ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଖବର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କ୍ୟାନସର ଓ ପାର୍କିନସନ ଭଳି ରୋଗରେ ପୀଡ଼ିତ ଥିବା ପୁଟିନ କେମିତି ବଞ୍ଚି ରହିଛନ୍ତି, ସେ ସମ୍ପର୍କରେ ଖବର ପ୍ରକାଶ ପାଇଛି। କ୍ୟାନସର ଭଳି ମାରାତ୍ମକ ରୋଗକୁ ମାତ ଦେବା ପାଇଁ ୭୦ ବର୍ଷୀୟ ପୁଟିନ ପଶ୍ଚିମ ଦେଶର ଡାକ୍ତର ଓ ସେଠାରେ ତିଆରି ହୋଇଥିବା ଔଷଧ ହିଁ ଖାଉଛନ୍ତି। ନ୍ୟୁୟର୍କ ପୋଷ୍ଟ ଏ ସଂକ୍ରାନ୍ତରେ […]

Putin

  • Published: Thursday, 29 December 2022
  • , Updated: 29 December 2022, 08:42 PM IST

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କ୍ୟାନସର ଓ ପାର୍କିନସନ ଭଳି ରୋଗରେ ପୀଡ଼ିତ ଥିବା ପୁଟିନ କେମିତି ବଞ୍ଚି ରହିଛନ୍ତି, ସେ ସମ୍ପର୍କରେ ଖବର ପ୍ରକାଶ ପାଇଛି। କ୍ୟାନସର ଭଳି ମାରାତ୍ମକ ରୋଗକୁ ମାତ ଦେବା ପାଇଁ ୭୦ ବର୍ଷୀୟ ପୁଟିନ ପଶ୍ଚିମ ଦେଶର ଡାକ୍ତର ଓ ସେଠାରେ ତିଆରି ହୋଇଥିବା ଔଷଧ ହିଁ ଖାଉଛନ୍ତି।

ନ୍ୟୁୟର୍କ ପୋଷ୍ଟ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଛି। ଉକ୍ତ ଖବରକାଗଜକୁ ରୁଷର ବିଶିଷ୍ଟ ଐତିହାସିକ ତଥା ରାଜନୀତିକ ବିଶ୍ଲେଷକ ଭାଲେରୀ ସୋଲୋଭେ ଏହି ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ ପଶ୍ଚିମ ଦେଶରେ ତିଆରି ହେଉଥିବା ମେଡିସିନ ଖାଇ ପୁଟିନ ବଞ୍ଚି ରହିଛନ୍ତି। ଉକ୍ତ ମେଡିସିନ ତାଙ୍କ କ୍ୟାନସର ରୋଗକୁ ନିୟନ୍ତ୍ରଣ ମଧ୍ୟରେ ରଖିଛି। ଏହା ଦ୍ରୁତଗତିରେ ବ୍ୟାପୁନାହିଁ।

ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଅଧିକାଂଶ ସମୟରେ ବିଶ୍ୱର ସମସ୍ତେ ଅପେକ୍ଷା କରି ରହୁଛନ୍ତି। ବିଶେଷ କରି ଫେବୃଆରୀ ୨୪ ୟୁକ୍ରେନ ସହ ରୁଷର ଯୁଦ୍ଧ ଆରମ୍ଭ ପରଠାରୁ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି।

ଏବେ ସୋଲୋଭେ କହିଛନ୍ତି, “ମୁଁ ନିଶ୍ଚିତ ଭାବେ କହିବି ଯେ ବିଦେଶୀ ଚିକିତ୍ସା ଓ ମେଡିସିନ ବିନା ପୁଟିନ କେବେ ହେଲେ ବି ସର୍ବସମ୍ମୁଖକୁ ଆସିବାକୁ ସକ୍ଷମ ହୋଇ ନଥାଆନ୍ତେ। ମେଡିସିନ ହିଁ ତାଙ୍କୁ ବଞ୍ଚାଇ ରଖିଛି। ତାଙ୍କୁ ସବୁଠାରୁ ଭଲ ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ପଶ୍ଚିମ ଦେଶରେ ଉପଲବ୍ଧ ଥିବା ନିର୍ଦ୍ଦିଷ୍ଟ ଥେରାପୀ ତାଙ୍କୁ ଦିଆଯାଉଛି। ସେ ନେଉଥିବା ମେଡିସିନ ଓ ଥେରାପୀ କେବେ ହେଲେ ରୁଷରେ ଉପଲବ୍ଧ ହୁଏ ନାହିଁ। ସେ ଗ୍ରହଣ କରିଥିବା ଚିକିତ୍ସା ବର୍ତ୍ତମାନ ସୁଦ୍ଧା ସଫଳ ରହିଛି। ଡାକ୍ତରମାନେ ବେଶ ଭଲ ଭାବେ ତାଙ୍କର ଚିକିତ୍ସା କରୁଛନ୍ତି। କିନ୍ତୁ ଏହାର ଶେଷ ଆରମ୍ଭ ହୋଇଗଲାଣି। ଡାକ୍ତରମାନେ ମଧ୍ୟ ତାଙ୍କ ଚିକିତ୍ସା ପ୍ରଣାଳୀରେ ପରବିର୍ତ୍ତନ କରୁଛନ୍ତି।

କାରଣ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ନିରବଚ୍ଛିନ୍ନ ଭାବେ ସଫଳ ହୋଇ ରହିପାରିବ ନାହିଁ। ପୁଟିନ ଉଭୟ କ୍ୟାନସର ଓ ପାର୍କିନସନ ରୋଗରେ ପୀଡ଼ିତ। ପ୍ରାଥମିକ ପର୍ଯ୍ୟାୟରେ ପାର୍କିନସନକୁ ଚିହ୍ନଟ କରାଯାଇଥିଲା। ଏବେ ଏହା ଧୀରେଧୀରେ ତାଙ୍କ ଶରୀରକୁ ଦୁର୍ବଳ କରିବାରେ ଲାଗିଛି। ତଥାପି ରୁଷ ଅଧିକାରୀମାନେ ଏହାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି।”

Related story