Joe-Biden
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଭାରତରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୈନିକ ହଜାର ହଜାର ଲୋକ ଅକ୍ସଜେନ୍ ଅଭାବ ଯୋଗୁ ଆଖି ବୁଜୁଛନ୍ତି। ଏପରି ମହାବିପତ୍ତି ସମୟରେ କୋଭିଶିଲ୍ଟ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ପଠାଇବାକୁ ପ୍ରଥମେ ରୋକଠୋକ ମନା କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ଏବେ ଭାରତକୁ ସହାୟତା କରିବାକୁ ଅଣ୍ଟା ଭିଡ଼ିଛି।
କୋଭିଡର ପ୍ରଥମ ଲହରରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେତେବେଳେ ପ୍ରକୃତ ବନ୍ଧୁର ପରିଚୟ ଦେଇଥିଲା ଭାରତ। ଆମେରିକା ଆବଶ୍ୟକ କରୁଥିବା ପାରାସିଟାମଲ ସମେତ ଅନେକ ଔଷଧ ପର୍ଯ୍ୟାପ୍ତ ପରିମାଣର ପଠାଇଥିଲା। ଏବେ ଭାରତର ବିପଦ ବେଳେ ସାହାଯ୍ୟର ହାତ ବଢ଼ାଇବାକୁ ଆଗେଇ ଆସିଥିବା ଆମେରିକା ଋଣ ସୁଝିବାକୁ ପ୍ରୟାସ କରୁଥିବା ଆଲୋଚନା ହେଉଛି।
କୋଭିଶିଲ୍ଟ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଭାରତକୁ ରପ୍ତାନୀ ଉପରେ ଆମେରିକା ପ୍ରଥମେ ଳଗାଇଥିବା ପ୍ରତିବନ୍ଧକକୁ ଏବେ ଉଠାଇ ଦେଇଛି। ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରବିବାର ଆମେରିକା ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଉଭୟ ଫୋନ୍ ଜରିଆରେ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିଥିଲେ। ପରେ ଆମେରିକା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଆମେରିକାର ଏହି ସହଯୋଗ ପରେ ଭାରତରେ ଏବେ କୋଭିଶିଲ୍ଡ ଟିକା ଅଧିକରୁ ଅଧିକ ଉତ୍ପାଦନ ହେବା ନେଇ ବାଟ ଫିଟିଛି। ତେବେ ଜାକେ ସୁଲିଭାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ମିଷ୍ଟର ପ୍ରେସିଡେଣ୍ଟ ଜୋ ବାଇଡନ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ।
ନିକଟରେ ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ଆମେରିକାର ବିପଦ ସମୟରେ ଭାରତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲା। ଏବେ ଭାରତର ସ୍ଥିତି ଖରାପ ରହିଥିବାରୁ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବା ପ୍ରସ୍ତୁତ ବୋଲି ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି।
https://twitter.com/POTUS/status/1386401947729633280?s=20
ସେହିପରି ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ଭାରତ କରୋନା ମହାମାରୀ ବିପତ୍ତି ଦେଇ ଗତି କରୁଛି। ସ୍ଥିତି ଉଦବେଦଗଜନକ ରହିଛି। ଏଭଳି ସ୍ଥିତିରେ ଭାରତ ସରକାର ସହିତ ମିଶି ଆମେରିକା କାମ କରିବ। ଭାରତକୁ ଅତିରିକ୍ତ ସହାୟତା ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଣ ନିମନ୍ତେ ଆମେରିକା ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆମେରିକା ପ୍ରାର୍ଥନା କରୁଛି।
https://twitter.com/ANI/status/1386408094234648577?s=20
ଆମେରିକା ସରକାରର ଦୁଇ ମୁଖିଆଙ୍କ ଟ୍ୱିଟ୍ ପରେ ଆମେରିକାରେ ଥିବା ଭାରତ ସରକାରଙ୍କ ପ୍ରତିନିଧି କହିଛନ୍ତି, ରବିବାର ସକାଳେ ଆମେରିକା ଭାରତକୁ ୩୦୦ଟି ଅକ୍ସିଜେନ କନସେନଟ୍ରେଟର୍ସ ପଠାଇଛି। ଜନ୍ ଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର A102 ବିମାନରେ ୫ ଟନର ଅକ୍ସିଜେନ ପଠାଯାଇଛି। ଆଜି ଏହି ସବୁ ସ୍ୱାସ୍ଥ୍ୟ ଉପକରଣ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି।
https://twitter.com/ANI/status/1386454058181955584?s=20
ସୂଚନାଯୋଗ୍ୟ, ଆମେରିକାର ଡେନାଲ଼୍ ଟ୍ରମ୍ପ ସରକାର ଥିବା ବେଳେ କୋଭିଡର ପ୍ରଥମ ଲହରରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେ ସମୟରେ ଚିକିତ୍ସା ପାଇଁ ଆମେରିକାରେ ପାରାସିଟାମଲ ଔଷଧର ଅଧିକ ଆବଶ୍ୟକତା ଥିଲା। ଆଉ ଭାରତ ପକ୍ଷରୁ ଆମେରିକା ସମେତ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶକୁ ପର୍ଯ୍ୟାପ୍ତ ପରିମାଣର ପାରାସିଟାମଲ ସହିତ ଅନେକ ଔଷଧ ପଠାଇଥିଲା। ଏବେ ଆମେରିକା ଭାରତକୁ କୋଭିଶିଲ୍ଟ ପାଇଁ କଞ୍ଚାମାଲ, ଅକ୍ସିଜେନ ଆଦି ପଠାଇ ଭାରତର ଋଣ ଏକ ପ୍ରକାର ଶୁଝିବାକୁ ପ୍ରୟାସ କରୁଥିବା ଆଲୋଚନା ହେଉଛି।
ଭାରତକୁ କିଏ କିଏ ସହଯୋଗ ପାଇଁ ଅଣ୍ଟା ଭିଡିଲେ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/Joe-Biden.jpg)