ପେଟ୍ରୋଲ ଲିଟର ୧୨୭ ଟଙ୍କା ହେବା ପରେ ସ୍ଥିତି ଜଟିଳ

ଇସଲାମାବାଦ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରେ ପହଞ୍ଚିଥିବା ବେଳେ ଏହି ସମସ୍ୟାରୁ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ମୁକୁଳି ପାରିନାହାନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଦାମ ଆକାଶ ଛୁଆଁ ହୋଇଛି। ବିଶେଷ କରି ପାକିସ୍ତାନରେ ପେଟ୍ରୋଲର ଲିଟର ପିଛା ଦର ୧୨୭ ଟଙ୍କାରେ ପହଞ୍ଚିବା ପରେ ସେଠାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଆର୍ଥିକ ସ୍ତରରେ ଦୁର୍ବଳ ପାକିସ୍ତାନରେ ପେଟ୍ରୋଲ ଦାମ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଇମ୍ରାନ ଖାନ […]

Petrol1

Hemant Lenka
  • Published: Saturday, 02 October 2021
  • , Updated: 02 October 2021, 12:38 PM IST

ଇସଲାମାବାଦ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରେ ପହଞ୍ଚିଥିବା ବେଳେ ଏହି ସମସ୍ୟାରୁ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ମୁକୁଳି ପାରିନାହାନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଦାମ ଆକାଶ ଛୁଆଁ ହୋଇଛି।

ବିଶେଷ କରି ପାକିସ୍ତାନରେ ପେଟ୍ରୋଲର ଲିଟର ପିଛା ଦର ୧୨୭ ଟଙ୍କାରେ ପହଞ୍ଚିବା ପରେ ସେଠାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଆର୍ଥିକ ସ୍ତରରେ ଦୁର୍ବଳ ପାକିସ୍ତାନରେ ପେଟ୍ରୋଲ ଦାମ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଇମ୍ରାନ ଖାନ ସରକାର ଚାରିଆଡ଼ୁ ସମାଲୋଚନାର ଶିକାର ହେବେରେ ଲାଗିଛନ୍ତି।

ତେବେ ପାକିସ୍ତାନ ସରକାର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ପଡ଼ୋଶୀ ଭାରତ ଓ ବାଂଲାଦେଶ ତୁଳନାରେ ଏବେ ବି ପାକିସ୍ତାନରେ ପେଟ୍ରୋଲର ଲିଟର ପିଛା ଦାମ ଶସ୍ତା ରହିଛି। ଭାରତ ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ସିଏନଜି ଓ ପିଏନଜି ଦର ମଧ୍ୟ ବଢ଼ୁଛି। କ୍ରୁଡ ଅଏଲର ଦାମ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଥିବାରୁ ଏପରି ସ୍ଥିତି ସୃଷ୍ଟି ହେଉଥିବା ଇମ୍ରାନ ସରକାର କହିଛନ୍ତି।

ଶୁକ୍ରବାର ପାକିସ୍ତାନ ସରକାର ପେଟ୍ରୋଲର ଲିଟର ପିଛା ଦାମ ୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ପରେ ଏବେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୧୨୭.୩୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ହାଇ ସ୍ପିଡ୍ ଡିଜେଲ ଲିଟର ପିଛା ୧୨୨.୦୪ ଟଙ୍କା ହୋଇଛି।

ପରିବହନ ଓ କୃଷି କାର୍ଯ୍ୟ ପାଇଁ ଏହି ହାଇସ୍ପିଡ ଡିଜେଲକୁ ଅଧିକ ପରିମାଣରେ ବ୍ୟବହାର କରାଯାଏ। କେବଳ ସେତିକି ନୁହେଁ, ପାକିସ୍ତାନ ସରକାର କିରାସିନର ଲିଟର ପିଛା ଦାମକୁ ୭ ଟଙ୍କା ବଢ଼ାଇଛନ୍ତି। ବର୍ତ୍ତମାନ କିରାସିନ ଲିଟର ପିଛା ୯୯.୩୧ ଟଙ୍କାରେ ବିକ୍ରି ହେଉଛି। ହାଲୁକା ଡିଜେଲର ମୂଲ୍ୟ ଲିଟର ପିଛା ୮.୮୨ ଟଙ୍କା ବଢ଼ିଛି।

ବର୍ଦ୍ଧିତ ଦରକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ପୂର୍ବରୁ ଯେଉଁମାନେ ୨ ଲିଟର ପେଟ୍ରୋଲ କିମ୍ବା ହାଇସ୍ପିଡ ଡିଜେଲ ବ୍ୟବହାର କରୁଥିଲେ, ସେମାନେ ଏବେ ଗୋଟିଏ ଲିଟରରେ କାମ ଚଳାଉଛନ୍ତି। ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସଂସ୍ଥା ସେମାନଙ୍କ କାମକୁ ବନ୍ଦ କରିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ନାନା ପ୍ରକାରର ହଇରାଣ ହେଉଛନ୍ତି।

ସୂଚନାଯୋଗ୍ୟ, ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୨.୧୪ ଟଙ୍କା ଥିବା ବେଳେ ମୁମ୍ବାଇରେ ଏହା ୧୦୮ ଟଙ୍କା ପାର କରିଛି। ବିଶ୍ୱ ପେଟ୍ରୋଲ ଦର ୱେବସାଇଟ୍ ଅନୁଯାୟୀ ବାଂଲାଦେଶରେ ପେଟ୍ରୋଲର ଲିଟର ପିଛା ଦାମ ୮୯ ଟାକା ରହିଥିବା ବେଳେ ଶ୍ରୀଲଙ୍କାରେ ଏହା ୧୮୪ ଟଙ୍କା ଓ ନେପାଳରେ ପେଟ୍ରୋଲ ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଛି।

Related story