ମାସୁଦ ଆଝାରକୁ ନେଇ ପାକିସ୍ତାନ ମିଡିଆର ମିଛ ଧରାଇଲା ତାଲିବାନ

କାବୁଲ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛି ତାଲିବାନ। ଏଫଏଟିଏଫରର ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ଏପରି କି ଆଫଗାନକୁ ଦଖଲ କରିଥିବା ତାଲିବାନ ସହ ମାସୁଦ ଯୋଗାଯୋଗରେ ରହିଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ତାଲିବାନ। ଏଥିପାଇଁ ପାକିସ୍ତାନ ମିଡିଆକୁ […]

massod-azhar

massod-azhar

Hemant Lenka
  • Published: Thursday, 15 September 2022
  • Updated: 15 September 2022, 12:49 PM IST

Sports

Latest News

କାବୁଲ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛି ତାଲିବାନ। ଏଫଏଟିଏଫରର ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ଏପରି କି ଆଫଗାନକୁ ଦଖଲ କରିଥିବା ତାଲିବାନ ସହ ମାସୁଦ ଯୋଗାଯୋଗରେ ରହିଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ତାଲିବାନ। ଏଥିପାଇଁ ପାକିସ୍ତାନ ମିଡିଆକୁ ମଧ୍ୟ ତାଲିବାନ ଚେତାବନୀ ଦେଇଛି।

ଦୋହାରେ ଥିବା ତାଲିବାନର ରାଜନୀତିକ ମୁଖ୍ୟାଳୟର ମୁଖ ସୁହାଲି ଶାହୀନ କହିଛନ୍ତି, ଆଝାରର ସଂଗଠନ ପାକିସ୍ତାନ ଭିତ୍ତିକ। ସେମାନେ ବିନା ପ୍ରମାଣରେ ଆଝାର ଆଫଗାନିସ୍ତାନରେ ରହିଥିବା କହିଛନ୍ତି। ଆମେ ତା’ର ଉପସ୍ଥିତି ସମ୍ପର୍କରେ କିଛି ଜାଣିନୁ। ଏଥିସହ ଆମେ କାହାକୁ କେବେ ବି ଆଫଗାନିସ୍ତାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଦେବୁନାହିଁ।

ଆଫଗାନିସ୍ତାନରେ ଶରଣ ନେବାକୁ ମାସୁଦ ଆଝାର ପ୍ରସ୍ତାବ ଦେଇଥିବା ମିଡିଆ ରିପୋର୍ଟରେ କୌଣସି ସତ୍ୟତା ନାହିଁ। ବିନା ପ୍ରମାଣରେ ଏପରି ରିପୋର୍ଟ ପ୍ରକାଶ କରିବା ଠାରୁ ଆମେ ସମସ୍ତଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦେଉଛି। ନଚେତ ଏପରି ଅଭିଯୋଗ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ନିକଟରେ ଗୋଟିଏ ଚିଠି ତାଲିବାନକୁ ପାଖକୁ ପଠାଯାଇଥିବା ପାକ ମିଡିଆ ରିପୋର୍ଟ ପ୍ରକାଶ କରିଥିଲେ। ଏଥିରେ କୁହାଯାଇଥିଲା ଯେ ମାସୁଦ ଆଝାର ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ରହିଛି। ତେଣୁ ତାଲିବାନ ସରକାର ତା’ର ଠିକଣା ଠାବ କରିବା ସହ ତୁରନ୍ତ ମାସୁଦକୁ ଗିରଫ କରନ୍ତୁ। ଏଥିସହ ତା’କୁ ପାକିସ୍ତାନକୁ ହସ୍ତାନ୍ତର କରନ୍ତୁ ବୋଲି ଇସଲାମାବାଦ କହିଥିବା ମିଡିଆରେ ଦାବି କରାଯାଇଥିଲା।

ହେଲେ ଟୋଲୋ ନ୍ୟୁଜକୁ ଆଫଗାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ମାସୁଦ ଆଝାର ସମ୍ପର୍କରେ ପ୍ରକାଶ ପାଇଥିବା ମିଡିଆ ରିପୋର୍ଟ ସମ୍ପର୍କରେ ଆମେ ଅବଗତ ରହିଛୁ। ପାକିସ୍ତାନ ସରକାର ଆମକୁ ଚିଠି ଲେଖିଥିବା ମିଡିଆରେ ପ୍ରକାଶ ପାଇଛି। ହେଲେ ବାସ୍ତବରେ ଆମ ପାଖକୁ କୌଣସି ପ୍ରକାରର ଚିଠି ଆସିନି।

ଜୈଶ-ଇ-ମହମ୍ମଦ ମୁଖ୍ୟ ଆଫଗାନିସ୍ତାନରେ ନାହିଁ। ଏଭଳି ସଂଗଠନ ପାକିସ୍ତାନରେ ହିଁ କାମ କରିପାରିବେ। ଆମେ କେବେ ହେଲେ ଆଫଗାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story