ନ୍ୟୁୟର୍କ: ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ ଜୈନଙ୍କର ପରଲୋକ ହୋଇଯାଇଛି। ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ମୃତ୍ୟୁ ବେଳକୁ ଜୈନଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଜୈନ ଜନ୍ମରୁ cerebral palsy ବା ମସ୍ତିଷ୍କ ପକ୍ଷାଘାତରେ ପୀଡ଼ିତ ଥିଲେ।
ସତ୍ୟ ନାଡେଲା ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ସେ ସିଇଓ ହେବା ପରେ ଦିବ୍ୟାଙ୍ଗମାନେ ସହଜରେ ବ୍ୟବହାର କରିପାରିବା ଭଳି ପ୍ରଡକ୍ଟ ଡିଜାଇନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ଜୈନଙ୍କ ଲାଳନପାଳନରୁ ସେ ଶିଖିଥିବା ସମସ୍ତ କଥାକୁ ଅନ୍ୟମାନଙ୍କ ସହିତ ବାଣ୍ଟୁଥିଲେ।
ଜୈନଙ୍କ ମୃତ୍ୟୁରେ ମାଇକ୍ରୋସଫ୍ଟ ପକ୍ଷରୁ ଏହାର ସମସ୍ତ କର୍ମଚାରୀଙ୍କୁ ସିଇଓ ସତ୍ୟ ନାଡେଲାଙ୍କ ସହିତ ଛିଡ଼ା ହେବାକୁ କୁହାଯାଇଛି।