ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ

ପ୍ୟାରିସ: ଅଲିମ୍ପିକ୍ସରେ ଦୁଇଥର ଗୋଲ୍ଡ ମେଡାଲ ଜିତିଥିବା ଷ୍ଟାର ସ୍ୱିମରଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଯୌନ ଶୋଷଣ କରିଥିବା ନେଇ ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ୟାନିକ୍ ଆଗ୍ନେଲଙ୍କ ନାଁରେ ଅଭିଯୋଗ ହୋଇଛି। ଏହି ମାମଲାରେ ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ଶନିବାର ଠାରୁ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ୨୯ ବର୍ଷୀୟ ଏହି ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ପ୍ୟାରିସରୁ ତାଙ୍କୁ ଗିରଫ […]

yannick agnel-1

Madhupriya Mistry
  • Published: Sunday, 12 December 2021
  • , Updated: 12 December 2021, 11:40 AM IST

ପ୍ୟାରିସ: ଅଲିମ୍ପିକ୍ସରେ ଦୁଇଥର ଗୋଲ୍ଡ ମେଡାଲ ଜିତିଥିବା ଷ୍ଟାର ସ୍ୱିମରଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଯୌନ ଶୋଷଣ କରିଥିବା ନେଇ ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ୟାନିକ୍ ଆଗ୍ନେଲଙ୍କ ନାଁରେ ଅଭିଯୋଗ ହୋଇଛି। ଏହି ମାମଲାରେ ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ଶନିବାର ଠାରୁ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

୨୯ ବର୍ଷୀୟ ଏହି ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ପ୍ୟାରିସରୁ ତାଙ୍କୁ ଗିରଫ କରାଯିବା ପରେ ପୁଲିସ ହେପାଜତରେ ପୂର୍ବ ଫ୍ରାନ୍ସରୁ ମେଲହାଉସ ସହରକୁ ଅଣାଯାଇଥିଲା।

ସୂଚନା ମୁତାବକ, ଏହି ମାମଲାଟି ୨୦୧୬ର ବୋଲି କୁହାଯାଉଛି। ସେତେବେଳେ ଜଣେ ୧୫ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଏବଂ ଯୌନ ଶୋଷଣ କରାଯାଇଥିବା ନେଇ ଏହି ଅଲିମ୍ପିକ୍‌ ଖେଳାଳିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଏବେ ତାଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକ ସନ୍ତରଣକାରୀ ଏବଂ ପୂର୍ବତନ ସନ୍ତରଣକାରୀଙ୍କୁ ପଚରାଉଚରା କରାଯାଇଛି।

ୟାନିକ୍‌ ଦୁଇଥର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ସେ ଉଭୟ ପଦକ ଜିତିଛନ୍ତି। ୟାନିକ୍ ୨୦୧୪ରେ ମେଲହାଉସ୍ ସୁଇମିଂ କ୍ଲବରେ ଯୋଗ ଦେଇଥିଲେ। ଏଠାରେ ସେ ପ୍ରାୟ ୨ ବର୍ଷ ତାଲିମ ନେଇଥିଲେ। ଏହି ମେଲହାଉସ୍ କ୍ଲବ୍ ନାଁରେ ପୂର୍ବରୁ ମଧ୍ୟ ଅନ୍ୟାନ୍ୟ ଠକେଇ ମାମଲା ଆସିବା ଯୋଗୁଁ ବହୁଥର ବିବାଦରେ ରହିଛି। ସେଥିମଧ୍ୟରୁ ଅଧିକାଂଶ ମାମଲା ୨୦୧୬ର ରହିଥିବା ଜଣାପଡିଛି।

Related story