ଆରମ୍ଭ ହେଲା ଇସ୍ତଫା ପର୍ବ, ପଦ ଛାଡ଼ିଲେ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବ ଗୃହରେ ଆଗତ ହେବା ମାତ୍ରରେ ଆରମ୍ଭ ହୋଇଯାଇଛି ଇସ୍ତଫା ପର୍ବ। ଆଜି ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ନିଜ ପଦ ଛାଡ଼ିଥିବା ଘୋଷଣା କରିଛନ୍ତି। ଉସମାନ ହେଉଛନ୍ତି ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ସଦସ୍ୟ। ଉସମାନଙ୍କ ଇସ୍ତଫା ପରେ ହାଉସିଂ ମନ୍ତ୍ରୀ ତଥା ପିଏମଏଲ-କ୍ୟୁର ନେତା ତାରିକ ବଶିର ଚୀମା ନିଜ ପଦ […]

pakistan

Hemant Lenka
  • Published: Monday, 28 March 2022
  • , Updated: 28 March 2022, 08:16 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏହି ପ୍ରସ୍ତାବ ଗୃହରେ ଆଗତ ହେବା ମାତ୍ରରେ ଆରମ୍ଭ ହୋଇଯାଇଛି ଇସ୍ତଫା ପର୍ବ। ଆଜି ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ନିଜ ପଦ ଛାଡ଼ିଥିବା ଘୋଷଣା କରିଛନ୍ତି।

ଉସମାନ ହେଉଛନ୍ତି ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ସଦସ୍ୟ। ଉସମାନଙ୍କ ଇସ୍ତଫା ପରେ ହାଉସିଂ ମନ୍ତ୍ରୀ ତଥା ପିଏମଏଲ-କ୍ୟୁର ନେତା ତାରିକ ବଶିର ଚୀମା ନିଜ ପଦ ଛାଡ଼ିଛନ୍ତି। ସେ କ୍ୟାବିନେଟରୁ ଇସ୍ତଫା ଦେଇଥିବା ସର୍ବସମ୍ମୁଖରେ ଘୋଷଣା କରିଛନ୍ତି। ପିଏମଏଲ-କ୍ୟୁ ହେଉଛି ଇମ୍ରାନ ଖାନଙ୍କ ପିଟିଆଇର କେନ୍ଦ୍ର ଓ ପଞ୍ଜାବ ପ୍ରଦେଶର ଘନିଷ୍ଠ ସହଯୋଗୀ। ଏହି ଦଳକୁ ନେଇ ପିଟିଆଇ ପଞ୍ଜାବ ଓ ପାକିସ୍ତାନରେ ସରକାର ଗଠନ କରିଛି।

ଉସମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ବିଧାନସଭାର ବାଚସ୍ପତି ତଥା ପିଏମଏଲକ୍ୟୁର ନେତା ଚୌଧୁରୀ ପରଭେଜ ଇଲାହି ତୁରନ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଛନ୍ତି। ସଂସଦରେ ତାଙ୍କ ଦଳ ଅନାସ୍ଥା ପ୍ରସ୍ତାବ ବେଳେ ଇମ୍ରାନ ଖାନଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପରଭେଜ ଘୋଷଣା କରିଛନ୍ତି।

ଏହି ଭେଟଘାଟ ପରେ ଇମ୍ରାନ ଖାନ ପଞ୍ଜାବ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପରଭେଜ ହିଁ ଦାୟିତ୍ୱ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ତାଙ୍କ ଦଳ ପିଟିଆଇ ଟ୍ୱିଟ କରି ସୂଚନା ଦେଇଛି।

Related story