ଅନାସ୍ଥା ଭୋଟ ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା କହିଲେ ଇମ୍ରାନ ଖାନ

ଇସଲାମାବାଦ: ଶାସନ ଗାଦି ବଞ୍ଚାଇବାକୁ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ରବିବାର ଅନାସ୍ଥା ଭୋଟ ହେବାକୁ ଯାଉଥିବା ବେଳେ ଇମ୍ରାନ ଖାନ ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହି ଲୋକଙ୍କ ଆଗରେ ଇମସୋନାଲ କାର୍ଡ ଖେଳିଛନ୍ତି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅତ୍ୟନ୍ତ ଗୋପନୀୟ ସୂତ୍ରରୁ ସୂଚନା ମିଳିଛି ବୋଲି ସେ କହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ […]

Imran-khan

Hemant Lenka
  • Published: Friday, 01 April 2022
  • , Updated: 01 April 2022, 10:30 PM IST

ଇସଲାମାବାଦ: ଶାସନ ଗାଦି ବଞ୍ଚାଇବାକୁ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ନୂଆ ଗୋଟି ଚାଳନା କରିଛନ୍ତି। ରବିବାର ଅନାସ୍ଥା ଭୋଟ ହେବାକୁ ଯାଉଥିବା ବେଳେ ଇମ୍ରାନ ଖାନ ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହି ଲୋକଙ୍କ ଆଗରେ ଇମସୋନାଲ କାର୍ଡ ଖେଳିଛନ୍ତି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅତ୍ୟନ୍ତ ଗୋପନୀୟ ସୂତ୍ରରୁ ସୂଚନା ମିଳିଛି ବୋଲି ସେ କହିଛନ୍ତି।

ତେବେ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ସେ ଆଦୌ ଭୟଭୀତ ନୁହନ୍ତି। ଏଥିସହ ସ୍ୱାଧୀନ ଓ ଗଣତାନ୍ତ୍ରିକ ପାକିସ୍ତାନ ଗଠନ ପାଇଁ ଇମ୍ରାନ ଖାନ ପୂର୍ବଭଳି ଲଢ଼େଇ ଜାରି ରଖିବା ବୋଲି ଦମ୍ଭୋକ୍ତି କରିଛନ୍ତି।

ଆଜି ଏଆରୱାଇ ନ୍ୟୁଜକୁ ଗୋଟିଏ ସାକ୍ଷାତକାର ଦେଇ ଇମ୍ରାନ ଖାନ କହିଛନ୍ତି, ‘ମୋତେ ଶକ୍ତିଶାଳୀ ମିଲାଟାରୀ ୩ଟି ବିକଳ୍ପ ଦେଇଛି। ମୁଁ ଅନାସ୍ଥା ଭୋଟର ସମ୍ମୁଖୀନ ହେବି କିମ୍ବା ଶୀଘ୍ର ନିର୍ବାଚନ ପାଇଁ ବାଟ ଫିଟାଇବି କିମ୍ବା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି। ଏସବୁ ଭିତରେ ମୁଁ ଶେଷ ଯାଏ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛି।

ଏବେ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ମୋ ଜୀବନ ପ୍ରତି କେବଳ ବିପଦ ସୃଷ୍ଟି ହୋଇ ନାହିଁ ବରଂ ବିଦେଶୀ ଶକ୍ତିଙ୍କ କଥାରେ ପରିଚାଳିତ ବିରୋଧୀମାନେ ମୋ ଚରିତ୍ର ସଂହାର କରିବାରେ ମଧ୍ୟ ଲାଗିଛନ୍ତି। ମୋ ଦେଶ ପ୍ରତି ମଧ୍ୟ ବିପଦ ରହିଛି। ଖାଲି ସେତିକି ନୁହେଁ, ମୋ ସହ ମୋ ପତ୍ନୀଙ୍କ ଚରିତ୍ର ସଂହାର କରିବାକୁ ସେମାନେ ଯୋଜନା କରୁଛନ୍ତି।”

ବିରୋଧୀ ତାଙ୍କୁ କ’ଣ ବିକଳ୍ପ ଦେଇଛନ୍ତି ବୋଲି ପ୍ରଶ୍ନରେ ଇମ୍ରାନ ଖାନ କହିଛନ୍ତି, “ଯଦି ଆମେ ଅନାସ୍ଥା ପ୍ରସ୍ତାବରୁ ରକ୍ଷା ପାଇଯିବୁ, ତଥାପି ଦଳ ବଦଳ କରି ବିରୋଧୀଙ୍କ ପାଖକୁ ଯାଇଥିବା ଲୋକଙ୍କ ସହ କାମ କରିବା ଆମ ପକ୍ଷରେ ଅସମ୍ଭବ ହୋଇଯିବ। ତେଣୁ ଶୀଘ୍ର ନିର୍ବାଚନ ସବୁଠାରୁ ଭଲ ବିକଳ୍ପ।

ମୁଁ ମୋ ଦେଶକୁ ଗୋଟିଏ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ମୋତେ ଏକକ ସଂଖ୍ୟା ଗରିଷ୍ଠତା ପ୍ରଦାନ କରନ୍ତୁ। ଫଳରେ ମୋତେ ଆଉ କାହା ସହ ବୁଝାମଣା କରିବାକୁ ପଡ଼ିବନି। ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଷଡ଼ଯନ୍ତ୍ର ରହିଛି। ଗତବର୍ଷ ଅଗଷ୍ଟ ମାସରୁ ଏପରି ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା।

ବିରୋଧୀ ଦଳର ନେତାମାନେ ନିୟମିତ ବିଦେଶୀ ଦୂତାବାସକୁ ଯାଉଥିଲେ। ପୂର୍ବରୁ ହୁସେନ ହକ୍କାନୀ ଭଳି ଲୋକ ଲଣ୍ଡନରେ ନୱାଜ ଶରିଫଙ୍କୁ ମଧ୍ୟ ଭେଟିଥିଲେ। ବିଦେଶୀ ରାଷ୍ଟ୍ରଗୁଡ଼ିକ ମୋର ସ୍ୱାଧୀନ ବିଦେଶ ନୀତିକୁ ବିରୋଧ କରୁଛନ୍ତି। ଏଥିପାଇଁ ସେମାନେ ମୋତେ ବିଦା କରିବାକୁ ଚାହୁଁଛନ୍ତି।”

Related story