୩୯ ଥର ରିଜେକ୍ଟ କରିବା ପରେ ଶେଷରେ ଚାକିରି ଦେଲା ଗୁଗଲ

ୱାଶିଂଟନ: ବାରମ୍ବାର ରିଜେକ୍ଟ ହେବା ପରେ ବି ହାର ମାନି ନଥିଲେ। ଶେଷରେ ତାଙ୍କର ଏହି ପ୍ରଚେଷ୍ଟା କାମ ମଧ୍ୟ ଦେଇଛି। ଯେଉଁ ଗୁଗଲ ତାଙ୍କୁ ୩୯ ଥର ରିଜେକ୍ଟ କରିଥିଲା, ଏବେ ସେହି କମ୍ପାନୀ ତାଙ୍କୁ ଚାକିରି ଦେଇଛି। ଟେଲର କୋହେନ ନାମକ ଜଣେ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି। ତାଙ୍କ ସଫଳତାର କାହାଣୀ ସାମ୍ନାକୁ ଆସିବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଗୁଗଲରେ ଚାକିରି କରିବାକୁ ଦୀର୍ଘଦିନ […]

Google

  • Published: Wednesday, 27 July 2022
  • , Updated: 27 July 2022, 06:00 PM IST

ୱାଶିଂଟନ: ବାରମ୍ବାର ରିଜେକ୍ଟ ହେବା ପରେ ବି ହାର ମାନି ନଥିଲେ। ଶେଷରେ ତାଙ୍କର ଏହି ପ୍ରଚେଷ୍ଟା କାମ ମଧ୍ୟ ଦେଇଛି। ଯେଉଁ ଗୁଗଲ ତାଙ୍କୁ ୩୯ ଥର ରିଜେକ୍ଟ କରିଥିଲା, ଏବେ ସେହି କମ୍ପାନୀ ତାଙ୍କୁ ଚାକିରି ଦେଇଛି। ଟେଲର କୋହେନ ନାମକ ଜଣେ ବ୍ୟକ୍ତିଙ୍କ ସହ ଏପରି ଘଟଣା ଘଟିଛି। ତାଙ୍କ ସଫଳତାର କାହାଣୀ ସାମ୍ନାକୁ ଆସିବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେ ଗୁଗଲରେ ଚାକିରି କରିବାକୁ ଦୀର୍ଘଦିନ ହେଲା ଆଶା କରି ବସିଥିଲେ। ଏଥିପାଇଁ ସେ ଥରେ କି ଦୁଇ ଥର ନୁହେଁ, ପୂରା ୩୯ ତଣ ଚାକିରି ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କୁ କମ୍ପାନୀ ଚାକିରି ଦେଇ ନଥିଲା। ଶେଷରେ ଜୁଲାଇ ୧୯ରେ କମ୍ପାନୀ ତାଙ୍କୁ ଚାକିରି ଦେଇଛି। ସେ ଦୀର୍ଘ ବର୍ଷ ହେଲା ଆବେଦନ କରିବା ସହ କେମିତି ରିଜେକ୍ଟ ହୋଇଥିଲେ, ତା’ର ଇମେଲ୍‌ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଗୁଗଲରେ ଚାକିରି ପାଇବା ପୂର୍ବରୁ ସାନ ଫ୍ରାନ୍ସିକୋରେ ରହୁଥିବା କୋହେନ ଦୂରଦର୍ଶନରେ ଆସୋସିଏଟ ମ୍ୟାନେଜର ଷ୍ଟ୍ରାଟେଜୀ ଓ ଅପରେସନ ପଦରେ କାମ କରୁଥିଲେ।

ସେ ସ୍କ୍ରିନଶଟ ଶେୟାର କରି କହିଛନ୍ତି, “ଦୃଢ଼ତା ଓ ପାଗଳପଣ ଭିତରେ ଗୋଟିଏ ସୁନ୍ଦର ଲାଇନ ରହିଛି। ମୁଁ ଏବେ ବି ମୋ ପାଖରେ କେଉଠି ଅଛି, ତା’କୁ ଖୋଜୁଛି। ୩୯ ରିଜେକ୍ସନ ଓ ୧ ଆସପେଟାନ୍ସ।” ତାଙ୍କ ପୋଷ୍ଟକୁ ଅନେକ ଲୋକ ପସନ୍ଦ କରିବା ସହ ଏହାକୁ ଶେୟାର କରିବାରେ ଲାଗିଛନ୍ତି।

https://www.linkedin.com/embed/feed/update/urn:li:share:6955593805836275712

କୋହେନ ଶେୟାର କରିଥିବା ଇ-ମେଲ ଅନୁଯାୟୀ, ସେ ପ୍ରଥମଥର ପାଇଁ ୨୦୧୯ ମସିହା ଅଗଷ୍ଟ ୨୫ରେ ଗୁଗଲରେ ଚାକିରି ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନ ରିଜେକ୍ଟ ହୋଇଯାଇଥିଲା। ସେ ହାର ନ ମାନି ୨୦୧୯ ସେପ୍ଟେମ୍ବରରେ ପୁଣି ୨ଥର ଆବେଦନ କରିଥିଲେ। ଏଥର ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାର ୮ ମାସ ପରେ ଜୁନ ୨୦୨୦ରେ ପୁଣିଥରେ ଚାକିରି ପାଇଁ ଆବେଦନ କରିଥିଲେ। ତାଙ୍କୁ ପୁଣି ରିଜେକ୍ଟ କରାଯାଇଥିଲା। ଜୁଲାଇ ୨୦୨୨ରେ ଚାକିରି ପାଇବା ପୂର୍ବରୁ ଏପରି ୩୯ ଥର ଆବେଦନ କରିଥିଲେ ଓ ସବୁଥର ତାଙ୍କ ଆବେଦନକୁ ରିଜେକ୍ଟ କରାଯାଇଥିଲା।

Related story