌ଡେମିକ। ଏହି ଗୋଷ୍ଠୀ ବିଭିନ୍ନ ୱେବସାଇଟ୍‌ରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ୨୦୧୫ ମସିହାରେ ରିଚାର୍ଡ଼ ରଥ୍‌ସିଲ୍ଡ ନାମକ ଜଣେ ବ୍ୟକ୍ତି ହଲାଣ୍ଡ ସରକାରଙ୍କର ଏକ ସଂସ୍ଥାରେ ’କୋଭିଡ଼୍-୧୯ ପରୀକ୍ଷା ବ୍ୟବସ୍ଥା ଓ ପଦ୍ଧତି’ର ପ୍ୟାଟେଣ୍ଟ ବା ବୌଦ୍ଧିକ ଅଧିକାର ପଂଜୀକରଣ କରିଥିଲେ। ଏହା ପରେ ପରେ ଏହି ବ୍ୟବସ୍ଥା ଓ ପଦ୍ଧତି ବା ମେସିନ୍‌ ହଜାର ହଜାର ସଂଖ୍ୟାରେ ବିକ୍ରି ହୋଇଥିଲା। ୟୁରୋପୀୟ ୟୁନିଅନ, ଆମେରିକା, ଚୀନ, ଜାପାନ ଓ ଜର୍ମାନୀରୁ ବହୁ ଟେଷ୍ଟ କିଟ୍‌ ରପ୍ତାନୀ ହୋଇଥିଲା। ୱାର୍ଲଡ୍‌ ଇଣ୍ଟିଗ୍ରେଟେଡ଼ ଟ୍ରେଡ଼୍‌ ସଲ୍ୟୁସନ୍‌ ବା ଡବ୍ଲୁଆଇଟିଏସ୍‌ ସଂସ୍ଥା ଅନୁସାରେ ୨୦୧୭-୧୮ ମଧ୍ୟରେ ହଜାର ହଜାର ସଂଖ୍ୟାରେ ବିକ୍ରି ହେଲା। କରୋନା କାଳରେ ୨୦୨୦ ସେପ୍ଟେମ୍ବର ୫ ତାରିଖରେ ଏ ବିଷୟକ ତଥ୍ୟ ସୋସାଲ ମିଡିଆରେ ଭାଇରାଲ ହେଲା। ଏହା ପରେ ପ୍ରଡକ୍ଟ ବା ଉତ୍ପାଦ ନାମ କୋଭିଡ-୧୯ ଟେଷ୍ଟ କିଟ୍‌ ପରିବର୍ତ୍ତେ ମେଡିକାଲ ଟେଷ୍ଟ କିଟ୍‌ କରିଦିଆଗଲା। କିନ୍ତୁ ପ୍ରଡକ୍ଟର ମୂଳ କୋଡ଼ ନମ୍ବର ’୩୦୦୨୧୫’ ବଦଳି ନଥିଲା। ଅନୁସନ୍ଧିତ୍ସୁ ତାହା ମଧ୍ୟ ଧରିନେଲେ।

୧୬. ବିଶ୍ୱ ବ୍ୟାଙ୍କର କିଛି ତଥ୍ୟ ଉଦ୍ଧାର କରି ଏହି ଗୋଷ୍ଠୀ ଦାବି କରିଛନ୍ତି ଯେ ୨୦୨୫ ମାର୍ଚ୍ଚ ୩୧ ଯାଏଁ କୋଭିଡ଼-୧୯ ପ୍ରସ୍ତୁତି ପ୍ରକଳ୍ପ ବଜାୟ ରହିବ। ୨୦୧୭ ମସିହାରେ ଡାକ୍ତର ଆନ୍ଥୋନି ଫସି ଏକ ଭବିଷ୍ୟବାଣୀ କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଆସନ୍ତା ୨ ବର୍ଷ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଏକ ସଂକ୍ରାମକ ବ୍ୟାଧି ନିଶ୍ଚୟ ବ୍ୟାପିବ। ୨୦୧୮ ମସିହାରେ ବିଲ୍‌ ଗେଟ୍ସ କହିଥିଲେ ଯେ ଏକ ବିଶ୍ୱସ୍ତରୀୟ ମହାମାରୀ (ପାଣ୍ଡେମିକ୍‌) ଆସୁଛି ଓ ଏଥିରେ ଅନ୍ୟୁନ ୩୦ ନିୟୁତ ଲୋକଙ୍କର ମୃତ୍ୟୁ ହେବ। ସେତେବେଳେ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ମଧ୍ୟ କହିଥିଲେ ଏକ ଇଂଜିନିଅର୍‌ଡ ଭାଇରସ୍‌ ବା ତିଆରି ହୋଇଥିବା ଭୂତାଣୁଠାରୁ ବିଶ୍ୱ ପାଇଁ ବିପଦ ରହିଛି। ୨୦୧୯ ଅକ୍ଟୋବର ମାସରେ ବିଲ୍‌ ଗେଟ୍ସ ଆମରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମ କରିଥିଲେ। ତାହାର ନାମ ଥିଲା ଇଭେଣ୍ଟ ୨୦୧। ଏଥିରେ ଲଗାଯାଇଥିବା ଫଳକରେ ଲେଖାଥିଲା ଯେ ଆମେ ପାଣ୍ଡେମିକ୍‌ ପରି ଘଟଣା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଆଗାମୀ ବର୍ଷ ବହୁତ ଟିକା ବିକ୍ରି ହେବ ବୋଲି ସେ ସେହି କାର୍ଯ୍ୟକ୍ରମରେ ଖୁସି ପ୍ରକାଶ କରିଥିଲେ। ଏ ବିଷୟରେ ସେ ସେତେବେଳେ ଟୁଇଟ୍‌ କରିଥିଲେ ବୋଲି ମଧ୍ୟ ଏହି ଗୋଷ୍ଠୀ ଦାବି କରନ୍ତି। ୨୦୧୯ ସେପ୍ଟେମ୍ବର ମାସରେ ପାଣ୍ଡେମିକ୍‌ ପ୍ରସ୍ତୁତି ନେଇ ଜାତିସଂଘ ସ୍ତରରେ ମଧ୍ୟ ବୈଠକ ହୋଇଥିଲା। ଜଣେ ଗୀତିକାର ୨୦୧୩ ମସିହାରେ ପାଣ୍ଡେମିକ୍‌ ଉପରେ ଗୀତଟିଏ ଲେଖିଥିଲେ। ୨୦୧୨ ଅଲିମ୍ପିକ୍‌ ସମରଗେମ୍ସରେ ପାଣ୍ଡେମିକ ଉପରେ ଶୋ ପ୍ରଦର୍ଶୀତ ହୋଇଥିଲା। କଣ୍ଟାଗିଅନ୍‌, ଡେଡ୍‌ ପ୍ଲେଗ୍‌ ଭଳି ବହୁ ଫିଲ୍ମରେ ଏ ବିଷୟରେ ଭବିଷ୍ୟବାଣୀ କରାଯାଇଥିଲା। ୨୦୧୯ ଡିସେମ୍ବର ଭୂତାଣୁ ସଂପର୍କରେ ଏପରି ବହୁ ଆଗୁଆ ପ୍ରଚାର ହୋଇଥିଲା। ଏମାନଙ୍କର ଯୁକ୍ତି ଓ ତଥ୍ୟ ସବୁ ପ୍ରିନ୍ସିପିଆ-ସାଇଣ୍ଟିଫିକ୍‌.କମ୍ ନାମକ ଏକ ୱେବ ସାଇଟ୍‌ରେ ପ୍ରକାଶ ପାଇଛି। ଆଜି ବି ତାହା ରହିଛି, ଡିଲିଟ୍‌ ହୋଇନାହିଁ।

୧୭. ୨୦୦୮ ମସିହାରେ ରବିନ୍‌ ଡି ରୁଇଟର ନାମକ ଜଣେ ଲେଖକ ତାଙ୍କର ଏକ ବହିରେ ଗ୍ଲୋବାଲ ଲକ୍‌ଡାଉନ୍‌ ସଂପର୍କରେ ଉଲ୍ଲେଖ କରିଥିଲେ। ଏହି କୌଶଳରେ ବିଶ୍ୱରେ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ସେ ଆକଳନ କରିଥିଲେ। ୨୦୧୪ ମସିହାରେ ଅନୁସନ୍ଧାନକାରୀ ସାମ୍ବାଦିକ ହ୍ୟାରୀ ଭକ୍ସ ମଧ୍ୟ ଏ ବିଷୟରେ ରିପୋର୍ଟ କରିଥିଲେ। ସେ କହିଥିଲେ ଏହା ଶାସକ ଗୋଷ୍ଠୀର ଟୁଲ୍‌କିଟ୍‌। ୨୦୧୦ରେ ଆମେରିକାର ରକ୍‌ଫେଲର ଫାଉଣ୍ଡେସନ୍‌ ’ସିନାରିଓ ଫର୍‌ ଦ ଫ୍ୟୁଚର ଅଫ୍‌ ଟେକ୍ନୋଲୋଜି ଆଣ୍ଡ ଇଣ୍ଟରନେସନାଲ ଡେଭଲପ୍‌ମେଣ୍ଟ’ ନାମକ ଏକ ସନ୍ଦର୍ଭ ପ୍ରକାଶ କରିଥିଲେ। ସେଥିରେ ୨୦୨୦ ପାଣ୍ଡେମିକ୍‌ ଓ ଲକ୍‌ଷ୍ଟେପ୍‌ ବିଷୟରେ ଉଲ୍ଲେଖ ଥିଲା। ଶାସକ ଗୋଷ୍ଠୀ ମହାମାରୀ ମୁକାବିଲା କରିବା ନାଁରେ ଏକଛତ୍ର ଶାସନ କରିବେ ଓ ଲୋକେ ଜୀବନ ବଂଚାଇବା ପାଇଁ ନିଜର ସ୍ୱାଧୀନତା ସମର୍ପଣ କରିବେ- ଏହା ହିଁ ଥିଲା ଉକ୍ତ ରିପୋର୍ଟର ଭବିଷ୍ୟ ଚିତ୍ର। ସେଇ ରକ୍‌ଫେଲର ଫାଉଣ୍ଡେସନ ପକ୍ଷରୁ ନେସନାଲ କୋଭିଡ-୧୯ ଟେଷ୍ଟିଂ ଆକ୍ସନ ପ୍ଲାନ ନାମରେ ଏକ ସନ୍ଦର୍ଭ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରସ୍ତାବ ରହିଥିଲା।

ଜନସଂଖ୍ୟା ହ୍ରାସ ଓ ଦାସ ସମାଜ ଲକ୍ଷ୍ୟ!

୧୮. ଆନ୍ଥୋନି ପ୍ୟାଚ୍‌ ନାମକ ଜଣେ ସାମ୍ବାଦିକ ମଧ୍ୟ ୨୦୧୪ ମସିହାରେ କରୋନା ଭୂତାଣୁ ସଂକ୍ରମଣ ସଂପର୍କରେ କହିଥିଲେ। ତାଙ୍କ କହିବା କଥା ଥିଲା ଶାସକ ଗୋଷ୍ଠୀ ଏକ କୃତ୍ରିମ ଭୂତାଣୁ ସଂକ୍ରମଣ କରାଇବେ। ଲୋକେ ଏଥିରୁ ବର୍ତ୍ତିବା ପାଇଁ ଟିକା ଦାବି କରିବେ। ଶାସକ ଗୋଷ୍ଠୀ ଟିକା ଜରିଆରେ ଲୋକମାନଙ୍କର ଡିଏନଏ ବଦଳେଇବାର ପ୍ରୟାସ କରିବେ। ଏହା ସେମାନଙ୍କର ଚିନ୍ତା କରିବାର ଶକ୍ତିକୁ ନଷ୍ଟ କରିଦେବ। ଡାକ୍ତର କ୍ୟାରୀ ମାଜେଦ୍‌ ନାମ୍ନୀ ଜଣେ ଚିକିତ୍ସାବିଦ ଆମେରିକାର ଜର୍ଜିଆରେ ସ୍ୱାସ୍ଥ୍ୟ ଗବେଷଣା କରୁଥିଲେ। ପରେ ସେ ସମାଜସେବା କରିବା ପାଇଁ ଆମେରିକା ଛାଡ଼ି ଡୋମିନିକ୍‌ ରିପବ୍ଲିକ ପଳାଇଲେ। ସେ ମଧ୍ୟ ଏ ବିଷୟରେ ସଚେତନ ଥିଲେ। ସେ କହୁଥିଲେ ଡିଏନଏ ବଦଳାଇ ସମଗ୍ର ମଣିଷ ସମାଜକୁ ନିୟନ୍ତ୍ରଣ କରିବାର ଯୋଜନା ଚାଲିଛି।

୧୯. ସିଆଇଏର ଜଣେ ଇଣ୍ଟେଲିଜେନ୍ସ ଅଫିସର ଡକ୍ଟର ଜନ୍‌ କୋଲେମ୍ୟାନ୍‌ ’ଦ କମିଟି ଅଫ୍‌ ୩୦୦’ ନାମରେ ଏକ ବହୁ ଲେଖିଥିଲେ। ତାହା ସେଥିରେ ସେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ସିକ୍ରେଟ୍‌ ସୋସାଇଟି ବା ଗୁପ୍ତ ସମାଜ କିପରି ଯୋଜନା କରିଛି ତାହା ଉଲ୍ଲେଖ କରିଥିଲେ। ସେହି ବହିର ସୂଚନା ଅନୁସାରେ ୨୦୫୦ ସୁଦ୍ଧା ୪୦୦ କୋଟି ଅଦରକାରୀ ଖାଦକଙ୍କୁ ଲୋପ କରିବା ଯୋଜନା ରହିଛି।

୨୦. ଉପରେ ଦିଆଯାଇଥିବା ତଥ୍ୟ, ସୂଚନା ଓ ଯୁକ୍ତି ସବୁ ନଭମଞ୍ଚରେ ରହିଛି। କୋଭିଡ୍-୧୯ ସଂପର୍କରେ ସରକାରୀ ତଥ୍ୟ ଓ ସୂଚନା ବ୍ୟତିତ ଅନ୍ୟ କିଛି ପ୍ରକାଶ କଲେ ଭାରତର ଏପିଡେମିକ ଆଇନ ଅନୁସାରେ ସରକାର ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସୋସାଲ୍‌ ମିଡିଆରେ କିଛି ମତ ବା ମନ୍ତବ୍ୟ ଦେଲେ ତାହାକୁ ମଧ୍ୟ ଅପରାଧ ଭାବେ ବିବେଚନା କରାଯାଉଛି। ସେପରି ତଥ୍ୟ ଡିଲିଟ୍‌ କରିବାକୁ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଅନେକ କ୍ଷେତ୍ରରେ ଟୁଇଟର ଓ ଫେସ୍‌ବୁକ୍‌ ପୋଷ୍ଟକୁ ଡିଲିଟ୍‌ କରାଯାଉଛି। କିନ୍ତୁ କରୋନା ପାଣ୍ଡେମିକ୍‌ ସଂପର୍କରେ ଏପରିସବୁ ତଥ୍ୟ ଓ ସୂଚନା ଥିବା ୱେବସାଇଟ୍‌ ସବୁ ଡିଲିଟ୍‌ ହୋଇନାହିଁ। ଏଠାରେ କେବଳ ଦୁଇଟି ସେପରି ୱେବସାଇଟ୍‌ର ଆଲେଖ୍ୟ ସଂପର୍କରେ ଉଲ୍ଲେଖ କରାଗଲା। ପାଠକମାନେ ଚାହିଁଲେ ସିଧାସଳଖ ସେ ଦୁଇଟି ୱେବସାଇଟ୍‌ର କରୋନା ବିଷୟକ ସନ୍ଦର୍ଭ ପାଠ କରିପାରିବେ। ପ୍ରଥମଟି ହେଉଛି principia-scientific.comରେ ପ୍ରକାଶିତ ଡକ୍ଟର ଜେମ୍ସ ଫେଜରଙ୍କ ଲିଖିତ proof that pandemic was planned with purpose ଏବଂ ଦ୍ୱିତୀୟଟି ହେଉଛି ନିକୋଲାସ ୱେଡ୍‌ଙ୍କ ଲିଖିତ thebulletin.orgରେ ପ୍ରକାଶିତ the origin of covid- did people or nature open pandora’s box at wuhan.

୨୧. କରୋନା ଭୂତାଣୁ ସଂକ୍ରମଣ ନେଇ ଏଭଳି ସାଂଘାତିକ ତଥ୍ୟ ଓ ସୂଚନା ନଭମଞ୍ଚରେ ରହିଥିବାରୁ ଏ ସଂପର୍କରେ ସରକାରୀ ସ୍ତରରେ ଅନୁସନ୍ଧାନ ହେବା ଦରକାର। କୌଣସି ଗୋଟିଏ ଦେଶର ସରକାର ଏହା କରିନପାରିଲେ ଏକାଧିକ ଦେଶର ମିଳିତ ପ୍ରୟାସରେ ଅନୁସନ୍ଧାନକାରୀ ସାମ୍ବାଦିକ, ସତ୍ୟାନ୍ୱେଷୀ ଗୁଇନ୍ଦା, ବୈଜ୍ଞାନିକ ଓ ଡାକ୍ତର ଦଳ ଜରିଆରେ ଏହା ଉପରେ ଅନ୍ତର୍ଜାତୀୟ ସ୍ତରରେ ଅନୁସନ୍ଧାନ ହୋଇ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବା ଦରକାର। ମିଳିତ ଜାତିସଂଘ, ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ଆମେରିକା, ଚୀନ, ବିଲ୍‌ ଗେଟ୍ସ ଓ ରକ୍‌ଫେଲର ଫାଉଣ୍ଡେସନର ଭୂମିକା ସଂପର୍କରେ ତଦନ୍ତ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ କରୋନା ଆତଙ୍କର ପରିସମାପ୍ତି ଘଟନ୍ତା ଓ ବିଶ୍ୱବାସୀ ଜୀବନ ଓ ମାନବ ସମାଜର ଭବିଷ୍ୟତ ନେଇ ଆଶ୍ୱସ୍ତି ଲାଭ କରନ୍ତେ।

ସର୍ବେ ଭବନ୍ତୁ ସୁଖିନୋ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ ଦୁଃଖଭାଗ ଭବେତ। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos