ଇମ୍ରାନଙ୍କ ଭାଗ୍ୟ ପୁଣି ଝୁଲିଲା, ଶୁଣାଣି କାଲିକୁ ଘୁଞ୍ଚିଲା

ଇସଲାମାବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷାର ଗୋଟି ଘୁଞ୍ଚିଘୁଞ୍ଚି ଚାଲିଛି। ପାକିସ୍ତାନ ଜାତୀୟ ଆସେମ୍ବଲିରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପ ବାଚସ୍ପତି ଖାରଜ କରିଦେଇଛନ୍ତି। ଏହାପରେ ଇମ୍ରାନ ଜାତୀୟ ଆସେମ୍ବଲିକୁ ଭାଙ୍ଗି ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି କହିଛନ୍ତି। ହେଲେ ଏହାକୁ ବିରୋଧୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେଲା, ତା’ର ବିଚାର ପାକିସ୍ତାନ ସୁପ୍ରିମକୋର୍ଟରେ କରାଯାଉଛି। ଆଜି […]

TATA

Hemant Lenka
  • Published: Tuesday, 05 April 2022
  • , Updated: 05 April 2022, 05:43 PM IST

ଇସଲାମାବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷାର ଗୋଟି ଘୁଞ୍ଚିଘୁଞ୍ଚି ଚାଲିଛି। ପାକିସ୍ତାନ ଜାତୀୟ ଆସେମ୍ବଲିରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପ ବାଚସ୍ପତି ଖାରଜ କରିଦେଇଛନ୍ତି। ଏହାପରେ ଇମ୍ରାନ ଜାତୀୟ ଆସେମ୍ବଲିକୁ ଭାଙ୍ଗି ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି କହିଛନ୍ତି।

ହେଲେ ଏହାକୁ ବିରୋଧୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେଲା, ତା’ର ବିଚାର ପାକିସ୍ତାନ ସୁପ୍ରିମକୋର୍ଟରେ କରାଯାଉଛି। ଆଜି ଶୁଣାଣି ବେଳେ ପାକିସ୍ତାନର ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅତା ବନ୍ଦିଆଲ ଆସେମ୍ବଲିର କାର୍ଯ୍ୟକ୍ରମର ଭିଡିଓ ମାଗିଛନ୍ତି।

ରବିବାର କିଛି ମିନିଟ ପାଇଁ ଗୃହ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହିଁ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହୋଇଥିଲା। ତେଣୁ ଜଷ୍ଟିସ ବନ୍ଦିଆଲ ଉକ୍ତ ଭିଡିଓ ଦେଖିବାକୁ ଚାହିଁଛନ୍ତି। ତେଣୁ ଶୁଣାଣି ଆସନ୍ତାକାଲି ଯାଏ ଘୁଞ୍ଚିଛି। ଆଜି ଶୁଣାଣି ବେଳେ ଜଷ୍ଟିସ ବନ୍ଦିଆଲ କହିଛନ୍ତି ଯେ “ଜାତୀୟ ଆସେମ୍ବଲିର ନିୟମ କେବେ ହେଲେ ସମ୍ବିଧାନରେ ପ୍ରଣୟନ ନିୟମ ଠାରୁ ବଡ଼ ନୁହେଁ। ଆମେ ବର୍ତ୍ତମାନ ଉପ ବାଚସ୍ପତି କେଉଁ ଆଧାରରେ ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଲେ, ତା’ ଉପରେ ଫୋକସ କରୁଛୁ।

ଉପ ବାଚସ୍ପତି ଦେଇଥିବା ରୁଲିଂ ସୁପ୍ରିମକୋର୍ଟ ବେଞ୍ଚ ସମୀକ୍ଷା କରିବେ କି ନାହିଁ, ତା’ର ନିଷ୍ପତ୍ତି ଗୃହ କାର୍ଯ୍ୟର ଭିଡିଓ ଦେଖିବା ପରେ ନିଆଯିବ। ଆମେ ସବୁ ପକ୍ଷକୁ ବାଚସ୍ପତିଙ୍କ ବୈଧତା ଉପରେ ଫୋକସ କରିବାକୁ ପରାମର୍ଶ ଦେଉଛୁ।”

ସିଜେପିଙ୍କ ବ୍ୟତୀତ ମାମଲାର ଶୁଣାଣି କରୁଥିବା ବୃହତ୍ତର ବେଞ୍ଚରେ ଜଷ୍ଟିସ ଇଜାଜୁଲ ଏହସାନ, ଜଷ୍ଟିସ ମଜହର ଆଲମ ଖାନ, ଜଷ୍ଟିସ ମୁନିବ ଅଖତାର ଓ ଜଷ୍ଟିସ ଜମଲ ଖାନ ରହିଛନ୍ତି। ଆଜି ଶୁଣାଣି ବେଳେ ଜଷ୍ଟିସ ଅଖତର ପଚାରିଛନ୍ତି, “କେମିତି ନୋ ଭୋଟିଂ ସମ୍ବିଧାନିକ ନିୟମକୁ ଉଲ୍ଲଙ୍ଘନ କରୁଛି? ସମ୍ବିଧାନ ଅନୁଯାୟୀ ଗୋଟିଏ ଅନାସ୍ଥା ପ୍ରସ୍ତାବ ଉପରେ ୭ ଦିନ ମଧ୍ୟରେ ଭୋଟ ହେବା କଥା। ଯଦି କୌଣସି କାରଣ ପାଇଁ ଭୋଟିଂ ୮ମ ଦିନରେ ହେଲା, ତା’ହେଲେ କ’ଣ ଏହା ଅସାମ୍ବିଧାନିକ? ”

ଏହାଶୁଣି ବିରୋଧୀ ପିପିପି ପକ୍ଷରୁ ମାମଲା ଲଢ଼ୁଥିବା ମଖଦୁମ ଅଲୀ ଖାନ କହିଥିଲେ ଯେ ଅନାସ୍ଥା ପ୍ରସ୍ତାବ ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି। ତେଣୁ ତଦନୁସାରେ ସବୁ କିଛିର ନିଷ୍ପତ୍ତି ହେବା ଉଚିତ। ସମ୍ବିଧାନ ଅନୁସାରେ ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ଏହାପରେ କୋର୍ଟ ଗୃହରେ ଉପ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରିବା ବେଳର ଭିଡିଓ ମଗାଇଛନ୍ତି।

Related story