ନୂଆଦିଲ୍ଲୀ: ଫିଫା ୱାର୍ଲ୍ଡକପ୍ର ଫାଇନାଲ ମୁକାବିଲା ଥିଲା ବେଶ୍ ରୋମାଞ୍ଚକର। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ହୋଇଥିଲା ହାଇଭୋଲ୍ଟେଜ ମୁକାବିଲା। ନିର୍ଦ୍ଧାରିତ ସମୟରେ ସ୍କୋର ବରାବର ସ୍ଥିତିରେ ରହିବା ପରେ ପେନାଲ୍ଟି ଶୁଟ୍ଆଉଟ୍ରେ ବାଜି ମାରିନେଇଥିଲା ଆର୍ଜେଣ୍ଟିନା। ମ୍ୟାଚ୍ରେ ଚାଲିଥିଲା ମେସିଙ୍କ ମ୍ୟାଜିକ୍। ଶେଷ ଗୋଲ ସ୍କୋର୍ ଦଳକୁ ଦେଇଥିବା ବଡ ବିଜୟ। ଫ୍ରାନ୍ସକୁ ୪-୨ରେ ହରାଇ ଫିଫା ୱାର୍ଲ୍ଡ କପର୍ ଟାଇଟେଲ ହାତେଇନେଇଛି ଆର୍ଜେଣ୍ଟିନା।
https://twitter.com/nasawaIi/status/1602802915336491008?s=20&t=-VMSISHHPGOueJIhPVMGiA
ତେବେ ଆର୍ଜେଣ୍ଟିନା ଜିତିବା ଖୁସିରେ ଷ୍ଟାଡିୟମ ମେସି ମେସି ଶବ୍ଦରେ କମ୍ପି ଉଠିଥିଲା। ଖୁସିରେ ବିଭୋର ହୋଇପଡିଥିଲେ ଫ୍ୟାନ୍ମାନେ। ଏହି ଉତ୍ସବର ମାହୋଲ ଭିତରେ ଷ୍ଟାଡିୟମରେ ଜଣେ ଯୁବତୀ କରି ବସିଥିଲେ ବଡ ଭୁଲ୍। ସେ ପିନ୍ଧିଥିବା ଡ୍ରେସ୍ ଖୋଲି ଉତ୍ସବ ମନାଇଥିଲେ। ତାଙ୍କୁ ଏଭଳି କରିବା ଏବେ ମହଙ୍ଗା ପଡିପାରେ। କତାରରେ ଥିବା କଡା ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେ ଯାଇପାରନ୍ତି ଜେଲ୍।
ବାସ୍ତବରେ ଆର୍ଜେଣ୍ଟିନାର ମଣ୍ଟିୟଲ ଗୋଲ କରିବା ପରେ ଟିଭି ସ୍କ୍ରିନ୍ରେ ଜଣେ ମହିଳା ଫ୍ୟାନ୍ ନଜର ଆସିଥିଲେ। ଏହି ଫ୍ୟାନ୍ଜଣକ ଖୁସିରେ ନିଜ ପିନ୍ଧିଥିବା ଡ୍ରେସ୍ ବାହାର କରି ଦେଇଥିଲେ। ଏବେ ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଜରିମାନା କିମ୍ବା କତାରର ଜେଲ୍ ଯିବାକୁ ପଡିପାରେ। ପ୍ରକୃତରେ ଟୁର୍ଣ୍ଣାମେଣ୍ଟ ବେଳେ କତାରରେ ମହିଳାଙ୍କ ପୋଷାକକୁ ନେଇ କଡା ନିୟମ ତିଆରି କରାଯାଇଥିଲା। ଯେଉଁଥିରେ ସର୍ବସାଧାରଣ ସ୍ଥାନରେ ଆଣ୍ଠୁ ଉପରକୁ ଓ ଅଫ୍ ସୋଲ୍ଡର୍ ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିଲା।
https://twitter.com/Midnighttttblue/status/1604567250778087424?s=20&t=XT5fb5xMUx6-s8V8l6GcEQ
କେବଳ ସେତିକି ନୁହେଁ ୱାର୍ଲ୍ଡ କପ୍ ପାଇଁ ମହିଳାମାନଙ୍କୁ ଫିଟିଂ ପୋଷାକ ଓ କ୍ଲିଭେଜ୍ ଦେଖାଯାଉଥିବା ପୋଷାକ ପିନ୍ଧିବା ଉପରେ ବ୍ୟାନ୍ ଲଗାଯାଇଥିଲା। ଏଭଳି କଠୋର ନିୟମ ଥିବା ସତ୍ତ୍ୱେ ଆର୍ଜେଣ୍ଟିନାର ଜଣେ ମହିଳା ଫ୍ୟାନ୍ଙ୍କ ଏଭଳି ଟପ୍ଲସ୍ ହେବା ଫଟୋ ଭାଇରାଲ ହେବା ପରେ ହଙ୍ଗାମା ସୃଷ୍ଟି ହୋଇଛି। ଉକ୍ତ ମହିଳାଙ୍କୁ ଜେଲ୍ ପଠାଇବାକୁ ସୋଶାଲ ମିଡିଆର କିଛି ୟୁଜର୍ସମାନେ ଦାବି କରିଛନ୍ତି।