ନୋବେଲ ବିଜେତା ସୁ କୀଙ୍କୁ ୩୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ:  ମ୍ୟାନମାରର ନିଷ୍ଠୁର ସାମରିକ ଶାସନର ଅସହ୍ୟ ପରିଣାମ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଦମନକାରୀ ସାମରିକ ଶାସକଙ୍କ ଅତ୍ୟାଚାର ଜାରି ରହିଛି। ଦୁର୍ନୀତି ଅଭିଯୋଗରେ ମ୍ୟାନ୍‌ମାରର ଏକ କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କୀଙ୍କୁ କଠୋର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦେଶର ଲୋକପ୍ରିୟ ରାଜନୈତିକ ନେତ୍ରୀ ୭୭ ବର୍ଷୀୟା ଅଙ୍ଗ ସାଂ ସୁ କୀଙ୍କୁ ୩୩ ବର୍ଷ ଜେଲଦଣ୍ଡ ଦିଆଯାଇଛି । ସୁ କୀ ଗତ ୨୦୨୧ରୁ ଜେଲରେ ଅଛନ୍ତି । […]

su ki

  • Published: Friday, 30 December 2022
  • , Updated: 30 December 2022, 07:55 PM IST

ନୂଆଦିଲ୍ଲୀ:  ମ୍ୟାନମାରର ନିଷ୍ଠୁର ସାମରିକ ଶାସନର ଅସହ୍ୟ ପରିଣାମ ଜନତାଙ୍କୁ ଭୋଗିବାକୁ ପଡ଼ୁଛି। ଦମନକାରୀ ସାମରିକ ଶାସକଙ୍କ ଅତ୍ୟାଚାର ଜାରି ରହିଛି। ଦୁର୍ନୀତି ଅଭିଯୋଗରେ ମ୍ୟାନ୍‌ମାରର ଏକ କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କୀଙ୍କୁ କଠୋର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦେଶର ଲୋକପ୍ରିୟ ରାଜନୈତିକ ନେତ୍ରୀ ୭୭ ବର୍ଷୀୟା ଅଙ୍ଗ ସାଂ ସୁ କୀଙ୍କୁ ୩୩ ବର୍ଷ ଜେଲଦଣ୍ଡ ଦିଆଯାଇଛି । ସୁ କୀ ଗତ ୨୦୨୧ରୁ ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି, ଓ୍ବାକି ଟକି ରଖିବା, କୋଭିଡ୍ ନିୟମ ଉଲ୍ଲଙ୍ଘନ ଆଦି ଅଭିଯୋଗ ଲଗାଯାଇଥିଲା । ଶୁକ୍ରବାରଦିନ ଏସବୁ ଦୋଷକୁ ସାବ୍ୟସ୍ତ କରି ସାମରିକ ଅଦାଲତ ତାଙ୍କୁ ୩୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।
ସୁ କୀ  ମ୍ୟାନମାରରେ  ଦଶନ୍ଧି ଧରି ସାମରିକ ଶାସନ ବିରୋଧରେ ସଂଗ୍ରାମ କରିଛନ୍ତି। ସେ ଦଶନ୍ଧି ଧରି ସେଠାରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଆସୁଛନ୍ତି। ତାଙ୍କୁ ୧୫ ବର୍ଷରୁ ଅଧିକ ସମୟ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା। ଗତ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ସେ ଗୃହବନ୍ଦୀ ଥିଲେ ।

ଜାତିସଂଘର ଚାପ ପରେ ତାଙ୍କୁ ମୁକୁଳାଯାଇଥିଲା ଓ ୨୦୧୨ରେ ଉପନିର୍ବାଚନ ଜିତି ସାଂସଦ ହୋଇଥିଲେ । ପରେ ୨୦୧୫ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବି ସେ ବିଜୟ ହାସଲ କରିଥିଲେ । ୧୯୯୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା । ତା’ପରେ ସେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ପରେ  ତାଙ୍କୁ ପୁଣି ଗିରଫ କରାଯାଇଥିଲା। ଅନ୍ୟପଟେ ୨୦୨୩ରେ ମ୍ୟାନମାରରେ  ସେନା ନୂଆ ନିର୍ବାଚନ ହେବ ଘୋଷଣା କରିଛି। ୨୦୨୧ରେ ମ୍ୟରନମାରରେ  ସେନା ଦେଶର ଶାସନଭାର ନିଜ ଅକ୍ତିଆରକୁ ନେଇଛି।  ପରେ  ସୁ କୀଙ୍କ ସହ ମିଆଁମାରର ବହୁ ବଡ ନେତାଙ୍କୁ ଗିରଫ କରାଯାଇଥିଲା।

Related story