ପଛରେ ପଡ଼ିଲେ ଋଷି ସୁନାକ, ଲିଜ୍‌ ଟ୍ରୁସ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଲଣ୍ଡନ: ଦେଶବ୍ୟାପୀ ମାରାଥନ ପ୍ରଚାର, ଏକାଧିକ କାର୍ଯ୍ୟକ୍ରମ ଓ ୩ ଟିଭି ବିତର୍କ ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡ଼ରେ ଲିଜ୍‌ ଟ୍ରୁସ୍‌ ଆଗେଇ ଯାଇଛନ୍ତି। ସେ ଭାରତୀୟ ବଂଶଦ୍ଭୋବ ଋଷି ସୁନାକଙ୍କୁ ପଛରେ ପକାଇ ବ୍ରିଟେନର ଶାସନ ଗାଦିରେ ବସିବାର ସମ୍ଭାବନା ସୃଷ୍ଟି ହୋଇଛି। ଶୁକ୍ରବାର ଅର୍ଥାତ ଆଜି କଞ୍ଜରଭେଟିଭ ପାର୍ଟିର ସାଂସଦ ଓ ସଦସ୍ୟମାନେ ସେମାନଙ୍କର ଚୂଡ଼ାନ୍ତ ଭୋଟ ଦେବେ। ଏହାପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ, ତା’ର ରେଜଲ୍ଟ ସୋମବାର ଘୋଷଣା ହେବ। […]

Liz-truss

  • Published: Friday, 02 September 2022
  • , Updated: 02 September 2022, 02:41 PM IST

ଲଣ୍ଡନ: ଦେଶବ୍ୟାପୀ ମାରାଥନ ପ୍ରଚାର, ଏକାଧିକ କାର୍ଯ୍ୟକ୍ରମ ଓ ୩ ଟିଭି ବିତର୍କ ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡ଼ରେ ଲିଜ୍‌ ଟ୍ରୁସ୍‌ ଆଗେଇ ଯାଇଛନ୍ତି। ସେ ଭାରତୀୟ ବଂଶଦ୍ଭୋବ ଋଷି ସୁନାକଙ୍କୁ ପଛରେ ପକାଇ ବ୍ରିଟେନର ଶାସନ ଗାଦିରେ ବସିବାର ସମ୍ଭାବନା ସୃଷ୍ଟି ହୋଇଛି। ଶୁକ୍ରବାର ଅର୍ଥାତ ଆଜି କଞ୍ଜରଭେଟିଭ ପାର୍ଟିର ସାଂସଦ ଓ ସଦସ୍ୟମାନେ ସେମାନଙ୍କର ଚୂଡ଼ାନ୍ତ ଭୋଟ ଦେବେ।

ଏହାପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ, ତା’ର ରେଜଲ୍ଟ ସୋମବାର ଘୋଷଣା ହେବ। ଏହି ରେଜଲ୍ଟର ଦିନକ ପରେ ବୋରିସ ଜନସନ ବିଧିବଦ୍ଧ ଭାବେ ରାଣୀ ଏଲିଜାବେଥ ୨ଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇବେ।

ପ୍ରଥମ ୫ ରାଉଣ୍ଡରେ ଋଷି ସୁନାକ ଆଗରେ ଥିବା ବେଳେ ଏବେ ଚୂଡ଼ାନ୍ତ ଲଢ଼େଇରେ ଲିଜ୍‌ ଆଗେଇ ଯାଇଛନ୍ତି। ଜନସନଙ୍କ ସରକାରରେ ସୁନାକ ଅର୍ଥମନ୍ତ୍ରୀ ଓ ଲିଜ୍‌ ବୈଦେଶିକ ସଚିବ ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ମଧ୍ୟ ହୋଇଛି। ହେଲେ ଅଧିକାଂଶ ସର୍ଭେ ଲିଜ୍‌ଙ୍କ ସପକ୍ଷରେ ମତ ରଖିଛନ୍ତି।
ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ, ସେଥିପାଇଁ ଅଗଷ୍ଟ ପ୍ରଥମରୁ ଉଭୟ ପୋଷ୍ଟାଲ ଓ ଅନଲାଇନରେ ଭୋଟିଂ ଆରମ୍ଭ ହୋଇଥିଲା।

ଏଥିରେ ପ୍ରାୟ ୨୦୦,୦୦୦ ଟୋରି ସଦସ୍ୟ ଭାଗ ନେଉଛନ୍ତି। ଏହି ଭୋଟିଂ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟାରେ ଶେଷ ହେବ। ସଦସ୍ୟମାନେ ଦେଇଥିବା ଭୋଟରୁ ଜଣାପଡ଼ୁଛି ଯେ ଲିଜ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁନାକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଭୋଟ ପାଇ ଆଗରେ ଅଛନ୍ତି।

ଏବେ ଶେଷ ପର୍ଯ୍ୟାୟରେ ସୁନାକ କେତେ ଭୋଟ ପାଇବେ, ତା’ ଉପରେ ସମସ୍ତଙ୍କ ନଜର। ଯିଏ ବି ପ୍ରଧାନମନ୍ତ୍ରୀ ହେବେ ସିଏ ୨୦୨୫ ଯାଏ କାର୍ଯ୍ୟ କରିବେ। ସେହିପରି ବ୍ରିଟେନ ଆର୍ଥିକ ଅବସ୍ଥା ମଧ୍ୟ ଏବେ ଭଲ ନାହିଁ। ତେଣୁ ୧୦ ଡାଉନିଂ ଷ୍ଟ୍ରିଟକୁ ଆସିବାକୁ ଥିବା ଶାସକଙ୍କ ଆଗରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ରହିବ।

Related story