ସମୟଚକ୍ରରେ ଭାରତୀୟ ବଂଶୋଦ୍ଭବ ହାତରେ ବ୍ରିଟେନର ଭାଗ୍ୟ

ନୂଆଦିଲ୍ଲୀ: ବ୍ରିଟେନରେ ଭାରତୀୟଙ୍କ ରାଜ୍ । ଭାରତକୁ ୟୁକେରୁ ଦିଓ୍ୱାଲୀ ଭେଟି ।  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍।  ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସରୁ ଓହରିବା ପରେ, ୪୨ ବର୍ଷୀୟ ଋଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି । ସୁନକଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବା ବେଳେ, ବହୁ ପଛରେ ପଡ଼ିଥିଲେ ପେନି […]

rishi sunak

  • Published: Monday, 24 October 2022
  • , Updated: 24 October 2022, 08:07 PM IST

ନୂଆଦିଲ୍ଲୀ: ବ୍ରିଟେନରେ ଭାରତୀୟଙ୍କ ରାଜ୍ । ଭାରତକୁ ୟୁକେରୁ ଦିଓ୍ୱାଲୀ ଭେଟି ।  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍।  ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସରୁ ଓହରିବା ପରେ, ୪୨ ବର୍ଷୀୟ ଋଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି । ସୁନକଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବା ବେଳେ, ବହୁ ପଛରେ ପଡ଼ିଥିଲେ ପେନି ମରଡଣ୍ଟ । ବୋରିସ୍ ଜନସନ ବିରୋଧୀ ଆନ୍ଦୋଳନର ସୂତ୍ରଧର ସାଜି ଚର୍ଚ୍ଚାରେ ଥିବା ଏହି ନେତା, ପ୍ରାୟ ୨ ମାସ ତଳେ ପିଏମ୍ ରେସରେ ଲିଜ୍ ଟ୍ରସ୍‌ଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ଋଷି ପୁଣି ନିଜ ସ୍ୱପ୍ନର ପଦବୀ ଅଳଙ୍କୃତ କରିବାରେ ସଫଳ ହୋଇଛନ୍ତି। ଟ୍ରସଙ୍କ ଇସ୍ତଫା ପରେ  ଅକ୍ଟୋବର ୨୮ରେ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।  ଚର୍ଚ୍ଚା ହେଉଛି ଯେ, ଯେଉଁମାନେ ଭାରତରେ ୨ଶହରୁ ଅଧିକ ବର୍ଷ ଶାସନ କରିଥିଲେ, ଏବେ ସମୟଚକ୍ରରେ ସେମାନେ ଜଣେ ଭାରତୀୟଙ୍କ ଦ୍ୱାରା ଶାସିତ ହେବେ ।

ସୁନକ୍  ଭାରତୀୟ ବଂଶୋଦ୍ଭବ ତଥା ଭାରତର ଜ୍ୱାଇଁ ପୁଅ ବି ।  ବ୍ରିଟେନ୍ ରାଜନୀତିର ସାପଶିଢ଼ି ଖେଳରେ ଜଣେ ଓସ୍ତାଦ୍ ଖେଳୁଆଡ଼ । ପ୍ରାୟ ୨ ମାସ ତଳେ ପ୍ରଧାନମନ୍ତ୍ରୀ ରେସରୁ ମାତ୍ ଖାଇଥିବା ଋଷି  ଆଜି ବିଜୟୀ ହୋଇଛନ୍ତି। ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ କମାଲ୍ ଦେଖାଇଥିବା ସୁନକ ଏବେ ସୁଧାରିବେ ଦେଶର ସଂକଟାପନ୍ନ ଆର୍ଥିକ ସ୍ଥିତି। ଲିଜ୍ ଟ୍ରସ୍‌ଙ୍କ ଆର୍ଥିକ ନିଷ୍ପତ୍ତିଗତ ବିଫଳତା ସାମ୍ନାକୁ ଆସିବା ପରେ, ଜୋର୍ ଧରିଥିଲା ସୁନକ କମବ୍ୟାକ ସ୍ୱର । ସତକୁ ସତ ତୀବ୍ର ସମାଲୋଚନା ଓ ଚାପ ଶିକାର ହୋଇ ପିଏମ୍ ପଦ ଛାଡ଼ିବାକୁ ବାଧ୍ୟ ହେଲେ ଟ୍ରସ୍ । ତେଣୁ ରିଷି ସୁନକଙ୍କ ଆଗରେ ବ୍ରିଟେନ୍ ଅର୍ଥନୀତିକୁ ବଞ୍ଚାଇବା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଓ ସମ୍ମାନର ପ୍ରଶ୍ନ।

ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର, ବିଗତ ତିନି ପିଢ଼ି ଧରି ବ୍ରିଟେନରେ ରହି ଆସୁଛନ୍ତି ।  ସାଉଥମ୍ପଟନରେ ରିଷିଙ୍କ ଜନ୍ମ। ଓ୍ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଏବଂ ଷ୍ଟାଣ୍ଡଫର୍ଡ଼  ୟୁନିଭର୍ସିଟିରୁ ଏମ୍ବିଏ ଶିକ୍ଷା ଅଧ୍ୟୟନ କରିଛନ୍ତି ସେ। ଇନ୍‌ଫୋସିସି ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ସୁନକ।  ସୁନକଙ୍କୁ ଫେବୃଆରୀ ୨୦୨୦ରେ ଚାନ୍ସେଲର ଅଫ୍ ଦି ଏକ୍ସଚେକର୍ ଭାବେ ନିଯୁକ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍।   ଏହା ତାଙ୍କର ପ୍ରଥମ ପୂର୍ଣ୍ଣ କ୍ୟାବିନେଟ୍ ପଦ ଥିଲା । ପରେ ସୁନକଙ୍କ ଲୋକପ୍ରିୟତା ଆଶାତୀତ ବୃଦ୍ଧି ପାଇଥିଲା । କରୋନା ଲକଡାଉନ ସମୟରେ ବିଚକ୍ଷଣ ଦୂରଦୃଷ୍ଟିସଂପନ୍ନ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ସବୁ ବର୍ଗର ଆଦୃତି ସାଉଁଟି ପାରିଥିଲେ। କେବଳ ଅର୍ଥମନ୍ତ୍ରୀ ନୁହେଁ, ଜନ୍‌ସନ୍ ସରକାରରେ ଅନ୍ୟତମ ପ୍ରମୁଖ ଚେହେରା ଥିଲେ ଋଷି। ବୋରିସଙ୍କ ପାଖେ ପାଖେ ରହୁଥିଲେ। ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ବ୍ରିଫିରେ ଅଧିକାଂଶ ସମୟରେ ଆଗକୁ ଆସୁଥିଲେ । ଅଥଚ ସେ ହିଁ ପ୍ରଥମେ ବୋରିସଙ୍କୁ କ୍ଷମତା ଛାଡ଼ିବାକୁ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ ପାର୍ଟି ଗେଟ୍ ସ୍କାଣ୍ଡାଲ୍ ଓ ପତ୍ନୀ ଅକ୍ଷତାଙ୍କ ଟ୍ୟାକ୍ସ ଚୋରି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲେ ସୁନକ୍ ।

Related story