ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଜୋରଦାର ପ୍ରୟାସ  

ନୂଆଦିଲ୍ଲୀ: ତେଜୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ବିଦ୍ରୋହ। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ ହୋଇଛି ମିଳିତ ରଣନୀତି। ପୂର୍ବରୁ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏବେ ଆଉ ଏକ ସଙ୍କଟ ତାଙ୍କ ଚୌକି ପାଇଁ ବିପଦ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନାର  ୩ ବିଭାଗ ଜଳ ,ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ସହ ସେନା ମୁଖ୍ୟ ବାଜୱାଙ୍କର ଏକ ବୈଠକ ବସିଥିଲା । ଯେଉଁଠି […]

Imran-Khan

Tapas Behera
  • Published: Wednesday, 23 March 2022
  • , Updated: 23 March 2022, 09:06 AM IST

ନୂଆଦିଲ୍ଲୀ: ତେଜୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ବିଦ୍ରୋହ। ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆରମ୍ଭ ହୋଇଛି ମିଳିତ ରଣନୀତି। ପୂର୍ବରୁ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏବେ ଆଉ ଏକ ସଙ୍କଟ ତାଙ୍କ ଚୌକି ପାଇଁ ବିପଦ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନାର  ୩ ବିଭାଗ ଜଳ ,ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟଙ୍କ ସହ ସେନା ମୁଖ୍ୟ ବାଜୱାଙ୍କର ଏକ ବୈଠକ ବସିଥିଲା ।

ଯେଉଁଠି  ଇମ୍ରାନଙ୍କୁ  ହଟେଇବର  ସହମତି ହୋଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବହିଷ୍କାର କରିବାକୁ ସେନାମୁଖ୍ୟ ବାଜୱା ଏବଂ ତିନି ଜଣ ବରିଷ୍ଠ ଲେଫ୍‌ଟନାଣ୍ଟ ଜେନେରାଲ ବୈଠକ ବସିଥିଲା।  ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ତାଙ୍କ ଭାଷଣରେ ବିରୋଧୀ ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ବ୍ୟବହାର ନକରିବାକୁ ବାଜୱା  ପରାମର୍ଶ ଦେଇଥିଲେ।  ହେଲେ ଇମ୍ରାନ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ  ପାକିସ୍ତାନ ସେନା ସହ ସମ୍ପର୍କ ବିଗିଡ଼ିଛି।  ଅନ୍ୟପଟେ ୪୮ତମ ଓ.ଆଇ.ସି. ସମ୍ମିଳନୀକୁ ଉଦଘାଟନ କରି ଇମ୍ରାନ୍ ଇସ୍ଲାମୋଫୋବିଆ ଓ ଆତଙ୍କବାଦ ଉପରେ ଆଲୋଚନା କରିଛନ୍ତି ।

ଇସଲାମର ତୁଳନା ଆତଙ୍କବାଦ ସହ କାହିଁକି କରାଯାଉଛି ବୋଲି ଇସଲାମିକ୍ ସହଯୋଗ ସଂଗଠନର ଦେଶଗୁଡ଼ିକୁ ପ୍ରଶ୍ନ କରିଛନ୍ତି ଇମ୍ରାନ୍ । ସୂଚନା ଅନୁଯାୟୀ, ପାକିସ୍ତାନରେ ଦରଦାମ ବୃଦ୍ଧି ଯୋଗୁ ଇମ୍ରାନଙ୍କୁ ଦାୟୀ କରି ବିରୋଧୀ ଦଳମାନେ ଗତ ମାର୍ଚ୍ଚ ୮ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ଅନ୍ୟପଟେ ଇମ୍ରାନଙ୍କ ଦଳ ପାକିସ୍ତାନ-ଇ-ତେହେରିକ(ପିଟିଆଇ) ପକ୍ଷରୁ ୨୪ ଜଣ ନିର୍ବାଚିତ ସଦସ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଘୋଷଣା କରିଛନ୍ତି।

Related story