୯୦ ହଜାର ଡଲାର ମୂଲ୍ୟର ବ୍ୟାଗ ଧରି ଦେଶ ଛାଡ଼ିଲେ ଫରା ଖାନ

ଇସଲାମାବାଦ: ଚର୍ଚ୍ଚାରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶାରା ବିବିଙ୍କ ବନ୍ଧୁ ଫରା ଖାନ। ରବିବାର ଫରା ଖାନ ବିମାନରେ ଯାତ୍ରା କରୁଥିବା ବେଳର ଗୋଟିଏ ଫଟୋ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ଗୋଟିଏ ପଟେ ଦେଶରେ ରାଜନୀତିକ ଅସ୍ଥିରତା ଦେଖା ଯାଇଥିବା ବେଳେ ଫରା ଖାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏସବୁ ଭିତରେ ହିଁ ସେ ରବିବାର ପାକିସ୍ତାନ ଛାଡ଼ି ଦୁବାଇ ଚାଲି ଯାଇଛନ୍ତି। ବିମାନ ଭିତରେ ସେ ଉଠାଇଥିବା […]

Farah-Khan

Hemant Lenka
  • Published: Wednesday, 06 April 2022
  • , Updated: 06 April 2022, 02:51 PM IST

ଇସଲାମାବାଦ: ଚର୍ଚ୍ଚାରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶାରା ବିବିଙ୍କ ବନ୍ଧୁ ଫରା ଖାନ। ରବିବାର ଫରା ଖାନ ବିମାନରେ ଯାତ୍ରା କରୁଥିବା ବେଳର ଗୋଟିଏ ଫଟୋ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ଗୋଟିଏ ପଟେ ଦେଶରେ ରାଜନୀତିକ ଅସ୍ଥିରତା ଦେଖା ଯାଇଥିବା ବେଳେ ଫରା ଖାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା।

ଏସବୁ ଭିତରେ ହିଁ ସେ ରବିବାର ପାକିସ୍ତାନ ଛାଡ଼ି ଦୁବାଇ ଚାଲି ଯାଇଛନ୍ତି। ବିମାନ ଭିତରେ ସେ ଉଠାଇଥିବା ଫଟୋରେ ଗୋଟିଏ ଦାମୀ ବ୍ୟାଗ ରହିଛି। ଅବଶ୍ୟ ଫଟୋଟି କେବେ ଉଠା ଯାଇଛି, ସେକଥା ଜଣାପଡ଼ିନି। କିନ୍ତୁ ଗିରଫ ଭୟରେ ଫରା ଖାନ ଦେଶ ଛାଡ଼ିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ଫଟୋରେ ଫରା ଖାନଙ୍କ ପାଖରେ ଗୋଟିଏ ଦାମୀ ବ୍ୟାଗ ରହିଛି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ଫରାଙ୍କ ପାଖରେ ଥିବା ବ୍ୟାଗର ମୂଲ୍ୟ ୯୦ ହଜାର ଡଲାର। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ନେତ୍ରୀ ରୋମିନା ଖୁର୍ସିଦ ଆଲମ ଟ୍ୱିଟ କରି ଫରା ଖାନଙ୍କ ଉକ୍ତ ଫଟୋକୁ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ଫରା ଖାନ ହେଉଛନ୍ତି ବୁଶାରା ବିବିଙ୍କ ସମ୍ମୁଖରେ କାମ କରୁଥିବା ମହିଳା। ଏବେ ସେ ଦେଶରୁ ଫେରାର ହୋଇ ଯାଇଛନ୍ତି। ତାଙ୍କ ପାଖରେ ଥିବା ବ୍ୟାଗ ମଲ୍ୟ ୯୦ ହଜାର ଡଲାର। ହଁ ନବେ ହଜାର ଡଲାର।”

ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଅନେକ କମେଣ୍ଟ ମଧ୍ୟ ଦେବା ଆରମ୍ଭ କରିଛନ୍ତି। ଜଣେ ଲେଖିଛନ୍ତି, “ପ୍ରାଇଭେଟ ଜେଟ୍‌ରେ ଦୁବାଇ ଯିବା ପାଇଁ ଭଡ଼ା ହେଉଛି ୫୦ ହଜାର ଡଲାର।” ଫରା ଖାନଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ମଧ୍ୟ ପାକିସ୍ତାନ ଛାଡ଼ିଥିଲେ।

ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଅଫିସରଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଫରା ଖାନ ବିପୁଳ ପରିମାଣର ଲାଞ୍ଚ ନେଇଛନ୍ତି। ଏହି ଲାଞ୍ଚ କାରବାର ହିଁ ସବୁ ଦୁର୍ନୀତି ମୂଳରେ ରହିଛି। ପ୍ରାୟ ୩୨ ମିଲିୟନ ଡଲାରର ଦୁର୍ନୀତିରେ ଫରା ଜଡ଼ିତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି।


ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମାରୟମ ନୱାଜ କହିଛନ୍ତି ଯେ ଫରା ଖାନ ସବୁ ଲାଞ୍ଚ କାରବାର ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ଇସାରାରେ କରୁଥିଲେ। ଏବେ ସେ ଗିରଫ ହେବାର ଭୟ ସୃଷ୍ଟି ହେବାରୁ ଦେଶ ଛାଡ଼ି ଦେଇଛନ୍ତି। ଏଥିପାଇଁ ରବିବାର ଜାତୀୟ ଆସେମ୍ବଲି ଭଙ୍ଗ ହେବା ମାତ୍ରେ ଫରା ଦେଶ ଛାଡ଼ିଥିବା ସେ ଅଭିଯୋଗ କରିଛନ୍ତି।

Related story