ପୁଷ୍ପ କମଲ ଦହଲ ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନେପାଳ: ନେପାଳରେ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।  ଆଜି  ଅପରାହ୍ନ ସୁଦ୍ଧା ଶେର୍ ବାହାଦୂର ଦେଉବା ହିଁ ନେପାଳର ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଶେଷରେ ବାଜି ମାରିନେଇଛନ୍ତି ପୁଷ୍ପ କମଲ ଦହଲ। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ରବିବାର ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ନିଯୁକ୍ତ କରିଛନ୍ତି। ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। […]

iop

  • Published: Sunday, 25 December 2022
  • , Updated: 25 December 2022, 09:45 PM IST

ନେପାଳ: ନେପାଳରେ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।  ଆଜି  ଅପରାହ୍ନ ସୁଦ୍ଧା ଶେର୍ ବାହାଦୂର ଦେଉବା ହିଁ ନେପାଳର ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଶେଷରେ ବାଜି ମାରିନେଇଛନ୍ତି ପୁଷ୍ପ କମଲ ଦହଲ। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ରବିବାର ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ନିଯୁକ୍ତ କରିଛନ୍ତି। ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।
ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ। କିନ୍ତୁ ଏକ ନାଟକୀୟ ଘଟଣା କ୍ରମେ ବିରୋଧୀ ସିପିଏନ୍‌-ୟୁଏମ୍‌ଏଲ୍‌ଏବଂ ଅନ୍ୟାନ୍ୟ ଛୋଟ ଦଳ ରବିବାର ପ୍ରଚଣ୍ଡକୁ ସମର୍ଥନ ଦେବାକୁ ରାଜି ହୋଇଥିଲେ। ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଲେଖିଥିବା ପତ୍ରରେ ପ୍ରଚଣ୍ଡ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସ୍ୱାଧୀନ ସାଂସଦଙ୍କ ସମେତ ୧୬୯ ସାଂସଦଙ୍କ ସମର୍ଥନ ପାଇଛନ୍ତି।

ଏହା ପରେ ରାଷ୍ଟ୍ରପତି ତାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ସମ୍ବିଧାନର ଧାରା ୭୬ ଓ ଉପଧାରା ୨ ଅନୁଯାୟୀ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ସୋମବାର ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ସିପିଏନ-ୟୁଏମଏଲ ଅଧ୍ୟକ୍ଷ କେ ପି ଶର୍ମା ଓଲି, ରାଷ୍ଟ୍ରିୟ ସ୍ୱତନ୍ତ୍ର ପାର୍ଟି (ଆରଏସପି)ର ସଭାପତି ରବି ଲାମିଚାନେ, ରାଷ୍ଟ୍ରିୟ ପ୍ରଜାତନ୍ତ୍ର ପାର୍ଟିର ମୁଖ୍ୟ ରାଜେନ୍ଦ୍ର ଲିଙ୍ଗଡେନଙ୍କ ଓ ଅନ୍ୟ ନେତାଙ୍କ ସହ ପ୍ରଚଣ୍ଡ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂଖ୍ୟାଗରିଷ୍ଠତା ପାଇଁ ଭୋଟ କରାଯାଇଥିବା ବେଳେ ୨୭୫ସଦସ୍ୟ ବିଶିଷ୍ଟ ଲୋକସଭାରେ ପ୍ରଚଣ୍ଡଙ୍କୁ ୧୬୫ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା।

 

Related story