ହିଲାରୀ କ୍ଲିଣ୍ଟନଙ୍କୁ କରୋନା

ୱାଶିଂଟନ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ୍‌ ହିଲାରୀ କ୍ଳିଣ୍ଟର ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ। ପରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି […]

hillary-clinton

Madhupriya Mistry
  • Published: Wednesday, 23 March 2022
  • , Updated: 23 March 2022, 11:48 AM IST

ୱାଶିଂଟନ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ୍‌ ହିଲାରୀ କ୍ଳିଣ୍ଟର ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୋ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ। ପରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ତାଙ୍କ ସ୍ୱାମୀ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ବିର୍ତ୍ତମାନ ସେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

https://twitter.com/HillaryClinton/status/1506397903765581836?s=20&t=oWCeg6r01HurtwWdvcWe5w

ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଜଣେ ପ୍ରବକ୍ତା ଟ୍ୱିଟ୍‌ କରି କହିଛନ୍ତି, ଆଗାମୀ ଦିନରେ ତାଙ୍କର ପୁଣି କରୋନା ପରୀକ୍ଷା କରାଯିବ। ତେବେ ବର୍ତ୍ତମନା ସେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେପଟେ ହିଲାରୀ କ୍ଲିଣ୍ଟନ କହିଛନ୍ତି, ଏହି ମାରାତ୍ମକ ମହାମାରୀ ବିରୋଧରେ ଟିକା ଲଢ଼େଇ କରୁଛି। ଟିକା ନେଇଥିବା ଲାଗି ଅନେକ ସୁରକ୍ଷା ମିଳୁଛି। ତେଣୁ ଲୋକଙ୍କୁ ସେ କରୋନା ଟିକା ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଯେଉଁମାନେ ବର୍ତ୍ତମାନ ଯାଏଁ କରୋନା ଟିକାର ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି ସେମାନଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ଦେବା ପାଇଁ ହିଲାରୀ ନିବେଦନ କରିଛନ୍ତି। ସୂଚନା ମୁତାବକ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ଚଳିତ ମାସ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ।

Related story