୨୭ ବର୍ଷ ବୟସରେ ଚାଲିଗଲେ ପୂର୍ବତନ ମିସ୍‌ ବ୍ରାଜିଲ

ନୂଆଦିଲ୍ଲୀ: ବ୍ରାଜିଲ ସୁନ୍ଦରୀ ବା ମିସ୍‌ ବ୍ରାଜିଲର ମୁକୁଟ ପିନ୍ଧିଥିବା ଗ୍ଲେସି କୋରେଆଙ୍କର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା। ଜୁନ୍‌ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଏହି ଖବର ସାମ୍ନାକୁ ଆସିଛି। ଟନସିଲକୁ ହାଲୁକା ଭାବେ ନେବା ତାଙ୍କୁ ମହଙ୍ଗା ପଡ଼ିଛି। ଟନସିଲ ଜନିତ ସମସ୍ୟା ଅଧିକ ହେବାରୁ ଏହାକୁ ଦୂର କରିବା ପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ହେଲେ ଅପରେସନ୍ ପରେ […]

Glecy

Glecy

Hemant Lenka
  • Published: Thursday, 23 June 2022
  • Updated: 23 June 2022, 10:16 PM IST

Sports

Latest News

ନୂଆଦିଲ୍ଲୀ: ବ୍ରାଜିଲ ସୁନ୍ଦରୀ ବା ମିସ୍‌ ବ୍ରାଜିଲର ମୁକୁଟ ପିନ୍ଧିଥିବା ଗ୍ଲେସି କୋରେଆଙ୍କର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା। ଜୁନ୍‌ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଏହି ଖବର ସାମ୍ନାକୁ ଆସିଛି। ଟନସିଲକୁ ହାଲୁକା ଭାବେ ନେବା ତାଙ୍କୁ ମହଙ୍ଗା ପଡ଼ିଛି। ଟନସିଲ ଜନିତ ସମସ୍ୟା ଅଧିକ ହେବାରୁ ଏହାକୁ ଦୂର କରିବା ପାଇଁ ସେ ଅସ୍ତ୍ରୋପଚାର କରିଥିଲେ।

ହେଲେ ଅପରେସନ୍ ପରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ସେହିପରି ସେ ହୃଦ୍‌ଘାତର ଶିକାର ବି ହୋଇଥିଲେ। ଏଥିପାଇଁ ସେ ଦୀର୍ଘ ୨ ମାସ ହେଲା କୋମାରେ ରହିଥିଲେ। ଏବେ କିନ୍ତୁ ସେ ସମସ୍ତଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି।

ଏପ୍ରିଲ ମାସରେ ସେ ରୁଟିନ ଟନସିଲ ଅପରେସନ କରିଥିଲେ। ଅପରେସନର ୫ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସେ ହାମରେଜ ଓ ହୃଦଘାତର ଶିକାର ହେବାରୁ ଏପ୍ରିଲ ମାସ ଠାରୁ ହିଁ କୋମାରେ ରହିଥିଲେ।

Miss United Continents Gleycy Correia Dead at 27 After Tonsil Surgery୨୦୧୮ରେ ମିସ ବ୍ରାଜିଲ ହୋଇଥିବା ଗ୍ଲେସି କୋରେଆ ଦକ୍ଷିଣ ପୂର୍ବ ବ୍ରାଜିଲର ମାକାଇରେ ରୁହନ୍ତି। ସେ ଜଣେ ସ୍ଥାୟୀ ମେକଅପ ଆର୍ଟିଷ୍ଟ ଭାବେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଥିଲେ। ଗ୍ଲେସି କୋରେଆ ସୋଶାଲ ମିଡିରେ ବେଶ ଚର୍ଚ୍ଚିତ ଚେହେରା। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୫୭ ହଜାରରୁ ଅଧିକ। ଗ୍ଲେସିଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଲୋକ ବନ୍ଧୁମାନେ ସୋଶାଲ ମିଡିଆ ଆକାଉଣ୍ଟରେ ଶୋକ ବ୍ୟକ୍ତ କରିବାରେ ଲାଗିଛନ୍ତି।

Former Miss Brazil Gleycy Correia dies at 27 after routine tonsil surgery -  The Frontier Post

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos