ହଠାତ୍‌ ୪.୨୬ କୋଟି ପାଇ ଖୁସିରେ ଉଡ଼ାଇଥିଲେ, ମିଳିଲା ଜେଲ ଦଣ୍ଡ

ମେଲବର୍ଣ୍ଣ: ହଠାତ୍‌ ବ୍ୟାଙ୍କ ଆକାଉଣ୍ଟରେ ୪.୨୬ କୋଟି ଟଙ୍କା ଡିପୋଜିଟ ହୋଇଥିବା ଦେଖି ଜଣେ ଯୁବକ ଖୁସିରେ ନାଚି ଉଠିଥିଲେ। ଏତେ ଟଙ୍କା ପାଇବା ପରେ ସେ ତୁରନ୍ତ ସୁନାର ବାର୍‌ ଠାରୁ ଆରମ୍ଭ କରି ଦାମୀ ଡ୍ରେସ ସବୁ କିଣି ପକାଇଥିଲେ। ହେଲେ ଖୁସିରେ ଟଙ୍କା ଉଡ଼ାଇବା ତାଙ୍କୁ ମହଙ୍ଗା ପଡ଼ିଛି। ପୁଲିସ୍‌ ତାଙ୍କୁ ଠକେଇ ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି। ଅଷ୍ଟ୍ରେଲିଆରେ ରହୁଥିବା ୨୪ ବର୍ଷୀୟ ଆବଡେଲ ଘାଡିଆଙ୍କ ସହ ଏପରି […]

jail

  • Published: Tuesday, 13 December 2022
  • , Updated: 13 December 2022, 05:36 PM IST

ମେଲବର୍ଣ୍ଣ: ହଠାତ୍‌ ବ୍ୟାଙ୍କ ଆକାଉଣ୍ଟରେ ୪.୨୬ କୋଟି ଟଙ୍କା ଡିପୋଜିଟ ହୋଇଥିବା ଦେଖି ଜଣେ ଯୁବକ ଖୁସିରେ ନାଚି ଉଠିଥିଲେ। ଏତେ ଟଙ୍କା ପାଇବା ପରେ ସେ ତୁରନ୍ତ ସୁନାର ବାର୍‌ ଠାରୁ ଆରମ୍ଭ କରି ଦାମୀ ଡ୍ରେସ ସବୁ କିଣି ପକାଇଥିଲେ। ହେଲେ ଖୁସିରେ ଟଙ୍କା ଉଡ଼ାଇବା ତାଙ୍କୁ ମହଙ୍ଗା ପଡ଼ିଛି।

ପୁଲିସ୍‌ ତାଙ୍କୁ ଠକେଇ ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି। ଅଷ୍ଟ୍ରେଲିଆରେ ରହୁଥିବା ୨୪ ବର୍ଷୀୟ ଆବଡେଲ ଘାଡିଆଙ୍କ ସହ ଏପରି ଘଟଣା ଘଟିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭୁଲବଶତଃ ୪.୨୬ କୋଟି ଟଙ୍କା ଜମା ହୋଇଥିଲା। ସେ ଏହାର ଯାଞ୍ଚ ନ କରି ଟଙ୍କାକୁ ଖର୍ଚ୍ଚ କରିବା ଆରମ୍ଭ କରିଥିଲେ।

ସୁନା ବାର, ମେକ ଅପ ଓ ଡିଜାଇନର ପୋଷାକ କିଣାରେ ଘାଡିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରାପର ହେବାକୁ ଲକ୍ଷ୍ୟ ରଖିଥିବା ଘାଡିଆଙ୍କୁ ଶେଷରେ ପୁଲିସ୍‌ ଗିରଫ କରିଛି ଓ ୧୮ ମାସ ପାଇଁ ଜେଲକୁ ପଠାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଇନଷ୍ଟାଗ୍ରାମ ନ୍ୟୁଟ୍ରନିଷ୍ଟ ତାରା ଥୋରେନ ଓ ତାଙ୍କ ସ୍ୱାମୀ କୋରୀ ସିଡ୍‌ନୀର ନର୍ଦ୍ଦଦ ବିଚ୍‌ରେ ଗୋଟିଏ ଘର କିଣିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ଜଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ହେଲେ ଭୁଲ ବଶତଃ ଏହା ଘାଡିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲି ଆସିଥିଲା।

ଦମ୍ପିତ ପ୍ରକୃତରେ ଆଡାମ ମାଗ୍ରୋ ନାମକ ଜଣେ ବ୍ରୋକରଙ୍କ ସହ ଇ-ମେଲ ଦ୍ୱାରା ଘର କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ହେଲେ ମାଗ୍ରୋଙ୍କ ଇ-ମେଲ ଆଇଡି ହ୍ୟାକ ହୋଇଯାଇଥିବା ସେମାନେ ଜାଣି ପାରି ନଥିଲେ। ଇ-ମେଲର ନିର୍ଦ୍ଦେଶ ଅନୁସାରେ ତାରା ଓ କୋରୀ ଘର କିଣା ବାବଦ ଟଙ୍କା ଘାଡିଆଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଟଙ୍କା ପାଇବା ପରେ ସେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିଥିଲେ।

ଟଙ୍କା ପାଇବା ଓ ଏହାକୁ ଖୁସିରେ ଉଡ଼ାଇବା କଥାକୁ ଘାଡିଆ ସ୍ୱୀକାର କରିଛନ୍ତି। ହେଲେ ଟଙ୍କା ଟ୍ରାନ୍ସଫରରେ ତାଙ୍କର କୌଣସି ଭୂମିକା ନଥିବା ସେ କହିଛନ୍ତି। ଘାଡିଆ ପୁଲିସ୍‌କୁ କହିଛନ୍ତି ଯେ “ମୁଁ ନିଦରୁ ଉଠିବା ପରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ଦେଖିବାକୁ ପାଇଥିଲି। ଏହାପରେ ମୁଁ ଯାହାଙ୍କୁ ଭଲ ପାଏ, ତାଙ୍କ ପାଇଁ ସୁନା କିଣିଥିଲି। ଏଥିସହ ବିଭିନ୍ନ ଜିନିଷପତ୍ର ଓ ପାର୍ଟି କରି ଟଙ୍କା ଖର୍ଚ୍ଚ କରିଛି।”

ଏହି ଠକେଇ ମାମଲାରେ ଘାଡିଆ ଏକମାତ୍ର ଦୋଷୀ। ସେ ଥୋରେନ ଦମ୍ପତିଙ୍କ ଜୀବନ ଯାକ ସଞ୍ଚୟକୁ ଖର୍ଚ୍ଚ କରିଛନ୍ତି। ତେଣୁ ତାଙ୍କୁ ୧୮ ମାସ ଜେଲ ଦଣ୍ତ ମିଳିଛି। ୧୦ ମାସ ଯାଏ ତାଙ୍କୁ ପ୍ୟାରୋଲ ମଧ୍ୟ ମିଳିବ ନାହିଁ। ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଘାଡିଆ କିଣିଥିବା ସୁନାର ପତ୍ତା ଏଯାଏ ପାଇନାହିଁ।

Related story